ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସଂକଳ୍ପ ଦିବସ 

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସଂକଳ୍ପ ଦିବସ 

ପଦ୍ମପୁର,୨ ୵ ୧୨ // ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ସ୍ଥିତ ସିଂହଦ୍ଵାର ଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ନେତୃତ୍ବରେ ଗନ୍ଧମାର୍ଦ୍ଦନ ସୁରକ୍ଷା ସଂକଳ୍ପ ଦିବସ ଅନୁଷ୍ଠିତ ହୋଇଥିଲା। ଭାଗବତ ତତ୍ତ୍ଵ ଆଶ୍ରମରୁ ସଂଗ୍ରାମୀ ମାନେ ଶୋଭାଯାତ୍ରାରେ ବାହାରି ନୃସିଂହନାଥ ସ୍ଥିତ ଗାନ୍ଧୀ ସମାଧି ପୀଠରେ ପହଞ୍ଚିଥିଲେ। ନାରୀ ନେତ୍ରୀ ସଂଗ୍ରାମୀ ଜମ୍ବୋବତୀ ବିଜରା ଙ୍କ ଦ୍ଵାରା ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା।ଏହା ପରେ ସିଂହଦ୍ଵାର ଠାରେ ସଂକଳ୍ପ ଦିବସକୁ ପରିଷଦ ର ଆବାହକ ଦୁର୍ଯୋଧନ ପୁଟା ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ପୂର୍ବତନ ଆବାହକ ଧିରେନ ମହାନ୍ତି ପରିଚାଳନା କରିଥିଲେ। ଗନ୍ଧମାର୍ଦ୍ଦନ ପର୍ବତକୁ ନେଇ ବର୍ତ୍ତମାନ ରାଜ୍ୟରେ ଚର୍ଚ୍ଚିତ ଥିବା ଗନ୍ଧମାର୍ଦ୍ଦନ ଘଟଣା ଉପରେ ଉପସ୍ଥିତ ସଂଗ୍ରାମୀ ମାନେ ବିଗତ ଦିନର ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ଘଟଣା ଓ ଐତିହାସିକ ବାଳକୋ ଆନ୍ଦୋଳନ ର ବିଜୟ ବାନାକୁ ନେଇ କସ୍ମନିକାଳେ ଗନ୍ଧମାର୍ଦ୍ଦନ ପାହାଡ କୁ କୌଣସି କମ୍ପାନୀ ହାତରେ ଖଣିଖଳନ କରିବାକୁ ଦିଆଯିବ ନାହିଁ ବୋଲି ମତ ଉପସ୍ଥାପନ କରିଥିଲେ। ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ପାଇଁ ବିଗତ ଦିନରେ ସଂକଳ୍ପ ନେଇ ସାରିଥିବା ବେଳେ ପୁଣି ଆଜି ସଂଗ୍ରାମୀ ମାନେ ସଂକଳ୍ପ ନେଇଛୁ ଯେ ଗନ୍ଧମାର୍ଦ୍ଦନ ସବୁବେଳେ ସୁରକ୍ଷିତ ରହିଅଛି ଓ ଆଗକୁ ମଧ୍ୟ ରହିବ ବୋଲି ସଂକଳ୍ପ ନେଇଥିଲେ। ଏଥିରେ କୌଣସି କମ୍ପାନୀ ର ନଜର ପଡ଼େ ତାହାହେଲେ ଆନ୍ଦୋଳନକୁ ଦୁର୍ବାର କରାଯିବା ପାଇଁ ପ୍ରତିଜ୍ଞା ବଦ୍ଧ ହୋଇଥିଲା।ଏହି ସଂକଳ୍ପ ଦିବସ କୁ ବରଗଡ଼ ଗନ୍ଧମାର୍ଦ୍ଦନ ସୁରକ୍ଷା ଅଭିଯାନର କାର୍ଯ୍ୟକର୍ତ୍ତା,କୋଶଳ ବାହାନିର କର୍ମକର୍ତ୍ତା ଗଣ ଉପସ୍ଥିତ ରହି ଦୃଢ଼ ସମର୍ଥନ ଜଣାଇ ପରିଷଦର ସଂଗ୍ରାମୀ ସହ ସଂକଳ୍ପ ନେଇଥିଲେ।ସଂକଳ୍ପ ଦିବସରେ ପୁରେନା ଗ୍ରାମର ସଂକୀର୍ତ୍ତନ ଦଳ ଗନ୍ଧମାର୍ଦ୍ଦନ ପାହାଡ଼କୁ ଗୀତ ସମସ୍ତଙ୍କୁ ଆକୃଷ୍ଟ କରିଥିଲା।ଏହି ସଂକଳ୍ପ ଦିବସ ର ବରିଷ୍ଠ ସଦସ୍ୟ ପୂର୍ବତନ ଆବାହକ ରଘୁବୀର ସିଂ ବରିହା,ରାହାସ ବିହାରି ସାହୁ ଓ ଦିଲ୍ଲୀପ ବେହେରା,ଦୀନବନ୍ଧୁ ସାହୁ,ସନ୍ତୋଷ ପାଢ଼ୀ,ବିନୋଦ ବାଗ,ଗମ୍ଭୀର ବାଗ,ଝସକେତନ ସାହୁ, ଶୁକ୍ରୁ ସାହୁ,ଦୟାନନ୍ଦ ମାଝୀ, ସୁରେଶନ୍ ଭୋଇ,ବିପିନ ବାରିକ,ଗନେଶି ତାଣ୍ଡି,କୌଶଲ୍ୟା ଧରୁଆ,ଲକ୍ଷ୍ମୀ ଭୋଇ,ପ୍ରତିମା ବଗାର,ଓମକାନ୍ତି ସାହୁ, ରାଜକୁମାରୀ ବାରିକ,ଗୋବିନ୍ଦ ବଛୋର, ଅନିଲ ସାହୁ,ଗୋପାଳ ଭୋଇ ପ୍ରମୁଖ ସାମିଲ ହୋଇ ସଂକଳ୍ପ ଦିବସ ରେ ସାମିଲ ହୋଇଥିଲେ।

ରିପୋର୍ଟ – ନିରୋଜ କୁମାର ପାଣୀ

Related posts

ବିଧାୟକଙ୍କ ଦ୍ୱାରା ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବିତରଣ

masiha

ରାଇରଙ୍ଗପୁର ମହୁଲଡିହା ପଡ଼ିଆରେ ଦୁଇ ଦିବସୀୟ ଜନଜାତି କ୍ରୀଡା ଓ ଏସଡିସି ଫୁଟବଲ କପ୍ ପ୍ରତିଯୋଗିତା

masiha

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!