ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସେକ୍ଟର – ୧୬ ଡିଏଭି ବିଦ୍ୟାଳୟର ବାର୍ଷିକ କ୍ରୀଡ଼ାତ୍ସୋବ

ସେକ୍ଟର – ୧୬ ଡିଏଭି ବିଦ୍ୟାଳୟର ବାର୍ଷିକ କ୍ରୀଡ଼ାତ୍ସୋବ

ରାଉରକେଲା : ସେକ୍ଟର -୧୬ ସ୍ଥିତ ଡିଏଭି ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ାତ୍ସୋବ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଫୁଟବଲ ଖେଳାଳୀ ପଞ୍ଚାନନ ଗନ୍ତାୟତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ଅତିଥି ରୂପେ ଅବସର ପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଅଶୋକ କୁମାର ରାଉତ ଏବଂ ୧୯୮୭ ସନ୍ତୋଷ ଟ୍ରଫି ବିଜେତା ଜାତୀୟ ଖେଳାଳୀ ସଞ୍ଜୟ କୁମାର ବାବୁଟା ଯୋଗଦାନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଯଶବିନ୍ଦର କୌର ଓ ଆମନ୍ତ୍ରିତ ଅତିଥି କ୍ରୀଡ଼ାର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ଆଗ୍ରହ ବୃଦ୍ଧି ନିମନ୍ତେ ଅଭିଭାଷଣ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ଦ୍ଵାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ ପରିବେଶକୁ ଆନନ୍ଦମୁଖର କରିଥିଲା। ବିଭିନ୍ନ ଖେଳରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ମାନପତ୍ର , ମେଡାଲ, ଟ୍ରଫି, ଉପହାର ପ୍ରଦାନ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗରେ ବାର୍ଷିକ କ୍ରୀଡ଼ାତ୍ସୋବ ଆନନ୍ଦଦାୟକ ହେବା ସହ ଶୃଙ୍ଖଳିତ ରୂପେ ସମାପନ ହୋଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବୋବରିଆ ଠାରେ ମା ଲଙ୍କେଶ୍ୱରୀ ସପ୍ତମ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ବାଲିଗୁଡ଼ାରେ ଏସ ଆଇ ଆର-୨୦୨୬ ସଚେତନତା: ଫୁଟବଲ ମ୍ୟାଚରେ ଉପଖଣ୍ଡ କ୍ରୀଡ଼ା ସଂଘର ବିଜୟ

ମାଁ ଗଢ଼ିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

Leave a Comment

error: Content is protected !!