ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ -୨୦୨୫ ଅନ୍ତର୍ଗତ ନବରଂଗପୁର ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ 

ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ -୨୦୨୫ ଅନ୍ତର୍ଗତ ନବରଂଗପୁର ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ 

ନବରଂଗପୁର:(ତା୦୬.୦୧.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସ୍ଥିତ ଅଶୋକ ମେହେଟା ସମ୍ମିଳନୀ ଗୃହ ରେ ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ -୨୦୨୫ ଅନୁଯାୟୀ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡ଼ା ଶୁଭଂକର ମହାପାତ୍ରଙ୍କ ଉପସ୍ଥିତିରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଗଲା।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ମହେଶ୍ୱର ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ନବୀନ ଚନ୍ଦ୍ର ନାୟକ, ସି ଡି ଓ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ ମିଶ୍ର, ଡେପୁଟି କଲେକ୍ଟର ନିର୍ବାଚନ ପି ମନସ୍ମିତା,ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ବି ଜେ ପି ରୁ ସରୋଜ କୁମାର ବେହେରା,ଜାତୀୟ କଂଗ୍ରେସରୁ ପ୍ରଦୀପ କୁମାର ସାହୁ ଏବଂ ମୁନା ତ୍ରିପାଠୀ ,ବି ଜେ ଡି ଦଳ ରୁ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ସହ ଜିଲ୍ଲା ସ୍ତରୀୟ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଗୃହରେ ଜିଲ୍ଲାପାଳ ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୫ ଉପରେ ବିଶେଷ ସୂଚନା ପ୍ରଦାନ କରିଥିଲେ।ଏହି ସଂଶୋଧନ କାର୍ଯ୍ୟକ୍ରମ ତା ୨୯.୧୦.୨୦୨୪ ରିଖ ରୁ ଆରମ୍ଭ ହୋଇ ଭୋଟର ସଂଯୋଗୀକରଣ, ସଂଶୋଧନ ଏବଂ ମୃତ କିମ୍ବା ସ୍ଥାନାନ୍ତରିତ ଭୋଟର ମାନଙ୍କ ଅପସାରଣ କରାଯାଇ ଆଜି ତା ୬.୧.୨୦୨୫ ପ୍ରକାଶ କରାଗଲା।ଏହି ଅବଧି ମଧ୍ୟରେ ଭୋଟରମାନେ ଭୋଟର ତାଲିକାରେ ସଂଯୋଗିକରଣ,ସଂଶୋଧନ,ମୃତ,ଅନୁପସ୍ଥିତ, ସ୍ଥାନାନ୍ତରିତ ଭୋଟର ମାନଙ୍କ ସଂଶୋଧନ ସହ ପ୍ରକ୍ରିୟାକରଣ ପରେ ଚୁଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯାଇ ୬.୧.୨୦୨୫ ରିଖ ରେ ପ୍ରକାଶ କରାଗଲା ।ସୁଚନା ଅନୁସାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ଅନୁଯାୟୀ ଜିଲ୍ଲାରେ ଲୋକସଂଖ୍ୟା ୧୩,୩୨,୯୮୫ ଜଣ ଥିବାବେଳେ ୮,୬୫,୫୬୭ ଜଣ ଭୋଟର ପଞ୍ଜୀକରଣ ହୋଇଛନ୍ତି।ସେଥି ମଧ୍ୟରୁ ୪୨୬୮୭୫ଜଣ ପୁରୁଷ,୪୩୮୬୮୭ ଜଣ ମହିଳା ଓ ତୃତୀୟ ଲିଙ୍ଗ ୬୫ ଜଣ ଅଛନ୍ତି।୬.୧.୨୦୨୪ ରୁ ୬.୧.୨୦୨୫ ସଂଶୋଧନ କାର୍ଯ୍ୟକ୍ରମ ମଧ୍ୟରେ ୧୬୩୯୧ ଜଣ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଜିଲ୍ଲାପାଳ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ସଭାରେ ଜିଲ୍ଲାରେ ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ର ସଫଳ ରୂପାୟନ,ପ୍ରଚାର ,ପ୍ରସାରରେ ଅଂଶଗ୍ରହଣ କରିଥିବା ସମସ୍ତ କର୍ମଚାରୀ,ବି ଏଲ ଓ,ରାଜନୈତିକ ଦଳ ର କର୍ମକର୍ତା,ଗଣମାଧ୍ୟମ ପ୍ରତିନିଧି ଙ୍କୁ ଧନ୍ୟବାଦ ଦେଇଥିଲେ।

( ମ ନି ସ )

Related posts

ଚିଲିଚିଲା ଠାରେ ନୂତନ ପ୍ରାଥମିକ କୃଷି ସେବା ସମବାୟ ସମିତି (ପେକ୍ସ) ଉଦଘାଟିତ

Sunil Chandra Nayak

ନବରଙ୍ଗପୁର ଠାରେ ନିଶାଦ୍ରବ୍ୟ ଓ ଅପମିଶ୍ରିତ ମାଦକ ଦ୍ରବ୍ୟ ବ୍ୟବହାର ବିରୁଦ୍ଧରେ ସଚେତନତା ରଥ ର ଶୁଭାରମ୍ଭ

masiha

ଭବାନୀପାଟଣା ଠାରେ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!