ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କାଉଟ୍ ଏବଂ ଗାଇଡ୍ ର ଜଳସେବା ଶିବିର

ରାଉରକେଲା/ ଭାରତ ସ୍କାଉଟ୍ ଏବଂ ଗାଇଡ୍, ରାଉରକେଲା ସ୍କାଉଟ୍ ଜିଲ୍ଲା ତରଫରୁ ଜଳସେବା ଶିବିର କୋଏଲ ନଗର ଏ ବ୍ଲକ ସ୍ଥିତ ବସଷ୍ଟାଣ୍ଡ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରେ ରଖି ସ୍କାଉଟ୍ ର କମିଶନର ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଥଚାରୀ ମାନଙ୍କୁ ଦହି ସର୍ବତ ଓ ସୁଶୀତଳ ଜଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂପାଦକ ସନ୍ତୋଷ କୁମାର ନାୟକ, ହୃଷିକେଶ ନାୟକ, ଶିଶିର ପାଣି, ବିଜୟାନନ୍ଦ ଦାସ,ସୁପ୍ରଭା ସାମଲ,ମୀନତି ମହାନ୍ତି, ରଂଜନ କୁମାର ରାଉତରାୟ, ବିଜୟ କୁମାର ରଥ, ସୁରେନ୍ଦ୍ର ଦାଶ, ଶ୍ରୀବତ୍ସ ସାମଲ ଓ କୋଏଲ ନଗର ସରସ୍ବତୀ ବିଦ୍ୟାପୀଠ,ଜଗଦା ପ୍ରଗତି ବିଦ୍ୟାମନ୍ଦିର, ସେକ୍ଟର ୧୮ ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧ ନୀଳମାଧବ ବିଦ୍ୟା ମନ୍ଦିରର ସ୍କାଉଟ୍ ଏବଂ ଗାଇଡ୍ ମାନେ ଅଂଶଗ୍ରହଣ କରିଥିଲେ । ଓଡିଶା ରାଜ୍ୟ ଭାରତ ସ୍କାଉଟ୍ ଏବଂ ଗାଇଡ୍, ଭୁବନେଶ୍ବର ସୌଜନ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘର ରାଉରକେଲା ର ଆଲୋକ ମଲ୍ଲିକ,ବିଭୁ ନାୟକ, ସସ୍ମିତା ପ୍ରଧାନ, ବବି ମହାଳିକ, ସନ୍ତୋଷ ଉପାଧ୍ୟାୟ, ଆଶୁତୋଷ ଜୟସ୍ବାଲ, ସ୍ବର୍ଣ୍ଣଲତା ସାମଲ,ଧରିତ୍ରୀ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଧାନ ମଣ୍ଡି ଉଦଘାଟିତ

masiha

ବାଞ୍ଜିଝାଲ ରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

masiha

ରାଉରକେଲା ଜିଲ୍ଲା ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ପଦଯାତ୍ରା ଏବଂ ଅଟୋ ରାଲ୍ଲି

Sunil Chandra Nayak

Leave a Comment

error: Content is protected !!