ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଇରଙ୍ଗପୁରରେ ଟେକ୍ନୋଓ୍ବାର୍ଲଡ ଗ୍ରପୁ ଅଫ୍ ଇନଷ୍ଟିଚ୍ୟୁଟର ଏବଂ ଶିମିଳିପାଳ ଅଫ୍ ନର୍ସିଂ କଲେଜ ଆନୁକୁଲ୍ୟରେ ୧୧ ତମ ଦୁଇଦୀଵସୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ 

ରାଇରଙ୍ଗପୁରରେ ଟେକ୍ନୋଓ୍ବାର୍ଲଡ ଗ୍ରପୁ ଅଫ୍ ଇନଷ୍ଟିଚ୍ୟୁଟର ଏବଂ ଶିମିଳିପାଳ ଅଫ୍ ନର୍ସିଂ କଲେଜ ଆନୁକୁଲ୍ୟରେ ୧୧ ତମ ଦୁଇଦୀଵସୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ 

 ମୟୂରଭଞ୍ଜ- ୫/୧୨ ( ମସିହା)ରାଇରଙ୍ଗପୁର ର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ଟେକ୍ନୋଓ୍ଵାର୍ଲଡ ଗ୍ରୁପ ଅଫ୍ ଇନଷ୍ଟିଚୁ୍ୟଟ ଏବଂ ଶିମିଳିପାଳ ଗ୍ରୁପ ଇନଷ୍ଟିଚ୍ୟୁଟରେ ଆନୁକୁଲ୍ୟରେ ରାଇରଙ୍ଗପୁର ବ୍ଳକର ପୁରୁଣା ପାଣି ପଞ୍ଚାୟତର ସାନଚମ୍ପାଉଦା ଗ୍ରାମ୍ୟ ଖେଳ ପଡ଼ିଆରେ ୧୧ ତମ ଦୁଇ ଦୀବସୀୟ କ୍ରୀଡା ପ୍ରତିଯୋଗିତାର ମହାସମାରୋହରେ ଉଦଯାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଥାଶିଳ୍ପୀ ଲଳିତ ମହାନ୍ତ । ଅଧ୍ୟକ୍ଷ ଲଳିତ ମୋହନ ପ୍ରଧାନ, ଶିକ୍ଷାବିତ୍ ସୂର୍ଯ୍ୟକାନ୍ତ ଘଣା,ଟେକ୍ନଓ୍ଵାର୍ଲଡ ଗ୍ରୁପ ଅଫ୍ ଇନଷ୍ଟିଚ୍ଯୁସନର ଡାଇରେକ୍ଟର ଇଂ ଉମାକାନ୍ତ ମହାନ୍ତ, ଶିମିଳିପାଳ ନର୍ସିଂ କଲେଜ ଅଧ୍ୟକ୍ଷା ପୂଜା ରାଣୀ ସାହୁ, ପ୍ରଶାସନିକ ଅଧିକାରୀ ଭବାନୀ ଶଙ୍କର ମହାନ୍ତି, ଗୋବିନ୍ଦ ମାଝୀ,ଡଃ ସସ୍ମିତା ଦାସ,ବିଭୀଷଣ ମହାନ୍ତ, ଦୋଳଗୋବିନ୍ଦ ବେହେରା,ରଶ୍ମି ଚାଟାର୍ଜୀ, ସଂଘମିତ୍ରା ଚାଟାର୍ଜୀ, ସ୍ଵାଭିମାନ ଖଟୁଆ,ଭାସ୍କର ପଟ୍ଟନାୟକ, ରୋହିତ ନନ୍ଦ , ପ୍ରଦ୍ୟୁମ୍ନ ଦତ୍ତ,ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରଥମେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ଦୌଡ ପ୍ରତିଯୋଗିତା,ଲମ୍ବ ଡିଆଁ , ଛାତ୍ରଛାତ୍ରୀ ବରିଷ୍ଠ ଏବଂ କନିଷ୍ଠ ଵର୍ଗ ମଧ୍ୟରେ ୧୦୦ ମି,୨୦୦ ମି,୪୦୦ ମିଟର,୮୦୦ ମି ଦୌଡ଼, ଛାତ୍ରଙ୍କ ଲମ୍ବ ଡିଆଁ,ଛାତ୍ରୀଙ୍କ ଲମ୍ବ ଡିଆଁ, ଛାତ୍ରୀଙ୍କ ଡିସ୍କ ଦ୍ରୋଣ, ଛାତ୍ରଙ୍କ ସଟ୍ ଫୁଟ୍,ଛାତ୍ର୦ଓ ଛାତ୍ରୀଙ୍କ ୪୦୦ ମି ରିଲେ ରେସ, ଛାତ୍ରମାନଙ୍କ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଡାଇନାମିକ ଇଗଲ ବିପକ୍ଷ ଦଳ ପାଓ୍ଵାର ହିଟରକୁ ହରାଇ ଚମ୍ପିୟାନ ହୋଇଥିଲେ ।

ଅତିଥିବୃନ୍ଦ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ର ଓ କଲେଜ ଷ୍ଟାଫ୍ ଙ୍କ ମଧ୍ୟରେ ଦଉଡ଼ି ଟଣା, ଏବଂ ନର୍ସିଂ ଛାତ୍ରୀ ଓ କଲେଜ ଛାତ୍ରୀଙ୍କ ମଧ୍ୟରେ ଦଉଡ଼ି ଟଣା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅତିଥି ଗଣ କହିଥିଲେ କ୍ରୀଡା ଭାତୃତ୍ବ, ବନ୍ଧୁତ୍ୱ,ଆତ୍ମୀୟ ତା ଓ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରେ । ସ୍ବାସ୍ଥ୍ୟ ହିଁ ସମ୍ପଦ ।ଯାହାର ଉତ୍ତମ ସୁସ୍ଥ ଅଛି ସେହିମାନେ ଦୁନିଆରେ ସବୁଠି ଖୁସିର ଲୋକ । କ୍ରୀଡାରେ ମଧ୍ଯରେ ଜୀବନ ଓ ଜୀବିକାର ଅଛି ।ଭଲ ଖେଳାଳି ମାନେ ସରକାରଙ୍କ ବିଭାଗରେ ନିଯୁକ୍ତି ବ୍ୟବସ୍ଥା ଅଛି ।ପରେ ଅତିଥିଗଣ ବିଭିନ୍ନ କ୍ରୀଡ଼ାରେ କୃତୀ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ଓ ମେଡାଲ ଦେଇ ପୁରସ୍କୃତ କରିଥିଲେ । ଛାତ୍ରଛାତ୍ରୀମାନେ ପଡ଼ିଆରେ ଅତ୍ୟନ୍ତ ଉଲ୍ଲସିତ ହୋଇ ଆନନ୍ଦରେ ବିଭୋର ହୋଇ ନୃତ୍ୟ କରିଥିଲେ ।

କ୍ରୀଡା ପରିଚାଳନାରେ ଅଜୟ ମହାପାତ୍ର, ପ୍ରଦ୍ୟୁମ୍ନ ଦତ୍ତ,ଗୌତମ ମହାନ୍ତ, ସିପୁନ ମହାନ୍ତି,ମିନା କୁମାରୀ,ମୁରଲୀଧର ନାୟକ,ପ୍ରଦୀପ ସିଂ, ରମାକାନ୍ତ ମହାନ୍ତ,ମିତା ଗୋପ, ପ୍ରମୁଖ ପରିଚାଳନାଦେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ସମ୍ବଲପୁର ଏବଂ ରାଇରଙ୍ଗପୁର ଦିତୀୟ ସେମିଫାଇନାଲକୁ ଉନ୍ନିତ

Sunil Chandra Nayak

ମା ମାଝି ଗୌରୀ ଟି ୧୫ କ୍ରିକେଟ ପ୍ରତିଯୋଗୀତା ଉଦଯାପିତ

Sunil Chandra Nayak

ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲ, ସେକ୍ଟର-୫,ରାଉରକେଲା ର ୫୨ ତମ କ୍ରୀଡା ସମ୍ମିଳନୀ

masiha

Leave a Comment

error: Content is protected !!