ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ  ଭବାନୀପାଟଣା ଇଭିନିଙ୍ଗ କ୍ଳବ ଚମ୍ପିୟାନ 

ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ଭବାନୀପାଟଣା ଇଭିନିଙ୍ଗ କ୍ଳବ ଚମ୍ପିୟାନ 

ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ପର୍ଲା ଠାରେ ଆୟୋଜିତ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ଯାଚ ଜବଦ୍ଦଲପୁର ବନାମ ଭବାନୀପାଟଣା ଇଭିନିଙ୍ଗ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଖେଳର ପ୍ରଥମାର୍ଦ୍ଧରେ ପପୁ ମାଝୀ, ଭବାନୀ ଶଙ୍କର ବେମାଲ,ରାଜୁ ମାଝୀ ଗୋଲ ସ୍କୋର କରିଥିଲେ। ଭବାନୀପାଟଣା ୫-୧ ରେ ବିଜୟୀ ହୋଇଥିଲା। ଭବାନୀପାଟଣା ତରଫରୁ ପପୁ ମାଝୀ ୩ଗୋଲ, ଭବାନୀ ଶଙ୍କର ବେମାଲ ଏବଂ ରାଜୁ ମାଝୀ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ। ଜବଦ୍ଦଲପୁର ତରଫରୁ ମଣ୍ଟୁ ସେବକ ଗୋଟିଏ ଗୋଲ ସ୍କୋର କରିଥିଲେ। ଫାଇନାଲ ମ୍ଯାଚରେ ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ। ବିଜୟୀ ଖେଳାଳୀ ପାଇଁ ୩୦ହଜାର ଓ ରନର୍ସ ଅଫ ଖେଳାଳୀଙ୍କୁ ୨୦ ହଜାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲେ । ବ୍ଳକ ଲାଇଟ, ଡ୍ରେସିଂ ରୁମ ଏବଂ ଖେଳ ପଡିଆର ଆନୁଷଙ୍ଗିକ ଉନ୍ନତି ପାଇଁ କମିଟି ତରଫରୁ ବିଧାୟକଙ୍କୁ ଅନୁରୋଧ କରାଯାଇଥିଲା। ଖେଳ ଏବଂ ଖେଳ ପଡିଆର ବିକାଶ ପାଇଁ ଯାହା ଆବଶ୍ୟକ ସେଥିପ୍ରତି ସେ ନିଶ୍ଚୟ ଯତ୍ନବାନ ହେବେ ବୋଲି ବିଧାୟକ ଶ୍ରୀ ପାଟ୍ଟଯୋଷୀ ପ୍ରତିଶ୍ରୁତି ଦେଇଥିଲେ। ସୁଧୀର ଗୋପାଳ ମଞ୍ଚ ପରିଚାଳନା କରିଥିବାବେଳେ ସାମ୍ବାଦିକ ଲକ୍ଷ ଜ୍ୟୋତି ଜାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କମିଟିର ସଭାପତି ପ୍ରବୀଣ ଦାସ, ସୁଧୀର ବାଗ,ମନୋଜ ଦାସ,ଡିଲେଶ୍ଵର ସାହୁ,ଧନୀରାମ ଗୋପାଳ, ଦୁଷ୍ମନ୍ତ ନାଏକ, ତୁଷାର ରଞ୍ଜନ ଦାସ, ନବିନ ଦାସ,ଅଭି ସୁନାନୀ ,ଗୁଣ ବୋଡକିଆ ପ୍ରମୁଖ ଉପସ୍ଥିତ ଥିଲେ। ଜଗା ମାଝୀ,ତାପସ ଦାସ, ଭବେନ୍ଦ୍ର ଗୋପାଳ,ସଞ୍ଜିତ ଦୁର୍ଗା ପ୍ରମୁଖ ଖେଳ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆନ୍ତର୍ଜାତୀୟ କରାଟେ ଖେଳାଳି ଭାବେ ବାପା ପୁଅ ଙ୍କ ଜାପାନ ଗ୍ରସ୍ତ

Sunil Chandra Nayak

ଡ଼ୁମାଡ଼ଙ୍ଗର ଠାରେ DPL କ୍ରିକେଟ ଟୁର୍ନାମେଣ୍ଟ  

ନୂଷାଡିହି ଗ୍ରାମରେ ଚିର ସବୁଜ ଯୁବକ ସଂଘ ଆନୁକୂଲ୍ୟରେ ୩୯ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ସମାରୋହ

Sunil Chandra Nayak

Leave a Comment

error: Content is protected !!