ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ବୈଠକ

କଳାହାଣ୍ଡି ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ବୈଠକ

ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଇଁ ସ୍ଥାନୀୟ ବ୍ଲକ ସଭା ଗୃହରେ ଉପଜିଲ୍ଲାପାଳ ତଥା ଧର୍ମଗଡ଼ ଉତ୍ସଵ କମିଟିର ଅଧ୍ୟକ୍ଷ ଧିମାନ ଚକମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗ ଦେଇଥିଲେ।ଆସନ୍ତା ଜାନୁୟାରୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଠାରେ ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଭବାନୀପାଟଣା କୁ ଆସୁଥିବା ସାଂସ୍କୃତିକ ଦଳ ଓ ଷ୍ଟାର ପ୍ରୋଗ୍ରାମ ସବୁ ଏଥର ଧର୍ମଗଡ଼ ରେ ମଧ୍ୟ ଅନୁରୂପ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।

ସୂଚନା ଯୋଗ୍ୟ ଯେ, ଆସନ୍ତା ୧୪ ତାରିଖରୁ ଭବାନୀପାଟଣା ଠାରେ ଚାରିଦିନ ଓ ୧୫ ତାରିଖରୁ ଧର୍ମଗଡ଼ ଠାରେ ତିନି ଦିନ ଧରି ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ତହସିଲଦାର ସଞ୍ଜୟ ସାମନ୍ତରା, ବିଡ଼ିଓ ଶରତ କୁମାର ପାତ୍ରୋ,ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା, ଏନଏସି ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା,ଏନ ଏ ସି ଉପାଧ୍ୟକ୍ଷା ମନୀଷା ମିଶ୍ର ପ୍ରମୁଖ ଯୋଗ ଦେଇ ଆଗାମୀ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୫ ପାଇଁ ବିଭିନ୍ନ କମିଟି ମାନ ପୁନର୍ଗଠନ କରାଯିବା ସହ ଆଲୋଚନା ଓ ଉତ୍ସବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଚୂଡ଼ାନ୍ତ ଆଲୋଚନା କରାଯାଇଥିଲା। 

ଏହି ବୈଠକରେ ଧର୍ମଗଡ଼ ଥାନା ଅଧିକାରୀ ଦାମୋଦର ବିହାରୀ,ନିରଞ୍ଜନ ମହାପାତ୍ର,ବିଦ୍ୟାଧର ସାହୁ, ହୃଷିକେଶ ମିଶ୍ର,ବିରଞ୍ଚି ନାରାୟଣ ଜାଲ,ସୁଶ୍ରୀ ହୀରା ବାଗ, ସୁରେନ୍ଦ୍ର ମୁନି, ବିବେକ ମିଶ୍ର, ଲିଙ୍ଗରାଜ ପାତ୍ର, ମାଧବ ଲହଜଲ, ଘନଶ୍ୟାମ ଅଗ୍ରୱାଲ,କ୍ଷୀରୋଦ ବାଗ,ରମଣୀ କାନ୍ତ ଜାଲ, ସନ୍ତୋଷ କୁମାର ପାଣିଗ୍ରାହୀ, ନିରଞ୍ଜନ ମୁଦୁଲି ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଓ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଭାଗ ନେଇଥିଲେ। ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ ରାଇବଣିଆର 16ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ନର୍ଲା ବ୍ଳକ କୃଷକ ସଂଗଠନ ପକ୍ଷରୁ ଏକ ବୈଠକ

masiha

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ତରଫରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଏକ ମିନି ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!