ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ ତଥା ସାହିତ୍ୟିକ ତ୍ରିଲୋଚନ ବାଗଙ୍କୁ ଡକ୍ଟରେଟ ଉପାଧି

ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ ତଥା ସାହିତ୍ୟିକ ତ୍ରିଲୋଚନ ବାଗଙ୍କୁ ଡକ୍ଟରେଟ ଉପାଧି

ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ ତଥା ସାହିତ୍ୟିକ ତ୍ରିଲୋଚନ ବାଗଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି l ପୁରୀ ଟାଉନହଲରେ ଆୟୋଜିତ ଏକ ଭବ୍ୟ ସମାରୋହରେ world charity welfare foundation ପକ୍ଷରୁ ଶିକ୍ଷା ଏବଂ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ସୂଚକ ଉପାଧି ପ୍ରଦାନ କରାଯାଇଛି l କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟସ୍ଥ ଜୟନ୍ତପୁର ଗାଁର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀବାଗ ଗରିବ ଏବଂ ନିରକ୍ଷରଙ୍କ ଶିକ୍ଷା ଦିଗରେ ନିଶୁଳ୍କ ଭାବେ ଏବଂ ନିଜ ଉଦ୍ୟମରେ ଏକ ଟ୍ରଷ୍ଟ ଗଠନ କରି କାର୍ଯ୍ୟ କରୁଛନ୍ତି l ଶ୍ରୀବାଗ ପିଲାଙ୍କ ହସ୍ତଲିଖନ ପ୍ରଣାଳୀ ସମ୍ପର୍କରେ ସ୍ୱତନ୍ତ୍ର ପୁସ୍ତକ ରଚନା କରିଛନ୍ତି l ସେହିପରି ଦେଶର କିମ୍ବଦନ୍ତୀ ପୁରୁଷଙ୍କ ଆତ୍ମଜୀବନୀ ପୁସ୍ତକ ‘ଆସ ଶୁଣିବା’ ବେଶ ପାଠକୀୟ ଆଦୃତି ଲାଭ କରିଛି l ବିଭିନ୍ନ ମଞ୍ଚ, ଆକାଶବାଣୀ ଏବଂ ପତ୍ରପତ୍ରିକାରେ କଳାହାଣ୍ଡିର ମାଟି, ପାଣି, ପବନ, ସଂସ୍କୃତିକୁ ନେଇ ଅନେକ କବିତା ଶ୍ରୋତା ଏବଂ ପାଠକଙ୍କ ମନ ଛୁଇଁଛି।ଏସବୁ ଆଧାରରେ ପୁରୀରେ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପାଇ କଳାହାଣ୍ଡି ମାଟି ପ୍ରତି କୃତଜ୍ଞତା ଜଣେଇଛନ୍ତି I

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ, ୨୦୨୫ ପାଳିତ

Sunil Chandra Nayak

ବିଭିନ୍ନ ସ୍ଥାନରେ ୭୮ତମ ସ୍ବାଧୀନତା ଦିବସ ପାଳିତ

masiha

ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳରେ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ଚିହ୍ନଟିକରଣ ଓ ସହାୟକ ଉପକରଣ ବଣ୍ଟନ ଶିବିର -୨୦୨୫ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!