ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷ’ବର୍ଷ ଧରି ଯୋଡ଼ା ଟାଟା ମେଡିକାଲରେ ମେଡ଼ିସିନ ସ୍ପେଶାଲିଷ୍ଟର ସ୍ଥାନ ଶୂନ୍ୟ

ବର୍ଷ’ବର୍ଷ ଧରି ଯୋଡ଼ା ଟାଟା ମେଡିକାଲରେ ମେଡ଼ିସିନ ସ୍ପେଶାଲିଷ୍ଟର ସ୍ଥାନ ଶୂନ୍ୟ

ଯୋଡ଼ା:-କେନ୍ଦୁଝର ଜିଲ୍ଲା ଯୋଡ଼ା ମଣ୍ଡଳ ଖଣି’ଖାଦାନରେ ଭରା ମଧ୍ୟରେ ଟାଟାଷ୍ଟିଲ ସର୍ବପୁରାତନ କମ୍ପାନୀ ଏଠାରେ ଦୀର୍ଘ’ବର୍ଷ ରହି ଖଣି ବ୍ୟବସାୟରେ ଲିପ୍ତ।ହେଲେ ଯେ ସାରା ଦୁନିଆକୁ ଆଲୋକିତ ତଥା ଦିଗଦର୍ଶନ ଦେଖାଇବାରେ ସାହାଯ୍ୟ କରେ, ତାହାର ଖୋଦ ନିଜସ୍ୱ ଦୁରାବସ୍ଥା ବର୍ଷ’ବର୍ଷ ରହିଛି ବୋଲି ଜଣାପଡେ।ତେବେ ପ୍ରକାଶ ଯୋଗ୍ୟ ଯୋଡ଼ା ମଣ୍ଡଳରେ ଟାଟାଷ୍ଟିଲ ବର୍ଷ’ବର୍ଷ ଧରି ଖଣି ଖନନ କାର୍ଯ୍ୟ କରିବା ସହ ନିଜସ୍ୱ ଏକ ମେଡିକାଲ ସହରରେ କାର୍ଯ୍ୟ କରୁଥିଲେ ମଧ୍ୟ ନାନାଦି ସମସ୍ୟା ଦେଇ, ଗତି କରୁଥିବାର ଜଣାପଡେ ମିଳେ। ହେଲେ ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ ଏହି ମେଡିକାଲରେ ପଞ୍ଜିକରଣ ଠାରୁ ଆରମ୍ଭ କରି, ବିଭିନ୍ନ ଗରିବ ବର୍ଗଙ୍କୁ କମ୍ପାନୀ ମେଡିକାଲ କେଇଟା ସରଳ ସୁବିଧା ନଦେବାରୁ ରୋଗୀ ଏବଂ ରୋଗୀ ପରିବାର ଅସନ୍ତୋଷ ପ୍ରକଶ କରନ୍ତି ବୋଲି ଜଣାପଡେ।ତେବେ ଏମଧ୍ୟରେ ଯୋଡ଼ା ଟାଟା ମେଡିକାଲରେ ଏକ ସାଙ୍ଘାତିକ ଘଟଣା ମେଡିକାଲରେ ଦୀର୍ଘ’ବର୍ଷ ଧରି ଜଣିଏ ଭେଷଜ ବିଶେଷଜ୍ଞଙ୍କର ସ୍ଥାନ ଶୂନ୍ୟ ରହିଥିବା ବେଳେ ଏଯାଏ କୌଣସି ସୁବନ୍ଦୋବସ୍ତ ହୋଇନଥିବା ବେଳେ ପ୍ରତି ସପ୍ତାହକୁ କେବଳ ଗୋଟିଏ ଦିନ, କମ୍ପାନୀର ନୂଆମୁଣ୍ଡି’ସ୍ଥିତ ମେଡିକାଲରୁ ଜଣିଏ ମେଡ଼ିସିନ ସ୍ପେଶାଲିଷ୍ଟ ଡାକ୍ତର ଦୀନେଶ କୁମାର ସକାଳ ପ୍ରହରର ଏଗାର’ଟା ସମୟରେ କମ୍ପାନୀର ଯୋଡ଼ା ମେଡିକାଲକୁ ଆସି,ପୁଣି ମଧ୍ୟାହ୍ନ ଏକ’ଟାରେ ଫେରୁଥିବାର ଜଣାପଡିଛି।ହେଲେ ଦୀର୍ଘ ତିନି’ଚାରି ବର୍ଷ ଧରି କମ୍ପାନୀର ଉକ୍ତ ଯୋଡ଼ା ମେଡିକାଲରେ ଏହି ସମସ୍ୟା ଲାଗିରହିଥିଲେ ମଧ୍ୟ ଟାଟାଷ୍ଟିଲ ଯୋଡ଼ା କିମ୍ବା ମେଡିକାଲ କର୍ତ୍ତୃପକ୍ଷ ଏଯାଏ ଜଣିଏ ମେଡ଼ିସିନ ସ୍ପେଶାଲିଷ୍ଟ ନିଯୋଗ କରିବାରେ ଅଯୋଗ୍ୟ ରହିଥିବା ବେଳେ ଅନ୍ୟ କୌଣସି ଉତ୍ତମ ଉପାୟ ରୋଗୀଙ୍କ ନିମନ୍ତେ ବାହାର କରିବାରେ ସମ୍ପୂର୍ଣ୍ଣ ବିଫଳ ରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବାର ଜଣାପଡେ।ତେବେ ଦେଖାଯାଉ, ଯୋଡ଼ା ଟାଟାଷ୍ଟିଲର ଦାୟତ୍ୱରେ ଥିବା ଅଫିସର ଏବଂ ଯୋଡ଼ା ଟାଟା ମେଡିକାଲର କର୍ତ୍ତୃପକ୍ଷଙ୍କ କେବେ ସୁଦ୍ଧା ଜ୍ଞାନ ଉଦୟ ହୋଇଲେ ଯାଇ, ତିନି’ଚାରି ବର୍ଷ ଧରି ଶୂନ୍ୟ ପଡ଼ିଥିବା ଭେଷଜ ବିଶେଷଜ୍ଞ ସ୍ଥାନ ପୂରଣ କରି, ଖଣିଅଞ୍ଚଳର ରୋଗୀଙ୍କ ଉପକାରୀତାରେ ଆସିବେ ବୋଲି ସମଗ୍ର ଖଣିବାସୀଙ୍କ ଆଶା ଓ ବିଶ୍ୱାସ ରହିଥିବାର ଶୁଣିବାକୁ ମିଳେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

Koraput District Shines: Collector Shri V. Keerthi Vasan to Receive Prime Minister’s Award

masiha

ଜଙ୍ଗଲ, ଜନ୍ତୁ ଓ ଜନତାଙ୍କୁ ପ୍ରାଥମିକତା ଦିଆଯିବ  ମସ୍କାଗୁଡାଠାରେ ୭୫ତମ ବନ ମହୋତ୍ସବ ପାଳିତ

masiha

ହାଟବାଦଡାରେ ଧାନ ମଣ୍ଡି ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!