ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦବ୍ୟାସ ପୀଠର ଉନ୍ନତିକରଣ ଦାବି

ବେଦବ୍ୟାସ ପୀଠର ଉନ୍ନତିକରଣ ଦାବି

ରାଉରକେଲା : ବେଦବ୍ୟାସ ଝୁଲାପୋଲ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦନ ହାସଲ କଲା ପରେ ଦ୍ଵିତୀୟ ଦାବି ଭାବରେ ବେଦବ୍ୟାସ ବିକାଶ ମଞ୍ଚ ତରଫରୁ ଶଙ୍ଖ-କୋଇଲି-ସରସ୍ବତୀ ନଦୀମାନଙ୍କର ସଙ୍ଗମସ୍ଥଳରୁ ଉତ୍ପତ୍ତି ହୋଇଥିବା ପୁଣ୍ୟତୋୟା ବ୍ରାହ୍ମଣୀ ମିଳିତ ହୋଇ ଇଂରାଜୀ ଅକ୍ଷର “Y” ରୂପ ନେଇଥିବା ଅନ୍ୟୁନ ଦଶ କିଲୋମିଟର ପରିମିତ ଅଂଚଳରେ ନଦୀମାନଙ୍କର ଉଭୟ ପାର୍ଶ୍ୱରେ ନଦୀବନ୍ଧ, ପଥରବନ୍ଧ, ପାହାଚ ତଥା ନଦୀବନ୍ଧ ରାସ୍ତା ନିର୍ମାଣ ସହିତ ଏକ ଜଳଭଣ୍ଡାର ସୃଷ୍ଟି ପାଇଁ ନଭେମ୍ବର ୪ତାରିଖରେ ମୁଖ୍ୟମନ୍ତ୍ରୀ, ପୂର୍ତ୍ତମନ୍ତ୍ରୀ, ସୁନ୍ଦରଗଡ଼ ଜିଲ୍ଲାପାଳ, ମୁଖ୍ୟଯନ୍ତ୍ରୀ ତଥା ଅବବାହିକା ପରିଚାଳକ ଏବଂ ରାଉରକେଲା ଜଳସେଚନ ବିଭାଜନ ଅଧିକ୍ଷଣଯନ୍ତ୍ରୀଙ୍କୁ ମେଲ ମାଧ୍ୟମରେ ନିବେଦନ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଗତ୧୩ ତାରିଖରେ ରାଉରକେଲା ଜଳସେଚନ ବିଭାଜନ ଅଧିକ୍ଷଣଯନ୍ତ୍ରୀ ତ୍ରିବେଣୀ ଘାଟ (ହାଡ଼ପକା ଘାଟ) ପରିଦର୍ଶନରେ ଆସିଥିଲେ l ସେ ପ୍ରତିଶୃତି ଦେଇଥିଲେ, ଯଥାଶୀଘ୍ର ମୁଖ୍ୟଯନ୍ତ୍ରୀ ପରିଦର୍ଶନ କରିବେ ଏବଂ ପ୍ରକଳ୍ପ ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ ହେବ l ଗତ କାଲି ବେଦବ୍ୟାସ ପୀଠ ପରିଦର୍ଶନରେ ଆସିଥିବା ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଙ୍କୁ ଧିରେନ ସେନାପତି ଙ୍କ ଉପସ୍ଥିତିରେ ସାକ୍ଷାତ କରି ଟ୍ରଷ୍ଟର ଆଭିମୁଖ୍ୟ ସହିତ ଜଳଭଣ୍ଡାର ସୃଷ୍ଟି, ବେଦବ୍ୟାସକୁ ତାପୋଭୂମିର ମାନ୍ୟତା ପ୍ରଦାନ, ବୋଟନିକାଲ ଗାର୍ଡେନ, ଧର୍ମ ଓ ସଂସ୍କୃତି ମହାବିଦ୍ୟାଳୟ ସ୍ଥାପନ, ପାଠାଗାର ତଥା ଆଲୋଚନା କକ୍ଷର ନିର୍ମାଣ, ଧ୍ୟାନ କକ୍ଷ ନିର୍ମାଣ, ବ୍ରାହ୍ମଣୀ ନଦୀର ମଧ୍ୟ ଭାଗରେ ବିଶାଳ ବ୍ୟାସଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ବର୍ଷକରେ ଥରେ ଅନ୍ୟୁନ ୧୫ ଦିନ ପାଇଁ ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥଙ୍କ ଆଗମନ ଓ ଧର୍ମ ସଂସଦ ଆୟୋଜନ ଇତ୍ୟାଦି ଉପରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ମାନଙ୍କରେ ସଭାପତି ବଦ୍ରୀନାରାୟଣ ପାଢ଼ୀ, ସାଧାରଣ ସମ୍ପାଦକ ବିଭୂତି ଭୂଷଣ ଦାସ, ଉପସଭାପତି ରମାକାନ୍ତ ପାଣ୍ଡେ, ନରେନ୍ଦ୍ର କୁମାର ଦାଶ, ରାଜକୁମାର ମହାନ୍ତି, କୋଷାଧକ୍ଷ ମଧୁସୂଦନ ସାହ, ସମ୍ପାଦକ ଶ୍ରୀକାନ୍ତ କୁମାର ନାୟକ, ବିଜୟାନନ୍ଦ ଅଗ୍ରୱାଲ, ସୁରେଶ ଚନ୍ଦ୍ର ମହାପାତ୍ର, ଅପୂର୍ଵ କୁଣ୍ଡୁ ପରିଚାଳନା କରିଥିବା ବେଳେ ଏଥିରେ ହରିହର ଶତପଥି, କେଦାରନାଥ ପାଢ଼ୀ, ବିଭୁଦତ୍ତ ବେହେରା, ଲଷ୍ମୀନାରାୟଣ ମିଶ୍ର, ଶ୍ୟାମ ସୁନ୍ଦର ଜେନା, ସଞ୍ଜୟ କୁମାର ବାଜପେୟୀ, ମନୋଜ କୁମାର ପାଢ଼ୀ, ବିଶ୍ୱନାଥ ଜେନା, ଭାଗ୍ୟଧର ରାଉତ, ଯୋଗେନ୍ଦ୍ର ସିହ୍ନା, ଟିକେଶ୍ୱର ପ୍ରଧାନ, ଧନଞ୍ଜୟ ପଣ୍ଡା, ସୁଖଦେବ ସିଂହ ଡିଙ୍ଗର, ଅନ୍ତର୍ଯ୍ୟାମୀ ଓଝା, ବାଞ୍ଛାନିଧି ପାଢ଼ୀ, ନୀଳାଞ୍ଚଳ ପାଢ଼ୀ ପ୍ରମୁଖ ଟ୍ରଷ୍ଟିଗଣ ଉପସ୍ଥିତ ରହି ସହଯୋଗ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

ସୁଧୀର ଧଙ୍ଗଡ଼ାମାଝୀଙ୍କୁ ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ

Sunil Chandra Nayak

ବିବେକାନନ୍ଦ ଯୁବ ସଂସଦର ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!