ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଠାରେ ଦିବ୍ୟଦର୍ଶନ ସଂଘର 37ତମ ସର୍ବଭାରତୀୟ ଦିବ୍ୟ ସମ୍ମିଳନୀ ଆୟୋଜନ 

  ରାୟଗଡ଼ା ଠାରେ ଦିବ୍ୟଦର୍ଶନ ସଂଘର 37ତମ ସର୍ବଭାରତୀୟ ଦିବ୍ୟ ସମ୍ମିଳନୀ ଆୟୋଜନ 

    ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟଦର୍ଶନ ସଂଘର ରାୟଗଡ଼ା ଶାଖା ପକ୍ଷରୁ ୩୭ତମ ସର୍ବଭାରତୀୟ ଦିବ୍ୟ ସମ୍ମିଳନୀ ଆୟୋଜନ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଜିଲ୍ଲାର ସଦର ମହକୁମା ରାୟଗଡ଼ା ଠାରୁ କୋରାପୁଟ ରାସ୍ତାରେ ଛଅ କି.ମି. ଦୂର OPDSC ପଡ଼ିଆ, ଜପାଖାଲ ଠାରେ ତିନିଦିନ ବ୍ୟାପୀ ଚଳିତ 2024 ଡିସେମ୍ବର ମାସର 27,28 ଓ 29 ତାରିଖ ଯାଏ ଅନୁଷ୍ଠିତ ହେବ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଏପରିକି ଓଡିଶା ଏବଂ ଅନ୍ୟାନ୍ୟ ରାଜ୍ୟରୁ ସଦଗୁରୁଙ୍କ ହଜାର ହଜାର ସଂଖ୍ୟାରେ ଶିଷ୍ୟ-ଶିଷ୍ୟା ଯୋଗଦାନ କରିବାର ସଂଭାବନାକୁ ଆଖି ଆଗରେ ରଖି ରାୟଗଡ଼ା ଶାଖାର ଶିଷ୍ୟ-ଶିଷ୍ୟା ଜିଲ୍ଲାର ଅନ୍ୟ ଶାଖା ଓ ଅଞ୍ଚଳର ଭାଇ ଭଉଣୀ ମାନଙ୍କ ସହଯୋଗ ନେଇ ବ୍ୟାପକ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଦିବ୍ୟଦର୍ଶନ ସଂଘ ସେଣ୍ଟ୍ରାଲର ସଭାପତି ପୂଜ୍ୟ ରବିନ୍ଦ୍ରନାଥ ଭାଇ, ସଂପାଦକ ପୂଜ୍ୟ କେଶବ ଭାଇ, ଉପ-ସଭାପତି ପୂଜ୍ୟ ବିଶ୍ୱନାଥ ଭାଇ ଓ ଯୋଗାଚାର୍ଯ୍ୟ ପୂଜ୍ୟ ସୁନାରାମ ଭାଇ ପ୍ରମୁଖ ଏହାର ସୁବନ୍ଦୋବସ୍ତ ନିମନ୍ତେ ବାରମ୍ବାର ତଦାରଖ ଜାରି ରଖିଛନ୍ତି । ସଂଘ ର ସେଣ୍ଟ୍ରାଲ ସଂପାଦକ ପୂଜ୍ୟ କେଶବ ଭାଇଙ୍କ ତତ୍ତ୍ଵାବଧାନରେ ସର୍ବଶ୍ରୀ ଆବାହକ ସିଦ୍ଧାର୍ଥ ପରିଡା, ଜଗଦୀଶ ପଣ୍ଡା , N.ଶ୍ରୀନିବାସ ରାଓ, ସୁବାଷ ବିଶିମାଝୀ, ଗୋପୀନାଥ ବେହେରା, ରଜନୀକାନ୍ତ ଶତପଥୀ, L.ନାଗେଶ୍ୱର ରାଓ, ବସନ୍ତ ଲିମା, ତଥା ସୁଶ୍ରୀ ପୁର୍ଣିମା ଦାସ ପ୍ରମୁଖ ନିଷ୍ଠାର ସହ ନିୟୋଜିତ ଅଛନ୍ତି ।

      ପ୍ରକାଶ ଥାଉ କି, ଦିବ୍ୟଦର୍ଶନ ସଙ୍ଘ ମାନବ ସମାଜରେ କର୍ମ,ଭକ୍ତି ଓ ଜ୍ଞାନର ମହାନତାକୁ ଜ୍ଞାନ ମାର୍ଗରେ ସତସଂଗ ମାଧ୍ୟମରେ ଶିକ୍ଷାଦାନ କରି ଚାଲିଛି । ସମାଜରେ ସତ୍ୟଜ୍ଞାନ, ଆତ୍ମଜ୍ଞାନ ଓ ସନାତନ ଧର୍ମର ବିଷୟବସ୍ତୁକୁ ପ୍ରଚାର କରି ସୁଖ, ଶାନ୍ତି, ଆନନ୍ଦ ପ୍ରତିଷ୍ଠା କରିବା ଉଦ୍ୟମ କରୁଛି । ଏହିଭଳି ସର୍ବ ଭାରତୀୟ ଦିବ୍ୟ ସମ୍ମିଳନୀ ଆୟୋଜନ କରିବା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମାଜ ସତ୍ୟ, ଜ୍ଞାନ ଓ ସନାତନ ଧର୍ମର ପ୍ରକୃତ ସ୍ୱରୂପକୁ ବୁଝି ତାକୁ ପାଳନ କରି ମଣିଷ ଜନ୍ମର ସାର୍ଥକତାକୁ ଉପଲବ୍ଧି କରନ୍ତୁ ଓ ନିଜ ସ୍ୱରୂପ ପ୍ରାପ୍ତି ବା ମୁକ୍ତିଲାଭ କରନ୍ତୁ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ବିକାଶ ମଞ୍ଚର ଚେତାବନୀ

Sunil Chandra Nayak

ବ୍ଲକ ସ୍ତରୀୟ ଚଇତି, ଲୋକ ମହୋତ୍ସବ ୨୦୨୪ ବିଷମକଟକ ବ୍ଲକରେ ଧୁମଧାମରେ ପାଳିତ ହୋଇଯାଇଛି

masiha

ନବରଙ୍ଗପୁର ଠାରେ ବିଶ୍ଵ ନିମୋନିଆ ଦିବସ ପାଳିତ 

masiha

Leave a Comment

error: Content is protected !!