ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ୬୨ତମ ବାର୍ଷିକ ଉତ୍ସବ – ଉଦ୍ୟମ – ଆୟୋଜିତ

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ୬୨ତମ ବାର୍ଷିକ ଉତ୍ସବ – ଉଦ୍ୟମ – ଆୟୋଜିତ

ସ୍ଥାନୀୟ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ୬୨ତମ ବାର୍ଷିକ ଉତ୍ସବ *ଉଦ୍ୟମ୍* ମହା ଆଡମ୍ବରରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନିଶଙ୍କଙ୍କ ସଭାପତିତ୍ବରେ ଆୟୋଜିତ ସାଂସ୍କୃତିକ ସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମାନ୍ୟ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ସ୍ବତନ୍ତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଶେଷ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ଚନ୍ଦ୍ର ପାଟ୍ଟଯୋଷି ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁଶ୍ରୀ ସବିତା ପଟନାୟକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ହୃଦାନନ୍ଦ ସାହୁ ଓ ସରପଞ୍ଚ ରୀନା ରାଣୀ ଜାଲ ମଞ୍ଚାସୀନ ଥିଲେ । ଶିକ୍ଷକ ବିରଞ୍ଚି ବାଗ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚ ସଂଯୋଜନା ବିରଞ୍ଚି ନାରାୟଣ ମୁଣ୍ଡ ଓ ଶିକ୍ଷକ ନିରାକାର ଗହୀର ଧନ୍ୟବାଦ ଅର୍ପଣ କରିଥିଲେ। ସ୍କୁଲ ପରିଚାଳନା ଓ ଉନ୍ନୟନ କମିଟିର ସଦସ୍ୟ ତଥା ଗ୍ରାମବାସୀଙ୍କ ମଧ୍ୟରୁ ରୋ଼ଶନ୍ ଲାଲ ଛତର, ଯୁଧିଷ୍ଠିର ଜାଲ, ପିନକୁଇଁନ ପ୍ରଧାନ, ଅଷ୍ଟମୀ ଛୁରା,ସୁକାନ୍ତ ରଥ,ପରମାନନ୍ଦ ବାଗ, ଇନ୍ଦୁଭୂଷନ ସାହୁ,ମନ୍ମଥ ପ୍ରଧାନ, ପ୍ରଶାନ୍ତ ପ୍ରଧାନ,ବଡ ମନ୍ତୁ ନାଏକ ,ନିର୍ମଳ ବେହେରା, ନିତ୍ୟାନନ୍ଦ ବାଗ ଓ ଅନ୍ୟ ସଦସ୍ୟ ସଦସ୍ୟା ବୃନ୍ଦ, ଶିକ୍ଷକ ଆଶୁତୋଷ ପଧାନ, ଦୀପ୍ତିମୟୀ ରଣା, ବନ୍ଦନା ଭୋଇ , ପ୍ରତିମା ଭୋଇ, ସୌମ୍ୟା ମାଧୁରିମା ,ସାଗର ହରପାଲ୍, ଯୁଗଳ ଚରଣ ସାହୁ, ମନୋଜ ଶବର, ସୁଜିତ୍ ସାହୁ, ଅଭିଳାଷ ପଣ୍ଡା, ସୋମାଲିନ ରାଉତ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଞ୍ଚି ଜାଲ, ବିଜୟ ଦାସ , ଯାଜ୍ଞସେନ ମାଝୀ, ପ୍ରମୁଖ ବିଭିନ୍ନ କାର୍ଯ୍ଯରେ ସହାୟତା କରିଥଲେ। ବିଦ୍ୟାଳୟର ମାଟ୍ରିକ ଟପ୍ପର ଦୁଃଶିଲା ମହାନନ୍ଦ ଓ ଦିନେଶ କୁମାର ପୁଟେଲଙ୍କୁ ହରିହର ରଥ ସ୍ମାରକୀ ସ୍ମୃତି ପୁରସ୍କାର,ରାଜ୍ୟ ସ୍ତରୀୟ କ୍ରୀଡ଼ାରେ ଭାଗ ନେଇଥିବା ରୋହନ ପାୟସିଂ ଓ ରାଜେଶ ଜାନୀ ତଥା ଅନ୍ୟାନ୍ୟ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ପୁରସ୍କୃତ କରାଯାଇଥଲା। କଳାହାଣ୍ଡି ଆର୍ଟ ଫାଉଣ୍ଡେସନ ତରଫରୁ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ଅତିଥିଗଣ ଉଦ୍ଘାଟନ କରିଥିଲେ। ଏ ମାସ ଶେଷରେ ଅବସର ନେବାକୁ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାନ୍ୟବର ମନ୍ତ୍ରୀ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । 

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ଭାରତୀୟ ମଜଦୁର ସଂଘର କୋଡିଏ ତମ ଅଖିଳ ଭାରତୀୟ ତ୍ରୟବାର୍ଷିକ ଅଧିବେଶନ 

Sunil Chandra Nayak

ମା’ କନ୍ଧୁଣୀ ଦେବୀଙ୍କ ଦିବ୍ୟ ଆଶୀର୍ବାଦ ଲାଭ କଲେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

Sunil Chandra Nayak

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୫ ତମ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!