ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜେନିଥ ଲାୟଂଶ ଗୁରୁକୁଳ ର ୧୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ 

ଜେନିଥ ଲାୟଂଶ ଗୁରୁକୁଳ ର ୧୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ 

ପଦ୍ମପୁର,୨ ୵ ୧୨ ( ନିରୋଜ କୁମାର ପାଣୀ ) – ପଦ୍ମପୁର ସହରସ୍ଥିତ ଜେନିଥ ଲାୟଂଶ୍ ଗୁରୁକୁଳ ର ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ  ଉଦ୍ୟାପିତ ହୋଇ ଯାଇଛି।  ଉଦଘାଟନୀ  ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ପ୍ରତାପ କୁମାର ମିଶ୍ର,ଉପସଭାପତି ଶ୍ରୀ ସୁଶାନ୍ତ କୁମାର ରଥ, ସମ୍ପାଦକ ଶ୍ରୀ ପବନ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ମହମ୍ମଦ ଜାଭେଦ ଜେନିଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚତୁର୍ଭୁଜ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ପରିଚାଳନା କମିଟି ର ସଭାପତି ଦୀପ ପ୍ରଜ୍ଜ୍ୱଳନ ଓ କ୍ରୀଡ଼ା ପତାକା ଉତ୍ତୋଳନ କରି କ୍ରୀଡ଼ା ପ୍ରତିଯୋଗିତା କୁ ଉଦଘାଟିତ କରିଥିଲେ । ଉଦଘାଟନୀ ଉତ୍ସବରେ ଜେନିଥ କନିଷ୍ଠ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ଉତ୍ସବରେ ବିଭିନ୍ନ ବିଭାଗରେ ୧୦୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲେ । ଦ୍ଵିତୀୟ ଦିବସରେ ଉଦଯାପନୀ ଉତ୍ସବ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ମନୋଜ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜାତୀୟ ସ୍ତରର ଖେଳାଳୀ ଶ୍ରୀ ପ୍ରଦୋଷ କୁମାର ଦାସ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡ଼ା ପ୍ରତିଯୋଗିତାର ଆବଶ୍ୟକତା ଏବଂ ଉପକାରିତା ସମ୍ପର୍କରେ ଉଦବୋଧନ ଦେବା ସହ ବିଭିନ୍ନ ବିଭାଗରେ ଚାମ୍ପିଅନ ହୋଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । କ୍ରୀଡ଼ା ଉତ୍ସବରେ ବିଚାରକ ଦାୟିତ୍ଵ ନିର୍ବାହ କରିଥିବା ବିଭିନ୍ନ ସରକାରୀ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦଯାପନୀ ଉତ୍ସବରେ ସଭା ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ବେହେରା । ପରେ ଜେନିଥ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।ଶେଷରେ ଜେନିଥ କନିଷ୍ଠ ବିଭାଗର କୋ – ଅର୍ଡିନେଟର ଶ୍ରୀମତୀ ଶୋଭନା ପଣ୍ଡା ଧନ୍ୟବାଦ ଜଣାଇଥିଲେ ।କ୍ରୀଡ଼ା ଉତ୍ସବ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସୁଚାରୁରୂପେ ପରିଚାଳନାରେ ସହଯୋଗ କରିଥିଲେ ।

( ମ ନି ସ ) 

Related posts

ଭାଗିରଥି ଯୁବକ ସଂଘ ଦ୍ଵାରା ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ

Sunil Chandra Nayak

ଛେଣ୍ଡିଆ ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

ବାନେର ଠାରେ ଅରୁଣୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!