ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାମରା ସଂଘର ବିଭନ୍ନ ପ୍ରତିଯୋଗିତା

ଧାମରା ସଂଘର ବିଭନ୍ନ ପ୍ରତିଯୋଗିତା 

ରାଉରକେଲା: ରାଉରକେଲାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଧାମରା ସଂଘରେ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି | ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ରାଉରକେଲା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଉଦ୍ଘାଟକ ଭାବେ ଯୋଗଦାନ କରି ଉପସ୍ଥିତ ପିଲାମାନଙ୍କୁ ଆଶିର୍ବଚନିକା ପ୍ରଦାନ କରି କହିଲେ ପିତାମାତା ହେଉଛନ୍ତି ସମସ୍ତଙ୍କର ପ୍ରଥମ ଗୁରୁ, ତେଣୁ ପ୍ରତିଦିନ ସକାଳୁ ପିତାମାତାଙ୍କୁ ହିଁ ସଭକ୍ତି ପ୍ରଣାମ କରିବା ଉଚିତ୍ | ଧାମରା ସଂଘର ଏଭଳି କାର୍ଯ୍ଯକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ ସଂଘର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ଯବାଦ ଦେଇଥିଲେ | ବରେଣ୍ଯ ଅତିଥି ବିଜୁ ଜନତା ଦଳର ଉପସଭାପତି ଜୟନ୍ତ କୁମାର ମିଶ୍ର ଏତେ ସଂଖ୍ଯକ ପ୍ରିତିଯୋଗୀଙ୍କୁ ଦେଖି ଆଶ୍ଚର୍ଯ୍ଯ ପ୍ରକଟ କରିବା ସହିତ କହିଲେ ସାହିତ୍ଯ ,ସଂସ୍କୃତି ,ସମାଜିକ କ୍ଷେତ୍ରରେ ଧାମରା ସଂଘର ଅବଦାନ ରାଉରକେଲା ପାଇଁ ସର୍ବଦା ଅବିସ୍ମରଣିୟ | ପ୍ରାରମ୍ଭରେ ସଂଘର ଉପ ସଭାପତି ନିତ୍ଯାନନ୍ଦ ବିଶ୍ବାଳ ସ୍ବାଗତ ଭାଷଣ ଦେଇଥିବା ବେଳେ ସଂଘର ସଂପାଦକ ରମାକାନ୍ତ ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ | ଏହି ପ୍ରତିଯୋଗିତାରେ ୯୨ ଜଣ ନ୍ରୁତ୍ଯରେ , ସଂଗୀତରେ ୪୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବେ ଗୁରୁ ତପସ୍ବିନୀ ପତି,ରୀନାରାଣୀ ସ୍ବାଇଁ, ଜ୍ୟୋତିର୍ମୟ ଆଚାର୍ଯ୍ୟ,ରେଣୁବାଳା ପରିଡା,ପ୍ରମିତା ମହାପାତ୍ର,ଦେବେନ୍ଦ୍ର ପଲେଇ ପ୍ରମୁଖ ଯୋଗଦାନ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ଜଗନ୍ନାଥ ରାଉତ,ଅମୂଲ୍ଯ ସେଠୀ,ସୂର୍ଯ୍ଯମଣି ପଣ୍ଡା,ନିରୁପମା ନାୟକ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଶେଷରେ ସଂଘର ସାହିତ୍ଯ ସଂପାଦିକା ନିରୁପମା ପତି ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ | 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଦ୍ୟୁତ୍ ଆଘାତରେ ଜଣକର ମୃତ୍ୟୁ ଶ୍ମଶାନରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲେ ପୁଲିସ

masiha

ଓଡ଼ିଆ ସାହିତ୍ୟକୁ ଭୁବନେଶ୍ୱର ବେହେରାଙ୍କ ଦାନ ଅତୁଳନୀୟ 

Sunil Chandra Nayak

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଫାଇଲେରିଆ ନିରାକରଣ କର୍ମଶାଳା

Leave a Comment

error: Content is protected !!