ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଙ୍ଗାରଙ୍ଗ ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ  ଶେଷ ହେଲା ଗୋବର୍ଦ୍ଧନପୁର ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ 

ରଙ୍ଗାରଙ୍ଗ ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ 

ଶେଷ ହେଲା ଗୋବର୍ଦ୍ଧନପୁର ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ 

ଲାଞ୍ଜିଗଡ଼, ୦୮/୦୧(ମନିସ)-ରଙ୍ଗାରଙ୍ଗ ଲୋକ ନୃତ୍ୟର ତାଳେ ତାଳେ ଦୁଲୁକି ଉଠିଲା ମଞ୍ଚ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ସହିତ ଉଦଯାପିତ ହୋଇଯାଇଛି ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ। ସରପଞ୍ଚ ବୈଦେହୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡା, ବରିଷ୍ଠ ନାଗରିକ କାର୍ତ୍ତିକେଶ୍ୱର ବେହେରା, ଆଶୁକବି ମଧୁସୂଦନ ରାଉତ, ଶିକ୍ଷକ ପାର୍ଥ ଶବର, ଗୋବର୍ଦ୍ଧନପୁର କ୍ଳଷ୍ଟର ସଂଯୋଜକ କୁମାର ଗୌରବ ପରିଡ଼ା ପ୍ରମୁଖ ମଂଚାସୀନ ଥିଲେ। ନିର୍ବାହୀ ଅଧିକାରୀ ଅମରସିଂ ପୁଝାରୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷାବିତ ତପନ କୁମାର ଭୋଇ ସଭା ପରିଚାଳନା କରିଥିଲେ। ସେହିପରି ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ସମାଜସେବୀ ପ୍ରସନ୍ନ ପରିଡ଼ା, ସୁବନ ଭୋଇ, ରୂପାଧର ମାଝୀ ପ୍ରମୁଖ ମଂଚାସୀନ ଥିଲେ। ସରପଞ୍ଚ ଶ୍ରୀମତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଛାତ୍ରଛାତ୍ରୀ ଓ ମହିଳାଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହା ପରେପରେ ଆକର୍ଷଣୀୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରାୟ ଦୁଇହଜାର ଲୋକେ ଉପଭୋଗ କରିଥିଲେ। ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଚିନ୍ତାମଣି ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ, ରଞ୍ଜନ ବୁଦ୍ଧିଆ, ସନ୍ତୋଷ ପରିଡ଼ା, ମାନସରଞ୍ଜନ ଦୀପ, ଦୈତାରୀ ମାଝୀ, ବେଣୁଧର ଶବର, ସୋନାଲିକା ପାଢ଼ୀ, ଲୋକନାଥ ହରିଜନ, ସୁଜିତ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ରସବତୀ ସୁନାନୀଙ୍କ ସମେତ ସମାଜସେବୀ ତପନ କୁମାର ମାଝୀ, ଏଡିଇଓ ମେଘାଳୟ ନାୟକ, ଯୋଗାଣ ସହାୟକ କମଳ ମାଝୀ, ଚନ୍ଦ୍ରଶେଖର ମାଝୀ, ଜଗମୋହନ ଛତର, ଦ୍ଵିତୀବାହନ ପଧାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ୱାର୍ଡ ସଭ୍ୟ, ସଭ୍ୟା, ଅଙ୍ଗନୱାଡି, ଆଶା କର୍ମୀ, ମିଶନଶକ୍ତିର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉତ୍ସବ ପୂର୍ବରୁ ସ୍ଥାନୀୟ ଶିବ ମନ୍ଦିରରୁ ଭବ୍ୟ ଶୋଭାଯାତ୍ରା ସହିତ ମଶାଲ ଅଣାଯାଇ ଉତ୍ସବସ୍ଥଳରେ ସ୍ଥାପନ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଯୁବଲେଖକ ଓ ସାମ୍ବାଦିକ ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିବାବେଳେ ଛାତ୍ରୀ ମନୀଷା ଦୁର୍ଗା, ନିହାରୀକା ବିଶ୍ୱାଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ସି ଏମ କିଶାନ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

୩ଦଫା ଦାବି ନେଇ ବିଇଓ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଭବାନୀପାଟଣା ବ୍ଲକ ପରିସରରେ ‘ଭୀମ ଭୋଇ ସାମର୍ଥ୍ୟ ଶିବିର’ ଅନୁଷ୍ଠିତ: ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!