ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୁମୁରା ଗ୍ରାମର ଜଣେ ଯୁବକ ବିଷ ଖାଇ ଆତ୍ମହତ୍ୟା :ସତ୍କାର କଲେ ସୋସିଆଲ ୱେଲଫେର ଅର୍ଗାନାଇଜେସନ ର କର୍ମକର୍ତ୍ତା

ଗୋଳାମୁଣ୍ଡା/ମସିହା/୨୨/୪/କୁହାଯାଏ ବିପଦ, ଆପଦ, ରାଜଦ୍ୱାର, ସ୍ମଶାନ ରେ ସାଥ ଦେଉଥିବା ବ୍ୟକ୍ତି ହିଁ ଅସଲ ବନ୍ଧୁ. ଗତକାଲି ବିଳମ୍ବିତ ରାତ୍ରିରେ ଗୋଲାମୁଣ୍ଡା ବ୍ଲକ ତୁମୁରା ଗ୍ରାମର ଶଶା ସାହୁ ଙ୍କ ପୁଅ ସୋନୁ ସାହୁ ବୟସ (25) କୌଣସି କାରଣରୁ ବିଷଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ. ପୁଅ ବିଷ ଖାଇଥିବା ଖବର ପାଇ ପରିବାର ଲୋକେ ତୁରନ୍ତ ଗୋଲାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଚିକିତ୍ସିତ କରିଥିଲେ. କିନ୍ତୁ ସୋନୁ ଅଧିକ ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଭବାନୀପାଟଣା କୁ ସ୍ଥାନାନ୍ତରେ କରିଥିଲେ . ଦୁଃଖରେ ବିଷୟଏହି କି ଯେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ତାଙ୍କର ଦେହାନ୍ତ ହୋଇ ଯାଇଛି. ଘଟଣାସ୍ଥଳ କୁ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରି ଦେଇଥିଲେ. କିନ୍ତୁ ଅର୍ଥ ଅଭାବ ରୁ ଶବ ଗାଁ କୁ ପହଞ୍ଚି ପାରୁନଥିଲା. ଠିକ ସେହି ସମୟରେ ସୋସିଆଲ ୱେଲଫେର ଅର୍ଗାନାଇଯେସନ ର କର୍ମକର୍ତ୍ତା ମଣିଷତ୍ୱ ପଣିଆ ଦେଖାଇ ସହଯୋଗ ରେ ହାତ ବଢ଼ାଇଲା ଏବଂ ସ୍ଥାନୀୟ ସ୍ମଶାନ ରେ ଆଜି ଦିନ ତମାମ ଶବ ସତ୍କାର କରିଛନ୍ତି

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ରିପୋର୍ଟର,

Related posts

ମାତୃଭାଷା ଦିବସ ଅବସରରେ ସାହିତ୍ୟିକ କବି ବନ୍ଧୁ ପରିବାରର କବିତା ଆସର

Sunil Chandra Nayak

ଚକଡ଼ା ରୋଗପୋକ ରେ କ୍ଷତିଗ୍ରସ୍ତ ଚାଷୀ ତହସିଲଦାର ଓ କୃଷି ଅଧିକାରୀଙ୍କୁ ଭେଟି କ୍ଷତିପୂରଣ ପାଇଁ ଦାବିପତ୍ର ପ୍ରଦାନ

Sunil Chandra Nayak

କାଶିବାହଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଵାଲା ଓ ପୋଷଣ ବଗିଚା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!