ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଗ୍ରାମପଞ୍ଚାୟତ କର୍ମଚାରୀ (ପିଅନ) ମହାସଂଘ ର ଜିଲ୍ଲା ସ୍ତରୀୟ ବୈଠକ

ଓଡିଶା ଗ୍ରାମପଞ୍ଚାୟତ କର୍ମଚାରୀ (ପିଅନ) ମହାସଂଘ ର ଜିଲ୍ଲା ସ୍ତରୀୟ ବୈଠକ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ବର୍ଥଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଗ୍ରାମପଞ୍ଚାୟତ କର୍ମଚାରୀ (ପିଅନ) ମହାସଂଘ ତରଫରୁ ଜିଲ୍ଲା ସ୍ତରୀୟ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭ ରେ ଦୀପ ପ୍ରଜ୍ଜ୍ୱଳନ ସ଼ହ ମନ୍ତ୍ର ପାଠ ଓ ସାମୁହିକଦେଶାତ୍ମବୋଧକ ସଙ୍ଗୀତ ଗାନ କରିଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥଲା। ଜିଲ୍ଲା ସଭାପତି ବଳଦେବ ଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭା ରେ ସ୍ଥାନୀୟ ସରପଞ୍ଚ କବିତା ରାଣୀ ସାହୁ ମୂଖ୍ୟ ଅତିଥି, ରାଜ୍ୟ ସାଧାରଣ ସଂପାଦକ ସୁବ୍ରତ କୁମାର ରାଉଳ ଓ ରାଜ୍ୟ ସଂଯୋଜକ ରାକେଶ ନାଏକ ସମ୍ମାନିତ ଅତିଥି , ଜିଲ୍ଲା ସଂପାଦକ ଅରକ୍ଷିତ ବାଗ,ସହ ସଂପାଦକ ମାଧବ କୁମାର ସିଂ, ଜିଲ୍ଲା ସଂଯୋଜକ ରଞ୍ଜିତ ବେହେରା ମଞ୍ଚାସିନ ଥିଲେ। ବୈଠକ ରେ ସଂଘ ର ବିଭିନ୍ନ ସମସ୍ୟା ନେଇ ଏକ ୧୦ଦଫା ଦାବୀ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ମାନବ୍ୟର ମୂଖ୍ୟ ମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଦାବୀ ଗୁଡ଼ିକ ମଧ୍ୟରେ ଓଡିଶା ରେ ଥିବା ୬ ହଜାର ୭ ଶହ ୯୪ ଗୋଟି ପଞ୍ଚାୟତ ମାନଙ୍କରେ ଜଣେ ଲେଖାଏଁ ପିଅନ ପଦବୀ ସୃଷ୍ଟି କରିବା ସହ ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା ପ୍ରଦାନ କରିବା,ଓଡିଶା ଗ୍ରାମପଞ୍ଚାୟତ ୨୦୧୪ ମସିହା ଅଧିନିୟମ ୧୨୫ କୁ ଉଚ୍ଛେଦ କରିବା ଓ ୧୯୬୪ ମସିହା ଅଧିନିୟମ ୧୨୩ ଆଇନ୍ କୁ ତୁରନ୍ତ ବିଧାନସଭା ରେ ଉପସ୍ଥାପନ କରାଯାଇ ସଂଶୋଧନ କରିବା, ଯେଉଁ ପର୍ଯ୍ୟନ୍ତ ପଞ୍ଚାୟତ ଗୁଡିକ ରେ ନୂତନ ସ୍ଥାୟୀ ପିଅନ ପଦବୀ ସୃଷ୍ଟି କରିନାହାନ୍ତି ରାଜ୍ୟ ସରକାର ତେବେ ପଞ୍ଚାୟତ ଗୁଡିକ ରେ ବର୍ତ୍ତମାନ ଜିଲ୍ଲା ପଞ୍ଚାୟତ ଅଧିକାରୀ ଙ୍କ ଅନୁମୋଦନ ପାଇଁ ପଞ୍ଚାୟତ ରେ ନିଯୁକ୍ତି ପାଇଥିବା ପିଅନ ମାନଙ୍କୁ ଶ୍ରମ ଓ ନିୟୋଜନ ବିଭାଗ ରେ ନିର୍ଦ୍ଧାରଣ କରାଯାଇଥିବା ବିଭିନ୍ନ ବର୍ଗର କର୍ମଚାରୀ ମାନଙ୍କୁ ଯେପରି ବର୍ଗିକରଣ କରାଯାଇ ଅଣକୁଶଳୀ,ଅର୍ଦ୍ଧକୁଶଳୀ,କୁଶଳୀ ଓ ନିପୁଣ କୁଶଳୀ ଭାବେ ସାମିଲ କରିବା, ସମାନତା ଭାବରେ ଦୈନିକ ୪୫୦ ଟଙ୍କା ମଜୁରୀ ପ୍ରଦାନ କରିବା, ପଞ୍ଚାୟତିରାଜ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କର୍ମଚାରୀ ଙ୍କୁ ପଞ୍ଜିକରଣ କରିବା, ଚାକିରୀ କ୍ଷେତ୍ରରେ ବୀମାଭୁକ୍ତ କରିବା ସହ ସାମାଜିକ ସୁରକ୍ଷା ପ୍ରଦାନ କରିବା । ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ଭଲି କର୍ମଚାରୀ ସଂଘ ର ପ୍ରତିନିଧି ମାନଙ୍କୁ ଡେଭୋଲେସନ ଫଣ୍ଠ ରେ ସ୍ଵତନ୍ତ୍ର ବଜେଟ ରେ ରଖାଯାଇ ସରକାରୀ ଅନୁଦାନ ଯୋଗାଇଦେବା ସହ ସମାନରୁପକ ଭାବେ କର୍ମଚାରୀ ମାନଙ୍କ ପାଇଁ ଅର୍ଥ ବିଭାଗ ରେ ସ୍ଵତନ୍ତ୍ର ବିଜେଟ ରଖିବା, ଶିକ୍ଷା ଭିତ୍ତିରେ ପଦୋନ୍ନତି ଓ ଅବସର ପରେ ପେନସନ ବ୍ୟବସ୍ଥା, ଅନ୍ ଲାଇନ୍ ମାଧ୍ୟମ ରେ ଦରମା ଯୋଗାଇବା ଆଦି ଦାବୀ ଗୁଡ଼ିକ ରହିଛି। ଆଗାମୀ ଦିନରେ ଏହି ସବୁ ଦାବୀ ଗୁଡ଼ିକ ପୁରଣ ନ ହେଲେ ସ୍ୱଳ୍ପ ବେତନ ଭୋଗି ପଞ୍ଚାୟତ ପିଅନ ମାନେ ନିଜ ପରିବାର ସହ ରାଜ ରାସ୍ତା କୁ ଓହ୍ଲେଇବେ ବୋଲି ଚେତାବନୀ ଦେଉଛନ୍ତି। ଏଥିରେ ବଲାଙ୍ଗୀର ସମେତ ନୂଆପଡ଼ା ଜିଲ୍ଲା ର ଶତାଧିକ ପଞ୍ଚାୟତ ପିଅନ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସହଯୋଗ ର ହାତ ବଢେଇଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ 

masiha

ଧର୍ମଗଡ଼ ଠାରେ ୩୧ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ କ୍ୟାମ୍ପୋରି ଉଦଘାଟିତ

Sunil Chandra Nayak

ବିଳମ୍ବିତ ରାତିରେ କାର୍ ଦୁର୍ଘଟଣା ଗ୍ରସ୍ତ : ରାସ୍ତା କଡ଼ରେ ଥିବା କାରକୁ ପଛପଟୁ ପିଟିଲା ଚଳନ୍ତା କାର୍, ଦୁଇ ଗୁରୁତର 

masiha

Leave a Comment

error: Content is protected !!