ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଜୁଳାଏ ଫୁଲ’ କବିତା ସଂକଳନ ଲୋକାର୍ପିତ 

‘ଆଞ୍ଜୁଳାଏ ଫୁଲ’ କବିତା ସଂକଳନ ଲୋକାର୍ପିତ 

ନବରଙ୍ଗପୁର:(୧୫|୧୨)(ରବି ନାରାୟଣ ମହାନ୍ତି) ସ୍ଥାନୀୟ ଆଖଣ୍ଡଳମଣି ଶିବ ମନ୍ଦିର କମ୍ୟୁନିଟି ହଲ ଠାରେ ‘ଆଞ୍ଜୁଳାଏ ଫୁଲ’ କବିତା ସଂକଳନ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି । ସମାଜସେବୀ ଜଗନ୍ନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ମୂଖ୍ୟ ଅତିଥ‌ି ରୂପେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଡମ୍ବୁରୁ ମାଝୀ ଯୋଗ ଦେଇ ପୁସ୍ତକକୁ ଲୋକାର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବକ୍ତା ରୂପେ ଅବନୀ କୁମାର ତ୍ରୀପାଠୀ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ରୂପେ ଡ ରାଧାନାଥ ବେହେରା, ତ ବିଜୟ କୁମାର ମିଶ୍ର, ଜେମାମଣୀ ବିଷୋୟୀ, ବିଜୟ ଚୌଧୁରୀ, ନାରାୟଣ ପଣ୍ଡା, ଜଗଦିଶ ଚନ୍ଦ୍ର ତ୍ରୀପାଠୀ, ପ୍ରଭାସିନୀ ମହାନ୍ତି ଯୋଗ ଦେଇଥିଲେ । ପ୍ରକାଶକ ଶ୍ରୀ ଦୁର୍ଗା ପ୍ରସାଦଙ୍କ ଏହି କବିତା ସଂକଳନକୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଏମ ଆପ୍ପାଲା ସ୍ୱାମୀ ରଚନା କରିଛନ୍ତି । ଏଥିରେ ଭକ୍ତି ଗୀତ, ଦେଶାତ୍ମାବୋଧକ କବିତା, ଋତୁ ଭିତିକ କବିତା, ନିତୀ ଶିକ୍ଷା କବିତା, ଆଦିବାସୀ ଭାଷାର କବିତା, ପଲ୍ଲୀ ଗୀତ ଏବଂ ଅନ୍ୟାନ୍ୟ କବିତା ସ୍ଥାନ ପାଇଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଶ୍ରୀ ଏମ ଆପ୍ପାଲା ସ୍ୱାମୀଙ୍କ ରଚିତ ପ୍ରାଚୀନ ତାଳପତ୍ର ନିଧିରୁ ଅନୁବାଦିତ ସାମ୍ପ୍ରଦାୟିକ ଶାସ୍ତ୍ରପୀଠ ଆଚାର ଧର୍ମ ଆଲୋଚନା ପୁସ୍ତକ ପ୍ରକାଶ ପାଇଛି ।ଏହି କବିତା ସଂକଳନ କୋକାର୍ପଣ ଉତ୍ସବରେ ସହରର ବୁଦ୍ଧିଜୀବୀ, ସାମ୍ବାଦିକ ମାନଙ୍କ ସମେତ ଉଚିୟତାଙ୍କ ପରିବାର ବର୍ଗ ଏମ ଶିବ ପ୍ରସାଦ, ଅରୁଣା ଏବଂ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମୌସୁମୀ ବର୍ଷାରେ ଭିଜୁଛି ହଜାର ହଜାର ବସ୍ତା ଧାନ: ଚୋରି ଭୟ ସାଙ୍ଗକୁ ‘କଟନୀ-ଛଟନୀ’ ମାଡ଼ରେ ଚାଷୀ ବେହାଲ , ମଣ୍ଡି ପରିଦର୍ଶନ କଲା ବିଜେଡି ପ୍ରତିନିଧି ଦଳ, ରାଜରାସ୍ତା ଅବରୋଧ ଚେତାବନୀ

ବିଶ୍ୱ ରକ୍ତଦାତା ଦିବସରେ ବିଶିଷ୍ଟ ରକ୍ତଦାତା ଇଂ.ଗୋପାଳ କୃଷ୍ଣ ଦାସ ସମ୍ବର୍ଦ୍ଧିତ 

Sunil Chandra Nayak

ବୌଦ୍ଧ ସହରର ମନ୍ଦିର ଗୁଡିକ ସହିତ ବୁଦ୍ଧ କୀର୍ତ୍ତିରାଜ ବିକାଶ ପାଇଁ ସମୀକ୍ଷା କଲେ ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!