ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ବାଇପାସ୍ ନିର୍ମାଣ ଆନ୍ଦୋଳନ ପଞ୍ଚାୟତ ସ୍ତରରୁବିଭିନ୍ନ ସଂଘରୁ ମିଳିଲା ସମର୍ଥନ , ବାଇପାସ୍ ଦାବି ୭ମ ଦିନରେ ତେଜୁଛି ଜନଆନ୍ଦୋଳନ 

ଜୁନାଗଡ଼ ବାଇପାସ୍ ନିର୍ମାଣ ଆନ୍ଦୋଳନ ପଞ୍ଚାୟତ ସ୍ତରରୁବିଭିନ୍ନ ସଂଘରୁ ମିଳିଲା ସମର୍ଥନ , ବାଇପାସ୍ ଦାବି ୭ମ ଦିନରେ ତେଜୁଛି ଜନଆନ୍ଦୋଳନ 

ଜୁନାଗଡ଼,୨୬/୧୧,ମନୀ ସ):ଜୁନାଗଡ଼ ସହରରେ ବାଇପାସ୍ ରାସ୍ତା ନିର୍ମାଣ ଦାବି ଦିନକୁ ଦିନ ଜୋର ଧରିବାରେ ଲାଗିଛି। ସହରବାସୀଙ୍କ ଦୀର୍ଘଦିନର ଏହି ନ୍ୟାୟୋଚିତ ଦାବିକୁ ନେଇ ସ୍ଥାନୀୟ ବାଇପାସ୍ ନିର୍ମାଣ ସଂଘର୍ଷ ସମିତି ପକ୍ଷରୁ ଚାଲିଥିବା ଅନିର୍ଦ୍ଦିଷ୍ଟକାଳୀନ ଗଣଧାରଣା ଆଜି ସପ୍ତମ ଦିନରେ ପହଞ୍ଚିଛି। ଦିନକୁ ଦିନ ଏହି ଆନ୍ଦୋଳନକୁ ବିଭିନ୍ନ ସଂଗଠନ ଓ ଗ୍ରାମାଞ୍ଚଳବାସୀଙ୍କ ସମର୍ଥନ ମିଳୁଥିବା ବେଳେ ଏହି କ୍ରମରେ ଜୁନାଗଡ଼ ବ୍ଲକର ଚାରବାହାଲ ଗ୍ରାମ ପଞ୍ଚାୟତବାସୀ ଗଣଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି,ଚାରବାହାଲ ପଞ୍ଚାୟତବାସୀ ଆନ୍ଦୋଳନରେ ସାମିଲ ହୋଇ ବ୍ଲକର ସମସ୍ତ ୩୪ଟି ପଞ୍ଚାୟତବାସୀଙ୍କୁ ଏକଜୁଟ ହୋଇ ଏହି ଜନସ୍ୱାର୍ଥ ସମ୍ବଳିତ ଦାବିକୁ ସମର୍ଥନ କରିବାକୁ ଆହ୍ୱାନ ଦେଇଛନ୍ତି। ସେମାଙ୍କ ମତରେ, ବାଇପାସ୍ ରାସ୍ତା ନିର୍ମାଣ ନେଇ ସରକାରଙ୍କ ଠାରୁ ଲିଖିତ ସୂଚନା କିମ୍ବା ଠୋସ୍ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବା ଆବଶ୍ୟକ। ତେଣୁ ଅନ୍ୟ ପଞ୍ଚାୟତର ଜନସାଧାରଣ ମଧ୍ୟ ଦଳମତ ନିର୍ବିଶେଷରେ ଆନ୍ଦୋଳନରେ ସାମିଲ ହେବାକୁ ସେମାନେ ନିବେଦନ କରିଛନ୍ତି।ସହର ଦେଇ ପ୍ରତିଦିନ ବହୁ ସଂଖ୍ୟାରେ ଭାରୀଯାନ ସମେତ ଅନ୍ୟାନ୍ୟ ଯାନବାହନ ଚଳାଚଳ କରୁଛି। ଫଳରେ ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟା କ୍ରମଶଃ ଜଟିଳ ହେବା ସହ ସାଧାରଣ ଜନତା, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ପଥଚାରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଭାରୀଯାନ ଚଳାଚଳ ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ସହର ମଧ୍ୟରୁ ଭାରୀଯାନ ଚାପ ହ୍ରାସ କରିବା, ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଜନସାଧାରଣଙ୍କ ସୁରକ୍ଷିତ ଯାତାୟାତ ପାଇଁ ବାଇପାସ୍ ରାସ୍ତା ନିର୍ମାଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଏହି ଦାବି ନେଇ ସହରବାସୀ ଦୀର୍ଘଦିନ ଧରି ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଥିଲେ ମଧ୍ୟ ଏଯାଏଁ କୌଣସି ଆଖିଦୃଶିଆ ସମାଧାନ ହୋଇପାରିନାହିଁ। ଫଳରେ ସମିତି ପକ୍ଷରୁ ଜନସାଧାରଣଙ୍କ ଦାବିକୁ ଅଧିକ ଶାଣିତ କରିବା ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ଏହି ଗଣଧାରଣା ଆରମ୍ଭ କରାଯାଇଛି। ଦାବି ପୂରଣ ଦିଗରେ ସରକାର ତୁରନ୍ତ ଠୋସ୍ ପଦକ୍ଷେପ ନନେଲେ ଆଗାମୀ ଦିନରେ ଅଖଚକ ବନ୍ଦ କରାଯିବ ବୋଲି ସଂଘର୍ଷ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି,ଅନ୍ୟପକ୍ଷରେ, ଏହି ଆନ୍ଦୋଳନକୁ ଆଦିବାସୀ ସଂଘର ଜୁନାଗଡ଼ ଓ ନଗର ଶାଖା ସମେତ ଜୁନାଗଡ଼ ବ୍ଲକ ଆଦିବାସୀ ସଂଘ ଓ ଯାଦବ ସଂଘ ମଧ୍ୟ ସମର୍ଥନ ଜଣାଇ ଗଣଧାରଣାରେ ସାମିଲ ହୋଇଛନ୍ତି। ଆବାହକ ପ୍ରଭାତ ଦାସଙ୍କ ସମେତ ସମିତିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଆନ୍ଦୋଳନକୁ ଆଗେଇ ନେବାରେ ସହଯୋଗ କରିଛନ୍ତି। ଚାରବାହାଲ ପଞ୍ଚାୟତ ପକ୍ଷରୁ ଚଚି ଚଲାନ ପୂର୍ବତନ ସମିତି ସଭ୍ୟ ,ନିକୁଞ୍ଜ ଚଲାନ,ରବି ନାରାୟଣ ଚଲାନ, ଟଙ୍କ ଧର ଚଲାନ,ଗୌତମ ସାହୁ,ଗୋବିନ୍ଦ ବରେଟ,ସନ୍ତୋଷ କର, ଟିଙ୍କୁ ନାଏକ୍, କାହୁଁ ସାହୁ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ଜୁନାଗଡ଼ ସହରର ସାମଗ୍ରିକ ବିକାଶ, ଟ୍ରାଫିକ୍ ସମସ୍ୟାର ସମାଧାନ ଓ ଜନସାଧାରଣଙ୍କ ସୁରକ୍ଷିତ ଯାତାୟାତକୁ ଦୃଷ୍ଟିରେ ରଖି ବାଇପାସ୍ ରାସ୍ତା ନିର୍ମାଣ ପାଇଁ ସରକାର ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଠୋସ୍ ପଦକ୍ଷେପ ନେବାକୁ ସଂଘର୍ଷ ସମିତି ପକ୍ଷରୁ ଦାବି କରାଯାଇଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳା ଆରମ୍ଭ

masiha

ଗାଁ ସାଥି ସଂଘର ବୈଠକ  ବିଭିନ୍ନ ସମସ୍ୟା ଉପରେ ଆଲୋଚନା

Sunil Chandra Nayak

ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡ ବସୁଲ୍ ଗ୍ରାମଠାରେ ଆଦି ସେବା କେନ୍ଦ୍ର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!