ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୫ ଅବସରରେ  ମହୁଲପାଟଣା ଠାରେ ନୌଚାଳନା ଓ ତୀର ଚାଳନା ପ୍ରତିଯୋଗିତ

କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୫ ଅବସରରେ 

ମହୁଲପାଟଣା ଠାରେ ନୌଚାଳନା ଓ ତୀର ଚାଳନା ପ୍ରତିଯୋଗିତ

କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୫ ପାଳନ ଅବସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇନ୍ଦ୍ରାବତୀ ଜଳଭଣ୍ଡାର ତଟ ମହୁଲପାଟଣା ନିକଟସ୍ଥ କେନ୍ଦୁଗୁଡା ନିକଟରେ ନୌଚାଳନା ଓ ତୀର ଚାଳନା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଳ ରାମପୁର ଏବଂ ଜିଲ୍ଲା ମତ୍ସ୍ୟ ଚାଷ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ ର ବିଶିଷ୍ଟ ଅତିଥି ଭାବେ ବିଧାୟକ ଲାଞ୍ଜିଗଡ଼ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। 

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ,ସି.ଡି.ଏମ୍.ଓ ଡକ୍ଟର ସୂଚିତା ପାଣି, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦିଲ୍ଲୀପ କୁମାର ମହାରଣା,ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ପ୍ରଦ୍ୟୁମ୍ନ କୁମାର ଦାଶ ,ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ, ବିବେକାନନ୍ଦ ମହାନନ୍ଦ,ସହକାରୀ ଜିଲ୍ଲାପାଳ ମମତା ଦାସ,ଜିଲ୍ଲା ମତ୍ସ୍ୟ ଚାଷ ଅଧିକାରୀ ଦ୍ରୌପଦୀ ମାଝୀ ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ,ବିଡିଓ ଧ୍ରୁବ ଚରଣ ମୁଦୁଲି , ପବିତ୍ର ନାଏକ,,ସ୍ବତନ୍ତ୍ର ଅଧିକାରୀ ଆଇଟିଡିଏ ନନ୍ଦିକିଶୋର ତାଣ୍ଡି ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମହାପ୍ରସାଦ ଦାସ,ପ୍ରକଳ୍ପ ପରିଚାଳକ ଅବିନାଶ ମହାନ୍ତି,ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ ଏବଂ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭଜିତ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିବାବେଳେ ଆୟୋଜିତ କାର୍ଯ୍ୟକମର ମଞ୍ଚ ପରିଚାଳନା କରିଥିଲେ ଏମ୍.ଏମ୍.ପି.ଏସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ଏବଂ ସମାଜସେବୀ ମାଣିକ୍ୟ ଚନ୍ଦ୍ର ନାଏକ।

ନୌଚାଳନା ପ୍ରତିଯୋଗିତାରେ ୮ ଗୋଟି ଦଳ ଅଂଶଗ୍ରହଣ କରିଥିଲେ।ଏଥିରେ କମଳାଗୁଡାର ସୁବାଷ ମାଝୀ ଏବଂ ଚକ୍ର ମାଝୀ ପ୍ରଥମ ପୁରଷ୍କାର ପାଇଥିବା ବେଳେ ରାଏପାସ୍ ର ଜୟସିଂ ମାଝୀ ଓ ଡମ୍ବରୁ ମାଝୀ ଦ୍ବିତୀୟ ସ୍ଥାନ ଏବଂ ତୃତୀୟ ସ୍ଥାନ ରେ ପୁରସ୍କୃତ ହୋଇଥିଲେ କେନ୍ଦୁଗୁଡା ଗାଁର ତ୍ରିନାଥ ମାଝୀ ଓ ଧନେଶ୍ବର ମାଝୀ।

ସେହିପରି ତୀର ଚାଳନା ପ୍ରତିଯୋଗିତାରେ ମଧ୍ୟ ୭୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ।ଏଥିରେ ଉପରଚବ୍ରି ଗାଁର ବୁଦୁ ମାଝୀ ଏବଂ ସଦାଶିବ ପୁରଷ୍କୃତ ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ପୁରଷ୍କୃତ କରାଯାଇଥିଲା।ସମସ୍ତ କୃତି ପ୍ରତିଯୋଗି ମାନଙ୍କୁ ମାନ୍ୟବର ବିଧାୟକ ଶ୍ରୀ ଦିଶାରୀ, ସାଂସଦ ପ୍ରତିନିଧି ତଥା ବ୍ଲକ ର ବରିଷ୍ଠ ବିଜେପି ନେତା ପବିତ୍ର ନାଏକ ଏବଂ ଅନ୍ୟ ଅତିଥି ମାନଙ୍କ ଦ୍ବାରା ପୁରଷ୍କାର ସ୍ବରୂପ ମାନପତ୍ର ,କପ୍ ଏବଂ ଅର୍ଥରାଶି ପ୍ରଦାନ କରାଯାଇଥିଲା।

ମାଟ୍ରିକ ପରୀକ୍ଷାରେ ବ୍ଲକ ଟପ୍ପର ହୋଇଥିବା ସୁପ୍ରଭା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପକ୍ଷରୁ ସ୍କୋଲାର୍ସିପ୍ ଭାବେ ୨୦ ହଜାର ଟଙ୍କା ଜିଲ୍ଲାପାଳଙ୍କ ଦ୍ବାରା ପ୍ରଦାନ କରାଯାଇଛି।ଇନ୍ଦ୍ରାବତୀ ଜଳଭଣ୍ଡାର ତଟରେ ଅନୁଷ୍ଠିତ ଏହି ମହୋତ୍ସବକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳର ଜନସାଧାରଣ ଙ୍କ ଭିଡ ଦେଖିବାକୁ ମିଳିଥିଲା।ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିବା ବେଳେ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗ ନୌଚାଳନା ପ୍ରତିଯୋଗିତାର ସୁରକ୍ଷା ଦାୟିତ୍ୱ ତୁଲାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜନଜାତୀୟ ଗୌରବ ଦିବସ ପାଳିତ

Sunil Chandra Nayak

ବିଦ୍ୟୁତ କଟିଲେ ଅନ୍ଧାରରେ ଥାନା 

masiha

ରମ୍ଭା ଗାୟତ୍ରୀ ଶକ୍ତିପୀଠରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସଂଗ୍ରାମୀ ସ୍ମାରକୀ ପୀଠର ସାଧାରଣ ବୈଠକ

masiha

Leave a Comment

error: Content is protected !!