ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଶୁ ପକ୍ଷୀଙ୍କ ନିଆରା ପ୍ରେମ ରେ ଢେଙ୍କାନାଳର ପୁଅ ଶୁଭ୍ରାଂଶୁ

 ଧୁ ଧୂ ଖରା ବେଳ, ମାଟି ରୁ ଆକାଶ ଯାଏ ସବୁଠି ତାତି ପ୍ରବଳ, ପାଣି ଟିକିଏ ପାଇବା ପାଇଁ ମନୁଷ୍ୟ ହୁଏ ଡହଳ ବିକଳ , କାହିଁକି ନା ଶୁଖି ଯାଇଥାଏ ନଦନଦୀ ପୋଖରୀ ର ଜଳ, କିନ୍ତୁ ପଶୁ ପକ୍ଷୀଙ୍କ ଚିନ୍ତା କରିବାକୁ ଲୋକ ଏଇ ସମୟରେ ବିରଳ। କଣ ଲୋପ ପାଇଯିବ ସେମାନଙ୍କ ବଂଶ କୁଳ???

ଏଇ କଥା ଦିନ ରାତି ଭାବି ସେମାନଙ୍କ ପ୍ରେମ ରେ ପଡିଯାଇଛନ୍ତି ଢ଼େଙ୍କାନାଳ(କୁଞ୍ଜକାନ୍ତ) ମାଟିର ପୁଅ ଶୁଭ୍ରାଂଶୁ ଶତପଥୀ । ତାଙ୍କ ବାପା ଉଦୟନାଥ ଶତପଥୀ ବନ ବିଭାଗର ଅଧିକାରୀ ଭାବେ କାର୍ଯ୍ୟ ରତଥିଲେ ,ଯାହାକି ଛୋଟ ବେଳୁ ପ୍ରକୃତି ପ୍ରତି ଆନମନା ହେବାରେ ଆଉ ଟିକିଏ ସାହାର୍ଯ୍ୟ କରିଛି। ନିଜ କ୍ୟାମେରା ରେ କୈଦ୍ କରନ୍ତି ଚିତ୍ର ସହ ଚରିତ୍ର । ବାଣିଜ୍ୟ ବିଭାଗ ର ଛାତ୍ର ହୋଇଥିଲେ ସୁଦ୍ଧା ଚାକିରି ପ୍ରତି ବିମୁଖ ହୋଇ ବନ ପରିବେଶ ସହିତ ପଶୁ ପକ୍ଷୀଙ୍କ ସଂରକ୍ଷଣ କାର୍ଯ୍ୟ ରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି।

               ୟୁକେ ୱାଇଲ୍ଡ ଲାଇଫ ଫିଲ୍ମ ତାଙ୍କ ନାଆଁ କୁ ସୀକୃତି ପ୍ରଦାନ କରିଛନ୍ତି। ମିଳିତ ଜାତିସଂଘ ତରଫରୁ ସେ ପୁରସ୍କୃତ ହେବାରେ ଢ଼େଙ୍କାନାଳ ଜିଲ୍ଲାର ସେ ପ୍ରଥମ ବ୍ୟକ୍ତି। ସେ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ମାନଂକ ମଧ୍ୟ ରେ ସେ ବିଭିନ୍ନ ପ୍ରକାର ର କର୍ମଶାଳା ଆୟୋଜନ କରି ସେମାନଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରୁଛନ୍ତି। ତାଙ୍କ ମାଆ ଙ୍କ ଠାରୁ ପ୍ରେରଣା ପାଇ ୨୦୦୮ ମସିହା ରୁ ଆରମ୍ଭ କରିଥିବା ଏଇ ମହନୀୟ ଉଦ୍ୟମ କୁ ଏଯାବତ୍ ଜାରି ରଖିଛନ୍ତି। ଏବେ ସୁଦ୍ଧା ଘର ଘର ବୁଲି କୋଡ଼ିଏ ହଜାର ମାଟି ପାତ୍ର ପ୍ରଦାନ କରିଛନ୍ତି।ଆଗକୁ ପଚାଶ ହଜାର ମାଟି ପାତ୍ର ପ୍ରଦାନ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

ଖରା ଦିନରେ ବାହାରେ କିପରି ପଶୁ ପକ୍ଷୀଙ୍କ ପାଇଁ ପାତ୍ର ରେ କିଛି ଜଳ ରଖିବା ଓ ଜଙ୍ଗଲ ରେ ଗଛ ଉପରେ ପାଣି ରଖି ସେମାନଙ୍କ ଖରାଦିନିଆ ଶୋଷ ମେଣ୍ଟାଇବା ତତ୍ ସହିତ କୃତିମ ପୁଷ୍କରିଣୀ ସୃଷ୍ଠି କରିବା ସେ ସଂପର୍କିତ ବିଭିନ୍ନ ଉପାୟ କୌଶଳ ପ୍ରଦର୍ଶନ କରୁଛନ୍ତି।ଏଠାରେ ସୂଚନା ଯୋଗ୍ୟ ଯେ ବସୁଧା ନେସନାଲ ଆୱାର୍ଡ଼, ଏସ ଏଫ୍ ଏମ୍ ଅଫ ଇଣ୍ଡିଆନ ଆୱାର୍ଡ଼, ସ୍କ୍ରିନିଂ ନେସନାଲ ଏଣ୍ଟରପ୍ରିଣ୍ଟ ସମିଟ ଆୱାର୍ଡ଼, ଆସ୍ଥାନ ପୂପିଲ୍ସ ଚଏସ ଆୱାର୍ଡ଼, ୱାଇଲ୍ଡ ଲାଇଫ ଭାଷା ଫେଷ୍ଟିଭାଲ ଆୱାର୍ଡ଼ ପରି ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିଛନ୍ତି। ଶୁଭ୍ରାଂଶୁ ନିଜ ଆଭା ବିଭା ପ୍ରତିଭା ଦ୍ୱାରା ସେ ସମସ୍ତ ଙ୍କ ର ପ୍ରିୟ ହୋଇ ପାରିଛନ୍ତି ଏହି ପରି ଜଣେ ଯୁବ ପରିବେଶବିତ୍ କୁ ପାଇ ଢ଼େଙ୍କାନାଳ ଜିଲ୍ଲା ଆଜି ଗର୍ବିତ ହୋଇଛି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ନିବେଦନ

Sunil Chandra Nayak

ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ପଣ୍ଡକୁଳ ପ୍ରାଥମିକ ବିଦ୍ୟାଳୟ ଖୋଲିଲେ,

Sunil Chandra Nayak

ମହିଳା ଙ୍କ ଶବ ଉଦ୍ଧାର,ବାପା ଘରେ ଆଣିଲେ ହତ୍ୟା ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!