ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ  ସୁପର ଓଭର ରେ ମେଚ ଜିତି ଫାଇନାଲ କୁ ଗଲା କେସିଙ୍ଗା , ଦର୍ଶକ ପାଇଲେ ୨୧୦୦ ଟଙ୍କା

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ

 ସୁପର ଓଭର ରେ ମେଚ ଜିତି ଫାଇନାଲ କୁ ଗଲା କେସିଙ୍ଗା , ଦର୍ଶକ ପାଇଲେ ୨୧୦୦ ଟଙ୍କା

ଜୁନାଗଡ଼୨୨/୧୨(ମ ନି ସ) -ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ଦ୍ୱତୀୟ ସେମିଫାଇନାଲ କେସିଙ୍ଗା ଏକ ରୋମାଞ୍ଚକ ମ୍ୟାଚ ଖେଳି ସୁପର ଓଭର ରେ ବ୍ରହ୍ମପୁର କୁ ହରାଇ ଫାଇନାଲ ଖେଳିବ କେସିଙ୍ଗା l ଟସ ଜିତି ବେଟିଙ୍ଗ ନିଷ୍ପତି ନେଇ ଥିଲେ ବ୍ରହ୍ମପୁର, ବେଟିଙ୍ଗ କରି ସମସ୍ତ ଉଇକେଟ ହରାଇ ୨୯ଓଭର ରେ୧୨୪ରନ ସଂଗ୍ରହ କରିଥିଲେ l ଜବାବ ରେ କେସିଙ୍ଗା ୨୬ଓଭର ୧ ବଲ ରେ ସମସ୍ତ ଉଇକେଟ ହରାଇ ୧୨୪ ରନ କରି ମେଚ ଡ୍ର କରିଥିଲେ l ସୁପର ଓଭର ରେ କେସିଙ୍ଗା ୬ ବଲ ରେ ୧୦ ରନ କରି ୧୧ ରନ ର ଟାର୍ଗେଟ ଦେଇଥିଲେ l ଜବାବ ରେ ବ୍ରହ୍ମପୁର ୫ ବଲ ରେ ଦୁଇ ଉଇକେଟ ହରାଇ କେବଳ ୭ ରନ କରି ହାରି ଯାଇଥିଲେ lମେନ ଅଫ ଦି ମ୍ୟାଚ କେସିଙ୍ଗା ର ଦୀପକ ପରିଡା ପାଇ ଥିଲେ l ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ଅତିଥି ଭାବେ ସମାଜସେବୀ ଦାମୋଦର ବେହେରା ଉପସ୍ଥିତ ଥିଲେ l ସନ୍ଧ୍ୟା ରେ ପାରିଷଦ ସଚିନ ଅନ୍ଧାନୀ, ଯୁବ ଇଞ୍ଜିନିଅର ସଞ୍ଜୟ ମଲ୍ଲିକ କ୍ଲବ ଉପଦେଷ୍ଟା ଅଶୋକ ପଟ୍ଟନାୟକ ସାମ୍ବାଦିକ ରାକେଶ ବେମାଲ ଯୋଗ ଦେଇ ଥିଲେ l ବିପ୍ଳବ ସିଂ ଓ ତେଜନ ଦୁର୍ଗା ଓ ତୃତୀୟ ଅମ୍ପାୟାର ସମୀର ସାହୁ ଓ ଦିପେନ ସାହୁ ଖେଳ ପରିଚାଳନା କରିଥିବା ବେଳେ ଧାରlବିବରଣି ନୀତିଶ ମହାପାତ୍ର ମାନସ ସାହୁ ବିନୟ ସାହୁ , ନେଇଥିଲେ l ମୁକେଶ ପୋଡ଼ ସ୍କୋରର ଦାୟିତ୍ୱ ନେଇଥିଲେ l ହାସୀମ ଖାନ ଅନଲାଇନ ସ୍କୋର ଦାଇତ୍ୱ ନେଇଥିଲେ l ୟୂ ଟ୍ୟୁବ ଲାଇଭ ରୀତିକ କରିଥିଲେ l ପଡିଆ ବାହାରେ ଗୋଟିଏ ହାତରେ ଦର୍ଶକ କେଚ ଧରିଲେ ୨୧୦୦ ଟଙ୍କା ପୂ ନଗରପାଳସୁଧାଂଶୁ ବରାଡ଼ ଙ୍କ ଦ୍ୱାରା ଘୋଷିତ ପୁରସ୍କାର ପଲାଶ ଗ୍ରାମ ର ଆକାଶ ବାଗ କେଚ ଧରି ପାଇଥିଲେ lଆଜିର ଖେଳ ରେ କ୍ଲବସଭାପତି ହିମାଂଶୁ ଶେଖର ବରାଡ଼, ଚିପ ଏକ୍ସଜିକୁଟିଭ ସମୀର ସାହୁ ଉପ ସଭାପତି ସରୋଜ କୁମାର ପଣ୍ଡା, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଅର୍ଗାନlଇଜ ସମ୍ପାଦକ ମାନସ ସାହୁ ସହ ସମ୍ପାଦକ କଂନେଇ ରାହୁଲ, ସୁଶୀଲ ଠାକୁର, କୋଷାଧକ୍ଷ ଦିଲୀପ ପଣ୍ଡା, ଦୀପକ ସାହୁ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ lଆସନ୍ତା ୨୩ ତାରିକ ଫାଇନାଲ ବରଗଡ ବ୍ଲୁ ଡ୍ୟାମଣ୍ଡ ସହ କେସିଙ୍ଗା କେ ସି ଏ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କ୍ଲବ ତରଫରୁ ସୂଚନା ଦିଆ ଯାଇଛି l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲର ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ 

masiha

ସପ୍ତମ ଦିନରେ ଫୁଟବଲ ମହାକୁମ୍ବ

masiha

ଜିଲ୍ଲା ସ୍ତରୀୟ ଦୌଡ଼କୁଦ ଓ ଖେଳ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!