ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଜୁନାଗଡ଼ କୁ ହରାଇ ବରଗଡ ଫାଇନାଲ ରେ …

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଜୁନାଗଡ଼ କୁ ହରାଇ ବରଗଡ ଫାଇନାଲ ରେ …

ଜୁନାଗଡ଼୧୭/୧୨(ମ ନି ସ) -ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ପ୍ରଥମ ସେମିଫାଇନାଲ ରେ ବରଗଡ ଟସ ଜିତି ବେଟିଙ୍ଗ ନିଷ୍ପତି ନେଇ ଥିଲେ l ବରଗଡ ବେଟିଙ୍ଗ କରି ୩୦ ଓଭର ରେ ୨୧୫ ରନ ସଂଗ୍ରହ କରିଥିଲେ l ଜବାବ ରେ ଜୁନାଗଡ଼ ୨୩ ଓଭର ୧ ବଲ ରେ ସମସ୍ତ ଉଇକେଟ ହରାଇ ମାତ୍ର ୧୩୪ ରନ କରି ପରାଜୟ ହୋଇ ଥିଲେ l ମେନ ଅଫ ଦି ମ୍ୟାଚ ବରଗଡ ର ରାକେଶ ସିଂ ପାଇ ଥିଲେ l ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବି ଜେ ପି ନେତା ମନୋଜ କୁମାର ମେହେର ସମାଜ ସେବି ଈଶ୍ୱର ପୂଝରୀ, ଉଦ୍ଧବ ସାହୁ, ବିଜୟ ପୁଝରୀ ଉପସ୍ଥିତ ଥିଲେ l ସନ୍ଧ୍ୟା ରେ ବରିଷ୍ଟ ବିଜ୍ଞାନ ଶିକ୍ଷକ ବିଜୟ ପାଢ଼ୀ, ପାରିଷଦ ସଚିନ ଅନ୍ଧାନୀ ଯୋଗ ଦେଇ ଥିଲେ l ବିପ୍ଳବ ସିଂ ଓ ତେଜନ ଦୁର୍ଗା ଖେଳ ପରିଚାଳନା କରିଥିବା ବେଳେ ଧାରlବିବରଣି ନୀତିଶ ମହାପାତ୍ର ,ବିଶ୍ୱ ସାହୁ ସୁଖବିନ୍ଦର ସିଂ ଓ ସନ୍ତୋଷ ପୃଷ୍ଟି କରିଥିଲେ, ମୁକେଶ ପୋଡ଼ ସ୍କୋରର ଦାୟିତ୍ୱ ନେଇଥିଲେ ହାସୀମ ଖାନ ଅନଲାଇନ ସ୍କୋର ଦାଇତ୍ୱ ନେଇଥିଲେ l ୟୂ ଟ୍ୟୁବ ଲାଇଭ ରୀତିକ ଓ ସୁଜଳ କରିଥିଲେ l ଆଜିର ଖେଳ ରେ କ୍ଲବସଭାପତି ହିମାଂଶୁ ଶେଖର ବରାଡ଼ ଉପ ସଭାପତି ସରୋଜ କୁମାର ପଣ୍ଡା,ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଅର୍ଗାନlଇଜ ସମ୍ପାଦକ ମାନସ ସାହୁ ସହ ସମ୍ପାଦକ କଂନେଇ ରାହୁଲ, ସୁଶୀଲ ଠାକୁର, କୋଷାଧକ୍ଷ ଦିଲୀପ ପଣ୍ଡା, ତୁଳସୀ ପଟ୍ଟନାୟକ, ରମଣୀ ପଣ୍ଡା, ନିହାର ପଣ୍ଡା ପପୁ ପଣ୍ଡା, ସୁଜିତ ପଣ୍ଡା, ସରପଞ୍ଚ ଦିବ୍ୟ ଦୀପ, ଦୀପକ ସାହୁ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ lଆସନ୍ତା ମ୍ୟାଚ କେସିଙ୍ଗା ସହ ବଲାଙ୍ଗୀର ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କ୍ଲବ ତରଫରୁ ସୂଚନା ଦିଆ ଯାଇଛି l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ଦ୍ଵିତୀୟ ପ୍ରଶାସନିକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହା ସମାରୋହ ରେ ଉଦଯାପିତ 

Sunil Chandra Nayak

ଆଦିବାସୀ ଭଲି ବଲ ଟୁର୍ନାମେନ୍ଟ ଉଦଯାପିତ,ରଙ୍ଗ ମାଟିଆ ଚମ୍ପିୟାନ 

masiha

ଅନୁଷ୍ଠିତ ହେଲା ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!