ତେରେସିଂହାରେ ସମ୍ବିଧାନ ଦିବସ ପାଳିତ
କର୍ଲାମୁଣ୍ଡା, ୨୬/୧୧ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟ ଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ସମ୍ବିଧାନ ହେଉଛି ଗୋଟିଏ ରାଷ୍ଟ୍ରର ଆତ୍ମା ଓ ରକ୍ଷା କବଚ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଦିବସ ଅବସରରେ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଲିପ ସା ମୟୀ ଦୁବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଇତିହାସ ଅଧ୍ୟାପକ କୌସ୍ତୁଭ ସାହୁ, ଟିକେ ଧର ରଣା, ତୃପ୍ତିମୟୀ ଭୋଇ, ରାସ୍ନା ରାଣୀ ବଡମାଳୀ, ମଞୁଲତା ମାଝୀ ମଞ୍ଚାସୀନ ଥିଲେ। ଭୂପିନ୍ଦର ରଣା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷା ଅଧ୍ୟାପକ ସମୀର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରନ୍ଥାଗାର ବସନ୍ତ କୁମାର ସାହୁ, ଚମ୍ପୁଲାଲ ରଣା ପ୍ରମୁଖ ସହଯୋଗ କରିଥିଲେ।

