ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଚିକା ଓ ସହାୟିକାଙ୍କ ପାଇଁ ବ୍ଲକ ସ୍ତରିୟ ପ୍ରଶିକ୍ଷଣ

ପାଚିକା ଓ ସହାୟିକାଙ୍କ ପାଇଁ ବ୍ଲକ ସ୍ତରିୟ ପ୍ରଶିକ୍ଷଣ 

ବନ୍ଧୁଗାଁ ତା, ୫/୧/୨୫, ରାଜ୍ୟ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଗୋଷ୍ଟି ଶିକ୍ଷାଧିକାରି ଙ୍କ କାର୍ଯ୍ୟାଳୟ ତରଫରୁ ବିଦ୍ୟାଳୟ ପରିସରରେ ସତ୍କାର ପିଏମ ପଷଣ ଯୋଜନାରେ ପାଚିକା ଓ ସହାୟିକାଙ୍କ  ଏକ ବ୍ଲକସ୍ତରିୟ ପ୍ରଶିକ୍ଷଣ ଶିବିର ଏବଂ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଆଜି ୫ ତାରିଖ ଦିନ ପାଇଁ କରାଯାଇଥିବା ପ୍ରସିକ୍ଷଣ ଶିବିରରେ ଆୟଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା ଭାବରେ ରହିଥିଲେ ବନ୍ଧୁଗାଁ ଶିକ୍ଷା ବିଭାଗର ଅତିରିକ୍ତ ଶିକ୍ଷା ଅଧିକାରୀ ଓ ବି.ଆର.ସି.ସି ଶ୍ରୀ ମଦନ ମହନ ମୁଦୁଲି, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଭାବରେ ବନ୍ଧୁଗାଁ ବ୍ଲକର ଗୋଷ୍ଠି ଶିକ୍ଷା ବିଭାଗର ଅତିରିକ୍ତ ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମୁଦୁଲି ଉପସ୍ଥିତ ରହିଥିଲେ I ଆଜିର ଏହି ପ୍ରସିକ୍ଷଣ ଶିବିରରେ ବ୍ଲକର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ୨୩୫ ଜଣ ପାଚିକା ସହାୟକା ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ରନ୍ଧନ ପ୍ରତିଯୋଗିତା କରାଯାଇଥିଲା I ସମସ୍ତ କାର୍ଯ୍ୟ କ୍ରମକୁ ପିଏମ ବନ୍ଧୁଗାଁ ବ୍ଲକର ପୋଷଣ ଯୋଜନାର ସମ୍ଫାଦକ ଶ୍ରୀ ଏନୁଗୁଲା ରଞ୍ଜିତ କୁମାର ପରିଚାଳନା କରିଥିଲେ I ଆଜିର ୨୩୫ ଜଣ ପୋଷଣ ପାଚିକା ସହାୟକ ଙ୍କୁ ପ୍ରଶିକ୍ଷକ ଗଣ ହେଲେ ବନ୍ଧୁଗାଁ ବ୍ଲକ ଶିକ୍ଷା ବିଭାଗର ପ୍ରଦୀପ କୁମାର ସ୍ୱାଇଁ, ସୁଶାନ୍ତ କନ୍ଦପାନ, ସଞ୍ଜୟ କୁମାର ସିଙ୍ଘ, ନିରଞ୍ଜନ ସିଙ୍ଘ, ପ୍ରମୁଖ ଉପସ୍ଥିତ ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେଇଥିଲେ I ଆଜିର ଏହି ଶିବିରରେ ଜି, କୋଟେଶ୍ୱର ରାଓ, ପ୍ରସାଦ କୁମାର ମହାନ୍ତି, ସୁନନ୍ଦା ପୁଆନା, ପ୍ରମଥ ବିଶ୍ୱାଲ, ଚନ୍ଦନ ଶେଖର ସାହୁ ପ୍ରମୁଖ ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମକୁ ସହାୟକ ଓ ସହଯୋଗ କରିଥିଲେ I ଆଜିର ପାଚିକା ପୋଷଣ ସହାୟକଙ୍କୁ ଶିକ୍ଷା ବିଭାଗର ଅତିରିକ୍ତ ଶିକ୍ଷା ଅଧିକାରୀ ଓ ବି.ଆର.ସି.ସି ଶ୍ରୀ ମୁଦୁଲି, ଓ ପ୍ରଶିକ୍ଷକ ଶ୍ରୀ ସ୍ୱାଇଁ ଓ ପି. ଏମ. ପୋଷଣ ଯୋଜନାର ସମ୍ଫାଦକ ଶ୍ରୀ ରଞ୍ଜିତ ବାବୁ ଙ୍କ ମାଧ୍ୟମରେ ପ୍ରମାଣ ପତ୍ର ପ୍ରଦାନ ଓ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ରହିଥିବା ପାଚିକା ସହାୟକ ମାନଙ୍କୁ ସରକାରଙ୍କ ତରଫୋରୁ ପରୀକ୍ଷଣ କୀଟ ଓ ଟୋପି ଦିଆଯାଇଥିଲା ଓ ପ୍ରତି ବିଦ୍ୟାଳୟରୁ ଆସିଥିବା ପାଚିକା ମୁଣ୍ଡ ପିଛା ଯିବା ଆସିବା ୧୧୦ ଟଙ୍କା ଲେଖାଏଁ ଦିଆଯାଇଥିବା ବିଷୟ ପି. ଏମ. ପୋଷଣ ଯୋଜନାର ସମ୍ଫାଦକ ଶ୍ରୀ ରଞ୍ଜିତ ବାବୁ ସୂଚନା ଦେଇଥିଲେ I 

 ସଞ୍ଜୀବ କୁମାର ବାଙ୍ଗାରୀ.. ରିପୋର୍ଟର

Related posts

ଯୋଡ଼ା ବ୍ଲକ ରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ଜୟପାଟଣା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ    

Sunil Chandra Nayak

ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମଜୟନ୍ତୀ ପାଇଁ ପ୍ରେସମିଟ୍

Sunil Chandra Nayak

Leave a Comment

error: Content is protected !!