ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ଗସ୍ତରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ସୁବ୍ରତ ବକଚି 

ନୂଆପଡା ଜିଲ୍ଲା କୁ ଗସ୍ତରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକାରଣ ସୁବ୍ରତ ବକଚି ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ଖଡ଼ିଆଳ ସ୍ଥିତ ଜିଲ୍ଲାର ସର୍ବ ପ୍ରାଚୀନ ହାଇସ୍କୁଲ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ରେ ଦକ୍ଷତା ବୃଦ୍ଧି ଏବଂ ଜୀଵନର ଲକ୍ଷ ବାଛିବା ନେଇ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ନୂଆପଡା ଜିଲ୍ଲା ଲଖନା ଗ୍ରାମର ଗୌତମ ସାହୁଙ୍କ ଜୀବନ ଉପରେ ଗୁରୁତ୍ବ ଦେଇ ତାଙ୍କ ସଫଳତା ଉପରେ କହିଥିଲେ। ନୂଆପଡା ଗୌତମ ସାହୁ ୩ ଭଉଣୀ ତାଙ୍କ ବାପା ମାଁ ଏକ ଛୋଟ ବର୍ତ୍ତନ ବାସନ ଦୋକାନ କରି ଚଳନ୍ତି। ଗୌତମ ସାହୁ ମେଟ୍ରିକରେ ୫୫% ପ୍ରତିଶତ ରେ ପାସ କରି କଣ କରିବେ ଭାବି ପାରୁନଥିଲେ। ଖରିଆର ରୋଡ଼ ଶିଳ୍ପ ତାଲିମ କେନ୍ଦ୍ର ରେ ତାଲିମ ନେଇ ଏକ ବର୍ଷ ପୋଲିଟେକ୍ନିକ ରେ ପାସ ହୋଇଥିଲେ। ଓଡିଶା ସରକାର ପକ୍ଷରୁ ନିର୍ମାଣ ଧିନ ବିଶ୍ଵ ସ୍କିଲ ସେଣ୍ଟର ର ପ୍ରବେଶିକା ପରୀକ୍ଷା ରେ ପ୍ରଥମ ହୋଇ ସେ ଏକ ବର୍ଷ ଅଧ୍ୟୟନ କରି ସିଙ୍ଗାପୁର କୁ ପଢିବାକୁ ଯିବେ। ତାଙ୍କର ଏହି କହାଣୀ ପ୍ରତ୍ୟେକ ଘରକୁ ପହଁଚିବା କଥା ବୋଲି ସେ ଆହ୍ବାନ କରିଛନ୍ତି। ପରେ ଵାଦୀ ଠାରେ ଶିଳ୍ପ ତାଲିମ କେନ୍ଦ୍ର ରେ ପହଞ୍ଚିଥିଲେ। ଛାତ୍ର ଛାତ୍ରୀଙ୍କ ସହ କଥା ହୋଇ ଭୋଜନ କରିଥିଲେ। । ଛାତ୍ରୀମାନେ ମଧ୍ୟ ଭୋଜନ କରି ନିଜ ଜୀଵନର ଲକ୍ଷ ଉପରେ ଆଲୋଚନା କରିଛନ୍ତି। ନୂଆପଡା ଜିଲ୍ଲାପାଳ ସ୍ବାଧା ଦେବ ସିଂ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ମଧ୍ୟ ଉପସ୍ଥିତ ରହିଥିଲେ। ଏବଂ ଜୀଵନର ଲକ୍ଷ ବାଛିବା ନେଇ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

  ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ବୋଧନ କରିଛନ୍ତି। ନୂଆପଡା ଜିଲ୍ଲା ଲଖନା ଗ୍ରାମର ଗୌତମ ସାହୁ ଙ୍କ ସଫଳତା ସହ ବରଗଡ଼ ଜିଲ୍ଲାର ଝିଅ ରେଲ ଡିଜେଲ ଇଞ୍ଜିନ ଚଳାଇ ଇତିହାସ ରଚିଥିବା କାହାଣୀ କହିଥିଲେ। ଓଡ଼ିଆହା ସରକାର ପକ୍ଷରୁ ଭୁବନେଶ୍ଵର ମଞ୍ଚେଶ୍ଵର ଠାରେ ୧୨୦୦ କୋଟି ଟଙ୍କା ବ୍ୟୟରେ ବିଶ୍ଵ ସ୍କିଲ ସେଣ୍ଟର ନିର୍ମାଣ ହେଉଥିବା ବେଲେ ଏହି କେନ୍ଦ୍ର କୁ ଜିଲ୍ଲାର ଛାତ୍ର ଛାତ୍ରୀମାନେ ପଠାଇବାକୁ ଆହ୍ବାନ କରିଛନ୍ତି। ଭାରତର ୧୦୦ ଗୋଟି ପ୍ରମୁଖ ଶିଳ୍ପ କେନ୍ଦ୍ର ମଧ୍ୟରୁ ଓଡ଼ିଶାର ୧୧ ଗୋଟି ଶିଳ୍ପ କେନ୍ଦ୍ରସ୍ଥାନୀତ ହୋଇଅଛି। ସେହିପରି ନୂଆପଡା ଜିଲ୍ଲାର ଦୁଇ ଗୋଟି ଶିଳ୍ପ କେନ୍ଦ୍ର ଓଡ଼ିଶାର ଶେଷ୍ଠ ୨୦ ଗୋଟି ଶିଳ୍ପ କେନ୍ଦ୍ର ରେ ସ୍ଥାନ ରହିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ବୈଷୟିକ ଶିକ୍ଷା ଦକ୍ଷତା ବୃଦ୍ଧିରେ ନୂଆପଡା ନିଜର ସ୍ବତନ୍ତ୍ର ସ୍ଥାନ ଅକ୍ତିଆର କରିବ ବୋଲି ପ୍ରକାଶ କରିଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କାଉଡୋଳା ଛକରେ ସରକାରୀ ବସ, ଟ୍ରଲର ଓ ମିନିଟ୍ରକ ମଧ୍ୟରେ ଦୁର୍ଘଟଣା, ୨ ଗୁରୁତର

Sunil Chandra Nayak

ମାମି ପାତ୍ର ଙ୍କ କବିତା ନାଉରିଆ ଭାଇରେ ନାଉରିଆ  ଭାଇ

Sunil Chandra Nayak

ବାଲେଶ୍ଵର – ଶିବ ସେନା ର ଷ୍ଟେଟ ମିଡିଆ ସେଲ ଭାଇସ୍ ପ୍ରେସିଡେଣ୍ଟ୍ ହେଲେ ନରେନ୍ଦ୍ର ପ୍ରସାଦ ବେହେରା

Leave a Comment

error: Content is protected !!