ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଓୟୁଜେ ସଂଘର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ 

ଜିଲ୍ଲା ଓୟୁଜେ ସଂଘର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ 

ନବରଙ୍ଗପୁର:(୨୦/୧୨)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ସଦର ବୈଭବ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଓୟୁଜେ ସଂଘର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ସର୍ବ ସମ୍ମତିକ୍ରମେ ପୁଣି ଥରେ ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବ ରେ ବୈଠକ ଆରମ୍ଭ ହୋଇଥିଲା | ବୈଠକ ରେ ସଭାପତି ସୁଶାନ୍ତ ସଂଘ ସବୁବେଳେ ସାମ୍ବାଦିକ ମାନଙ୍କ ପାଇଁ ରହିଛି | ଆଗାମୀ ଦିନରେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ଲାଗି ସେ ପରମର୍ଶ ଦେଇଥିଲେ | ସଂଘକୁ ସୁଦୃଢ କରି ରାଜ୍ୟ ସ୍ତରରେ ଏକ ନମ୍ବର କରିବା ପାଇଁ ଆହ୍ବାନ ଦେଇଥିଲେ | ପ୍ରାରମ୍ଭ ରେ ଗଣେଶଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି କାର୍ଯ୍ୟ ଆରମ୍ଭ ହୋଇଥିଲା | ପୁରୁଣା ସଂଘ ଭଙ୍ଗ କରି ନୂତନ ସଂଘ ଗଠନ କରାଯାଇଥିଲା | ମଞ୍ଚ ପରିଚାଳନା ସାଙ୍ଗଠନିକ ସମ୍ପାଦକ ମହେଶ୍ୱର ବେହେରା ସୂଚାରୁ ରୂପେ ସମ୍ପାଦନ କରିଥିଲେ | ପୁଣି ଥରେ ଜିଲ୍ଲା ସଂଘର ସଭାପତି ଲାଗି ସୁଶାନ୍ତ କୁମାର ବେହେରାଙ୍କ ନାମ ସୁପାରିଶ ହୋଇଥିଲା | ସମସ୍ତ କର୍ମକର୍ତ୍ତା ଏହାକୁ ସମର୍ଥନ ଜଣାଇଥିଲେ | କାର୍ଯ୍ୟକାରୀ ସଭାପତି ନଳିନୀ ରଞ୍ଜନ ମିଶ୍ର,ସାଧାରଣ ସମ୍ପାଦକ ଚିଦାନନ୍ଦ ସାହୁ, ସଂଗଠନ ସମ୍ପାଦକ ଫାଲଗୁନି ପାତ୍ର,ସହ ସମ୍ପାଦକ ଭାବେ ସନ୍ତୋଷ ସିଂ ଦେଓ,ଗିରି ମାଝୀ ଓ ଏମଡି ହୁସେନ, ବୁଲୁ ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ମହାପାତ୍ର ଓ ସୁମିତ ଘଣ୍ଟ, ଜାତୀୟ କାର୍ଯ୍ୟକାରୀ ସଦସ୍ୟ ଦିଲୀପ ଦାସ, ଉପସଭାପତି ସଞ୍ଜୟ ପାଢ଼ୀ, ଭବାନୀ ନାୟକ, ମନୋଜ ପାଣ୍ଡୀ, ତପନ ବିଶୋଇ ଓ ଲକ୍ଷ୍ମୀକାନ୍ତ ପଣ୍ଡା,କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ସ୍ବପ୍ନଜିତ ପଟନାୟକ, ଏନ ଜନାର୍ଦ୍ଦନ ରାଓ, ପ୍ରଶାନ୍ତ କୁମାର ସାହୁ,ଜୟଶ୍ରୀ ଦାସ, ବିକାଶ ସୁଆର,ସିମାଦ୍ରୀ ପଟନାୟକ, ମୁତ୍ୟାଲୁ ବିଶୋଇ,ପ୍ରବୀଣ ସତନାମୀ,ଅନୁରାଗ ପଟନାୟକ, ଦିଲୀପ ସୁନା କୋଷାଧକ୍ଷ ଭାବେ ଖଗେଶ୍ୱର ମହାକୁଡ଼,ଆଇନ ପରାମର୍ଶ ଦାତା କୃଷ୍ଣ ଚନ୍ଦ୍ର ପଟ୍ଟନୟକ, ପରାମର୍ଶ ଦାତା କିରଣ ପଟ୍ଟନାୟକ, ଜଗନ୍ନାଥ ମହାପାତ୍ର, ସୋସିଆଲ ମିଡ଼ିଆ ସଂଯୋଜକ ଭାବେ ସନ୍ତୋଷ ଶତପଥି, ସଂଜୀବ ଯାନୀ, ତ୍ରିନାଥ ଧୂରୁଆଙ୍କୁ ଚୟନ କରାଯାଇଥିଲା | ସମସ୍ତ ନୂତନ ସଦସ୍ୟଙ୍କୁ ପୁଷ୍ପ ମାଲ୍ୟ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା | ସଂଘର ପରବର୍ତ୍ତୀ କାର୍ଯ୍ୟ ପନ୍ଥା ନେଇ ଆଲୋଚନା ହୋଇଥିଲା | ଆସନ୍ତା ଜାନୁଆରୀ ମାସରେ ସଂଘର ବଣଭୋଜି କରିବା ଲାଗି ନିଷ୍ପତ୍ତି ହୋଇଥିଲା | କାର୍ଯ୍ୟକ୍ରମରେ ଜିଲ୍ଲାର ଦଶ ଗୋଟି ବ୍ଲକରୁ ଶତାଧିକ ସାମ୍ବାଦିକ ଯୋଗଦେଇଥିଲେ | 

( ମ ନି ସ ) 

Related posts

ମୋଟରସାଇକେଲ ମୁହାଁମୁହିଁ ଧକ୍କା ୨ ମୃତ,୧ ଗୁରୁତ୍ତର 

Sunil Chandra Nayak

ଗୁଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ରାଇରଙ୍ଗପୁର ଟାଉନଥାନା ! ସ୍କୁଟିରୁ ଖସି ମହିଳା ମୃତ

Leave a Comment

error: Content is protected !!