ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଜୁନାଗଡ଼ କୁ ହରାଇ କେସିଙ୍ଗା ସେମିଫାଇନାଲ ରେ …

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଜୁନାଗଡ଼ କୁ ହରାଇ କେସିଙ୍ଗା ସେମିଫାଇନାଲ ରେ …

ଜୁନାଗଡ଼୧୯/୧୨(ମ ନି ସ) -ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ରେ ଜୁନାଗଡ଼ ଟସ ଜିତି ବେଟିଙ୍ଗ ନିଷ୍ପତି ନେଇ ଥିଲେ l ଜୁନାଗଡ଼ ବେଟିଙ୍ଗ କରି ୨୮ ଓଭର ୪ ବଲ ରେ ୧୦୯ ରନ ସଂଗ୍ରହ କରିଥିଲେ l ଜବାବ ରେ କେସିଙ୍ଗା ୧୩ ଓଭର ରେ ୩ ଉଇକେଟ ହରାଇ ୭ ଉଇକେଟ ରେ ବିଜୟୀ ହୋଇଥିଲେ l ମେନ ଅଫ ଦି ମ୍ୟାଚ କେସିଙ୍ଗା ର ପ୍ରତୁସ ପ୍ରଧାନ ପାଇ ଥିଲେ l ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଡକ୍ଟର ମୁକେଶ ମହାଳିଙ୍ଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓଡିଶା ସରକାର, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ପୂ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୂ ବ୍ଲକ ଚେରମ୍ୟାନ ମନୋଜ କୁମାର ମେହେର ଜୁନାଗଡ଼ ସିଟିଜେନ ଫୋରମ ସଭାପତି ଅଶୋକ ପାତ୍ର, ଈଶ୍ୱର ପୂଝରୀ, ବିଜୟ ବେହେରା ଉପସ୍ଥିତ ଥିଲେ l ସନ୍ଧ୍ୟା ରେ ପୂ ନଗରପାଳ ସୁଧାଂଶୁ ବରାଡ଼, ସରପଞ୍ଚ ଦିବ୍ୟ ଦୀପ,ସଜନ ଗୋଏଲ ପ୍ରଣବ ଗୋଏଲ ଯୋଗ ଦେଇ ଥିଲେ l ବିପ୍ଳବ ସିଂ ଓ ତେଜନ ଦୁର୍ଗା ଖେଳ ପରିଚାଳନା କରିଥିବା ବେଳେ ଧାରlବିବରଣି ନୀତିଶ ମହାପାତ୍ର ,ପ୍ରଣବ ଗୋଏଲ, କହେଁଇ ରାହୁଲ , ନନ୍ଦୀ ନାଏକ ସ୍କୋରର ଦାୟିତ୍ୱ ନେଇଥିଲେ। ରାହୁଲ ବେହେରା ଅନଲାଇନ ସ୍କୋର ଦାଇତ୍ୱ ନେଇଥିଲେ l ୟୂ ଟ୍ୟୁବ ଲାଇଭ ରୀତିକ ଓ ଆୟୁଷ ବରାଡ଼ କରିଥିଲେ l ଆଜିର ଖେଳ ରେ କ୍ଲବସଭାପତି ହିମାଂଶୁ ଶେଖର ବରାଡ଼, ଚିପ ଏକ୍ସଜିକୁଟିଭ ସମୀର ସାହୁ ଉପ ସଭାପତି ସରୋଜ କୁମାର ପଣ୍ଡା, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଅର୍ଗାନlଇଜ ସମ୍ପାଦକ ମାନସ ସାହୁ ସହ ସମ୍ପାଦକ କଂନେଇ ରାହୁଲ, ସୁଶୀଲ ଠାକୁର, କୋଷାଧକ୍ଷ ଦିଲୀପ ପଣ୍ଡା, ସୁଜିତ ପଣ୍ଡା, ଦୀପକ ସାହୁ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ lଆସନ୍ତା ୨୦ ତାରିଖ ବ୍ରହ୍ମପୁର ସହ ଜେ କେ ପୁର ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କ୍ଲବ ତରଫରୁ ସୂଚନା ଦିଆ ଯାଇଛି l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମଣ୍ଡେଇ କ୍ରୀଡା ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ନନ୍ଦାହାଣ୍ଡି ଏବଂ ଉମରକୋଟ ଚମ୍ପିୟାନ

masiha

ଅଡ଼ାବାଡ଼ି ଚମ୍ପିୟାନସିପ୍ କ୍ରିକେଟ୍ ଟୁର୍ନାମେଣ୍ଟର ଉଦଯାପିତ , କଦମ ଦ୍ୱାର ସାହି ଟିମ୍ ହେଲା ବିଜୟୀ 

masiha

ଶିଉନି ଫୁଟବଲ ଚାମ୍ପିୟାନ କପ, ଫାଇନାଲରେ ଟେମରାକୁ ହରାଇ କୁସୁମବନ୍ଧ ଦଳ ଚାମ୍ପିୟାନ

Sunil Chandra Nayak

Leave a Comment

error: Content is protected !!