ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁନି ଝିଅ ବୁଲା କୁକୁର ମାନଙ୍କ ଆକ୍ରମଣ ରେ ମୃତ 

କୁନି ଝିଅ ବୁଲା କୁକୁର ମାନଙ୍କ ଆକ୍ରମଣ ରେ ମୃତ 

ନବରଙ୍ଗପୁର:(୨୪|୧୨)(ରବିନାରାୟଣମହାନ୍ତି)କୋରାପୁଟ ଜିଲ୍ଲାର ଫୁଫୁଗାଁ ରେ ଘଟିଛି ହୃଦୟ ବିଦାରକ ଏକ ଅଘଟଣ l ଭାଇ ଭଉଣୀ ଖେଳୁଥିବା ସମୟରେ ଚାରି ରୁ ପାଞ୍ଚ ଟି ବୁଲା କୁକୁର ମାନଙ୍କ କାମୁଡ଼ାରେ ଛ ବର୍ଷର ଝିଅ ରକ୍ତରେ ଲହୁଲୁହାଣ ହୋଇ ପଡ଼ି ଥିଲା l ଭାଇ ଏହାକୁ ଦେଖି ଘରକୁ ଯାଇ ଖବର ଦେଇଥିବାରୁ ଗ୍ରାମବାସୀ ଓ ପରିବାର ଲୋକ ମାନଙ୍କ ସାହାଯ୍ୟରେ ଉଦ୍ଧାର ହୋଇଥିଲା ଛ ବର୍ଷର କୁନି ଝିଅ l ସୂଚନା ରୁ ପ୍ରକାଶ, ଫୁଫୁଗାଁରେ ଦିନ ଡି ପ୍ରହରରେ ଚାନ୍ଦିନୀ ହରିଜନ ବୟସ ୬ ବର୍ଷ ନିଜ ୮ ବର୍ଷର ଭାଇ ସହ ନିକଟରେ ଥିବା ଜମିରେ ଖେଳିବାକୁ ଯାଇଥିଲେ l ସେହି ସମୟରେ ଚାରି ରୁ ପାଞ୍ଚ ଗୋଟି ବୁଲା କୁକୁର ଆସି ପ୍ରଥମେ ଚାନ୍ଦିନୀକୁ କୁକୁର ଗୁଡିକ ଆକ୍ରମଣ କରିଥିଲେ l ୮ ବର୍ଷ ଭାଇ ଭୟରେ ସେହି ସ୍ଥାନରୁ ଦୌଡ଼ି ଯାଇ ଗାଁ ରେ ଖବର ଦେଇଥିଲା lସଙ୍ଗେ ସଙ୍ଗେ କିଛି ଲୋକେ କୁକୁର ମାନଙ୍କୁ ଗୋଡାଇବା ପରେ ଝିଅ କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି କୁମୁଲିପୁଟ ମେଡିକାଲ କୁ ନେଇଥିଲେ, କିନ୍ତୁ ସେଠାରେ ଡ଼ାକ୍ତର ଚାନ୍ଦିନୀ କୁ ମୃତ ଘୋଷଣା କରିଥିଲେ l ଉକ୍ତ ଗାଁ ରେ ଶୋକ ର ଛାୟା ଖେଳିଯାଇଛି l

( ମ ନି ସ )

Related posts

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ କାୟା କଳ୍ପ ନିର୍ଦ୍ଧାରଣ କମିଟିର ପରିଦର୍ଶନ

Sunil Chandra Nayak

ସାମ୍ବାଦିକଙ୍କ ପିତୃ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ 

Sunil Chandra Nayak

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!