ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ତ୍ରିଦିବସୀୟ ଅଲମ୍ପିକ୍ ମୂଲ୍ୟବୋଧ ଶିକ୍ଷା ତାଲିମ୍ କାର୍ଯ୍ୟକ୍ରମ ୨୦୨୪ ଉଦ୍ଘାଟିତ 

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ତ୍ରିଦିବସୀୟ ଅଲମ୍ପିକ୍ ମୂଲ୍ୟବୋଧ ଶିକ୍ଷା ତାଲିମ୍ କାର୍ଯ୍ୟକ୍ରମ ୨୦୨୪ ଉଦ୍ଘାଟିତ 

ଢେଙ୍କାନାଳ(ମ ସୀ ହା ) ୧୬/୧୨_ସ୍ଥାନୀୟ ଶତାୟୁ,ପି.ଏମ୍.ଶ୍ରୀ.ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଦିବା ୧୦ ଘଟିକା ସମୟରେ ଢେଙ୍କାନାଳର ଜିଲ୍ଲା ଶିକ୍ଷାଅଧିକାରୀ ବିନିତା ସେନାପତି, ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ସସ୍ମିତା ସାହୁ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମିଳିତ ମାର୍ଗଦର୍ଶନରେ ଢେଙ୍କାନାଳ ଜିଲ୍ଲା ଭାରପ୍ରାପ୍ତ ଶାରୀରିକ ଶିକ୍ଷା ଅଧିକାରୀ ତଥା କାର୍ଯ୍ୟକ୍ରମ ସଂଯୋଜକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ତ୍ରିଦିବସୀୟ ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା ତାଲିମ କାର୍ଯ୍ୟକ୍ରମ -୨୦୨୪ ଉଦ୍ ଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉଦ୍ ଘାଟନୀ ଉତ୍ସବରେ ମୁଖ୍ୟଅତିଥି ତଥା ଉଦ୍ ଘାଟକ ଭାବରେ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ ଘାଟନ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ବକ୍ତବ୍ୟରେ ଏହି ଅଭିନବ କାର୍ଯ୍ୟକ୍ରମ ସମସ୍ତଙ୍କ ମଧ୍ୟରେ ବନ୍ଧୁତା,ସମ୍ମାନ ଓ ଉତ୍କର୍ଷତା ସୃଷ୍ଟି କରିବାପାଇଁ ସମର୍ଥ ହେବ ବୋଲି ଦୃଢ଼ ଆଶାପୋଷଣ କରିଥିଲେ। ରାଷ୍ଟ୍ରପତି ସ୍କାଉଟ୍,ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ,ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ,ନିଖିଳ ଓଡ଼ିଶା ସରକାରୀ ମାଧ୍ୟମିକ ଶିକ୍ଷକ ସଂଘ ଢେଙ୍କାନାଳ ଜିଲ୍ଲା ଶାଖା କୋଷାଧ୍ୟକ୍ଷ, ପ୍ରାକ୍ତନ ଚିଫ୍ ଅଫିସର ସମର ଶିକ୍ଷାର୍ଥୀ ଆକାଶ ବାହିନୀ (ବାଳକ),ଷ୍ଟୁଡେଣ୍ଟ ପୋଲିସ୍ କ୍ୟାଡ଼େଟ୍ (ବାଳିକା ଓ ବାଳକ) ବିଭାଗ,ପ୍ରାକ୍ତନ ଛାତ୍ରାବାସ ପରିଚାଳକ,ସଂଯୋଜକ ମୋ ସ୍କୁଲ୍ ଅଭିଯାନ,ବିଦ୍ୟାଳୟ ପୋଷ୍ୟ କାର୍ଯ୍ୟକ୍ରମ,ଉତ୍କର୍ଷ ବିଦ୍ୟାଳୟ କେନ୍ଦ୍ର ଦାୟିତ୍ଵରେ ରହିବା ସହ ଦୀର୍ଘ ୩୬ ବର୍ଷର ନିରବଚ୍ଛିନ୍ନ ଶିକ୍ଷାଦାନ କରି ନିକଟରେ ଅବସର ଗ୍ରହଣ କରିଥିବା ଥିବା ବରିଷ୍ଠ ସହକାରୀ ଶିକ୍ଷକ,ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ, ସୁସାହିତ୍ୟିକ,ସାମାଜିକ କର୍ମୀ ତଥା ସମ୍ବାଦଦାତା ଡା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଏହି ତାଲିମ୍ କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ,ଆଭିମୁଖ୍ୟ ଓ ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ସ୍ଵୀୟ ଅଭିଭାଷଣରେ ଆନ୍ତର୍ଜାତୀୟ ଅଲମ୍ପିକ୍ କମିଟି ପକ୍ଷରୁ ସାରା ପୃଥିବୀର ବିଭିନ୍ନ ଦେଶ ବିଦେଶ ସହିତ ଆମ ଦେଶ ଭାରତ ବର୍ଷରେ ଏହି ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା ତାଲିମ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଆମ ରାଜ୍ୟ ଓଡ଼ିଶାରେ ୨୦୨୨-୨୩ ଶିକ୍ଷାବର୍ଷରୁ ସର୍ବପ୍ରଥମ କରି ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ,୨୦୨୩-୨୪ ଶିକ୍ଷାବର୍ଷରୁ କଟକ,ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଚଳିତ ୨୦୨୪-୨୫ ଶିକ୍ଷା ବର୍ଷରେ ଆମ ଢେଙ୍କାନାଳ ଜିଲ୍ଲା ସମେତ ଆଉ ଅଧିକ ୧୨ ଗୋଟି ଜିଲ୍ଲାରେ ଏହିପରି ସର୍ବମୋଟ ୧୭ ଗୋଟି ଜିଲ୍ଲାରେ ଥିବା ସରକାରୀ ନୋଡାଲ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଥିବା ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ମଧ୍ୟାମିକ ଅର୍ଥାତ୍ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ତୃଣମୂଳ ସ୍ତରର ସମସ୍ତ ଛାତ୍ରୀ,ଛାତ୍ର,ଶିକ୍ଷୟିତ୍ରୀ ,ଶିକ୍ଷକମାନଙ୍କ ମାଧ୍ୟମରେ କ୍ରୀଡ଼ା,ଶ୍ରେଣୀ ଗୃହର ବିଭିନ୍ନ ବିଷୟ ଶିକ୍ଷା ଓ ବିଭିନ୍ନ ସହ ଶୈକ୍ଷିକ କାର୍ଯ୍ୟକ୍ରମ ତଥା କାର୍ଯ୍ୟକଳାପ ଗୁଡ଼ିକ ମାଧ୍ୟମରେ ସମସ୍ତଙ୍କ ମଧ୍ୟରେ ବନ୍ଧୁତା,ସମ୍ମାନ ଓ ଉତ୍କର୍ଷତା ଆଦି ମହନୀୟ ମାନବୀୟ ଗୁଣଗୁଡ଼ିକୁ ବିକଶିତ କରିବା ପାଇଁ ଏକ ପ୍ରମୁଖ ଭୂମିକା ନିର୍ବାହ କରିବା ସଙ୍ଗେ ସଙ୍ଗେ କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ସୁତ୍ରଧର ହୋଇ ପାରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବରେ ରାଜ୍ୟସ୍ତରୀୟ ମୁଖ୍ୟ ସଂସାଧନ କର୍ମୀ ଦେବାଶିଷ ବିଶ୍ଵାଳ,ଅଭିନଭ ଵିନ୍ଦ୍ରା ଫାଉଣ୍ଡେସନ ଟ୍ରଷ୍ଟ ର ପ୍ରକଳ୍ପ ସଂଚାଳକ ଅଭିଜିତ ମହାନ୍ତି ଓ ତାଲିମ୍ ପ୍ରଦାନକାରୀ ସଦସ୍ୟା ଲକ୍ଷ୍ମୀପ୍ରିୟା ପ୍ରଧାନ ଯୋଗଦାନ କରି ସ୍ବାଗତ ଭାଷଣ,ତାଲିମ୍ କାର୍ଯ୍ୟକ୍ରମର ଲକ୍ଷ୍ୟ,ଆଭିମୁଖ୍ୟ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କର ସହଯୋଗ,ଚେଷ୍ଟା ଓ ନିଷ୍ଠା ରହିଲେ ଏହି କାର୍ଯ୍ୟକ୍ରମ ନିଶ୍ଚୟ ସଫଳତା ଲାଭ କରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିବା ସହିତ ବିଭିନ୍ନ ଆନୁଷଙ୍ଗିକ ଶ୍ରେଣୀଗୃହ ଓ କ୍ରୀଡ଼ାଙ୍ଗନରେ ଶିକ୍ଷଣ କାର୍ଯ୍ୟକଳାପ ମାଧ୍ୟମରେ ଉପସ୍ଥିତ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ।

ସଭା ପ୍ରାରମ୍ଭରେ ଅତିଥି ଵୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଉପସ୍ଥିତ ସମସ୍ତ ଅତିଥି ଓ ଶୁଭେଚ୍ଛୁମାନଙ୍କ ଦ୍ଵାରା ପୁଷ୍ପ ,ଧୂପ,ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମରେ ତାଲିମ୍ ଗ୍ରହଣ କରୁଥିବା ବିଦ୍ୟାଳୟର ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ରଙ୍କ ଦ୍ଵାରା ସୁଲଳିତ ସୁମଧୁର କଣ୍ଠରେ ମଙ୍ଗଲାଚରଣ ଗାନ ଓ କାର୍ଯ୍ୟକ୍ରମର ଅନ୍ତିମ ଭାଗରେ ଶାନ୍ତି ପାଠ କରାଯାଇଥିଲା। ଏହି ତ୍ରିଦିବସୀୟ ତାଲିମ୍ କାର୍ଯ୍ୟକ୍ରମରେ ଢେଙ୍କାନାଳ ସଦର ବ୍ଲକ୍ ଓ ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ନୋଡାଲ ସ୍କୁଲ୍ ରୁ ପ୍ରତ୍ୟେକ ୨୦ ଜଣ ଶାରୀରିକ ଶିକ୍ଷୟିତ୍ରୀ,ଶିକ୍ଷକ,ଆଂଶିକ ସମୟ ପାଇଁ ନିଯୁକ୍ତ ଶାରୀରିକ ପ୍ରଶିକ୍ଷଣ ପ୍ରଦାନକାରୀ କ୍ରୀଡ଼ା ପ୍ରଶିକ୍ଷକ ଓ ୨୦ ଜଣ ଅନ୍ୟାନ୍ୟ ବିଭିନ୍ନ ବିଷୟ ପଢ଼ାଉଥିବା ଶିକ୍ଷୟିତ୍ରୀ,ଶିକ୍ଷକ ଏହିପରି ମୋଟ ୪୦ ଜଣ ଶିକ୍ଷୟିତ୍ରୀ,ଶିକ୍ଷକ ତାଲିମ୍ କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ । ଢେଙ୍କାନାଳ ଜିଲ୍ଲା ଭାରପ୍ରାପ୍ତ ଶାରୀରିକ ଶିକ୍ଷା ଅଧିକାରୀ ତଥା କାର୍ଯ୍ୟକ୍ରମ ସଂଯୋଜକ ପ୍ରକାଶ ଚନ୍ଦ୍ର ବେହେରା ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ, କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ଓ ସଫଳ ଭାବରେ ସଭାକାର୍ଯ୍ୟ ପରିଚାଳନା କରି ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ଏହି ଶିକ୍ଷଣୀୟ ତ୍ରିଦିବସୀୟ ତାଲିମ୍ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଆଲୋଚନା କରି ଏହାର ସଫଳ ସଞ୍ଚାଳନ ପାଇଁ ସମସ୍ତଙ୍କର ଆନ୍ତରିକ ସହଯୋଗ କାମନା କରିଥିଲେ। ଢେଙ୍କାନାଳର ଜିଲ୍ଲା ଶିକ୍ଷାଅଧିକାରୀ ବିନିତା ସେନାପତି, ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ସସ୍ମିତା ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ଓ ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ମିଳିତ ମାର୍ଗଦର୍ଶନରେ ଢେଙ୍କାନାଳ ଜିଲ୍ଲା ଭାରପ୍ରାପ୍ତ ଶାରୀରିକ ଶିକ୍ଷା ଅଧିକାରୀ ତଥା କାର୍ଯ୍ୟକ୍ରମ ସଂଯୋଜକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ତ୍ରିଦିବସୀୟ ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା ତାଲିମ କାର୍ଯ୍ୟକ୍ରମ -୨୦୨୪ ର ସଫଳ ଉଦଘାଟନ ଅନୁଷ୍ଠିତ ହୋଇଥିଲା। ଏହି ବିଦ୍ୟାଳୟର କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ,ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,ବାସୁଦେବ ରଣା,ମମତା ବେହେରା,ନରହରି ଗୋଚ୍ଛାୟତ,ସନ୍ତୋଷ ଜେନା,ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସହକାରୀ ପ୍ରଶାନ୍ତ କୁମାର ସାହୁ,ସ୍ୱର୍ଣ୍ଣପ୍ରଭା ରାଉତ,ହରିହର ବିଶ୍ଵାଳ,ଶାରୀରିକ ଶିକ୍ଷା ଶିକ୍ଷକ ଉମେଶ ଦାସ,ପ୍ରତାପ କୁମାର ସାମନ୍ତ,ଯୁଷ୍ମନ୍ତ କୁମାର ସେଠୀ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀଙ୍କ ମିଳିତ ପ୍ରଚେଷ୍ଟା ତଥା ସହଯୋଗିତରେର କାର୍ଯ୍ୟକ୍ରମର ସଫଳ ସଞ୍ଚାଳନ ସମ୍ଭବ ହୋଇପାରିଥିଲା। ପରିଶେଷରେ ପି.ଏମ୍.ଶ୍ରୀ. କାଇମାଟି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଜଗନ୍ନାଥ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ପ୍ରାରମ୍ଭିକ ଉଦ୍ଘାଟନ ଦିବସର ତାଲିମ୍ କାର୍ଯ୍ୟକ୍ରମର ସାମୟିକ ପରିସମାପ୍ତି ଘଟିଥିଲା।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଧର୍ମଗଡ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ

Sunil Chandra Nayak

ପତାଞ୍ଜଳି ଯୋଗ ପରିବାର ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ନିଶୁଳ୍କ ଯୋଗ ଓ ପ୍ରାକୃତିକ ଚିକିତ୍ସା ଶିବିର ଉଦଘାଟିତ

Sunil Chandra Nayak

ଡ୍ରାଇଭର ମୋହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!