ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପ‌ତ୍ର 

ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପ‌ତ୍ର 

ନବରଙ୍ଗପୁର:(୧୦|୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଓକିଲ ସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଜମି ଯୋଗେଇ ଦେବା ପାଇଁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସଂଘର ସଂପାଦକ ତପନ ସିଂଙ୍କ ନେତୃତ୍ବରେ ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ରଙ୍କୁ ଭେଟି ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସ୍ମାରକ ପତ୍ର ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଦୌରା ଜର୍ଜ କୋର୍ଟରେ ୨୧୭ ଜଣ ଆଇନଜୀବୀ ରହିଥିବା ବେଳେ କୋର୍ଟ ପରିସରରେ ସେମାନଙ୍କ ଦୈନନ୍ଦିନ ପରିଚାଳନା ପ୍ରସ୍ତୁତି କାର୍ଯ୍ୟ ପାଇଁ ସ୍ଥାନ ଅଭାବ ରହିଛି । ତେଣୁ କୋର୍ଟ ସମ୍ମୁଖରେ ଥିବା ସରକାରୀ ଖାଲି ସ୍ଥାନ ମଧ୍ୟରୁ ୧ ଏକର ଜମି ଯୋଗେଇ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ତଥା ସଂଘର ନିର୍ବାଚନ ଅଧିକାରୀ ସି.ଏଚ ବାବା ଯୁଗନ୍ଦର, ମାନସ ତ୍ରିପାଠୀ, ପ୍ରଶାନ୍ତ ପଟ୍ଟନାୟକ, ମୁନା ମାଝୀ, ଗଜେନ୍ଦ୍ର ଦାଶ ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତ ରହିଥ‌ିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପଟ୍ଟାମୁଣ୍ଡାଇ ବ୍ଲକ ଏସୟୁଯେ ସାମ୍ବାଦିକ ସଂଘ କମିଟି ପୁନଃ ଗଠନ ଓ ଜରୁରୀ ବୈଠକ ଅନୁଷ୍ଠିତ

masiha

ରାଇରଙ୍ଗପୁର ଠାରେ ରାଜ୍ୟ ସ୍ତରୀୟ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ଭନ୍ଧୀୟ ମକଡ୍ରିଲ ଅନୁଷ୍ଠିତ

masiha

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ରଥକାଠ ଅନୁକୂଳ

Sunil Chandra Nayak

Leave a Comment

error: Content is protected !!