ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଯୁବ ଉତ୍ସବରେ ସମ୍ମାନିତ ହେଲେ ଚସ୍ମିତ୍ କୌର

ଜିଲ୍ଲା ଯୁବ ଉତ୍ସବରେ ସମ୍ମାନିତ ହେଲେ ଚସ୍ମିତ୍ କୌର

ଭବାନୀପାଟଣା :- ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ମାଇ ଭାରତ ତରଫରୁ ଜିଲ୍ଲା ଯୁବ ସଂଯୋଜକ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ମା ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟ ଭବାନିପାଟଣା ସଭାଗୃହ ଠାରେ ଯୁବ ଉତ୍ସବ ପାଳିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାଁ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ ଯୋଗଦେଇ ଉପସ୍ଥିତ ଯୁବକ ଯୁବତୀମାନଙ୍କୁ ଯୁବକମାନଙ୍କର ଭୂମିକା ଏବଂ ଦେଶ ପାଇଁ ନିଜର ଯୋଗଦାନ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ, ବିଶେଷ ଅତିଥି ଭାବରେ ଅତିରିକ୍ତ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରର୍ୱାନ ପଞ୍ଚପ୍ରାଣ ଓ ବିକଶିତ ଭାରତରେ ଯୁବକ ଯୁବତୀମାନର ଭୂମିକା କିଭଳୀ ଭାବରେ ରହିବ ସେ ଉପରେ ଆଲୋକପାତ୍ କରିଥଲେ । ଅତିଥି ଭାବରେ ମାଁ ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟର ରେଜିଷ୍ଟାର ଶ୍ରୀ ପିତାମ୍ବର ଭୋଇ, ଏବଂ ବକ୍ତା ଭାବରେ ମେଜର ଡ. ଜୟଦେବ ସାହୁ ଯୋଗଦେଇ ଉପସ୍ଥିତ ଯୁବକ ଯୁବତୀମାନଙ୍କୁ ଯୁବ ଉତ୍ସବ ବିଷୟରେ ଅଭିଭାଷଣ ରଖିଥିଲେ। ଦ୍ଵିତୀୟ ଅଧିବେଶନରେ ଏଥିରେ ମୁଖ୍ୟ ଅତିଥି ଭାବରେ ସି.ଆର୍‌.ପି.ଏଫ୍ ୬୪ ବାଟାଲିୟନ କଳାହାଣ୍ଡି ଦ୍ୱିତୀୟ କମାଣ୍ଡେଣ୍ଟ ଶ୍ରୀ ପି.କେ ମିଶ୍ର ଯୋଗଦେଇ ସାଂସ୍କୃତିକ ଦଳମାନଙ୍କୁ ଉତ୍ସାହିତ କରିଥିଲେ. ବିନୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲାପାଇଁ ଗୌରବ ଆଣିଥିବା ଚସ୍ମିତ କୌର ଙ୍କୁ ସମ୍ମାନିତ କରାଯାଇଥିଲା। ସେ ପ୍ରଥମେ ଜିଲ୍ଲା ସ୍ତରୀୟ ବକୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରରେ ଯୋଗଦାନ କରିଥିଲେ। ଏବଂ ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶାରୁ ଜାତୀୟ ସ୍ତରରେ ନୂଆ ଦିଲ୍ଲୀରେ ପାର୍ଲିଆମେଣ୍ଟ ରେ ପ୍ରାତିନିଧିତ୍ୱ କରିଥଲେ.।ଏବଂ ସେ କଲାହାଣ୍ଡିରୁ ପ୍ରଥମଥର ପାଇଁ ଆନ୍ତର୍ଜାତୀୟ ସ୍ତରରେ ରୁଷିଆରେ ହୋଇଥିବା ବିଶ୍ୱ ଯୁବ ଉତ୍ସବ ସମ୍ମିଳନୀରେ ଯୋଗଦାନ କରି ଭାରତର ପ୍ରତିନିଧିତ୍ବ କରିଥିଲେ ସେଥିପାଇଁ ଜିଲ୍ଲା ଯୁବ ଉତ୍ସବ ୨୦୨୪ ରେ ନେହେରୁ ଯୁବ କେନ୍ଦ୍ର ମାଇଁ ଭାରତ କଳାହାଣ୍ଡି ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥିଲା। ( ମ ନି ସ )

Related posts

ସମ୍ବର୍ଦ୍ଧିତ ହେଲେ ବିଏଲଓ ସୁପରଭାଇଜର ଭରତ ସାହୁ

masiha

ମାସମାସ ଧରି ଆରମ୍ଭ ର ନାଁ ଧରୁନି ଵରଡିହ- ବାଲୁଗାଁ ରାସ୍ତା : ପାଲଟିଛି ପଥଚାରୀ ଙ୍କ ମରଣ ଯନ୍ତା !!!

Sunil Chandra Nayak

ଆସ୍ଥା ତରଫରୁ ଉତ୍କଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!