ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଳ ବୈଶାଖୀ ନେଇ ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣି ଜାରି କଲା ପାଣିପାଗ ବିଭାଗ

କାଳ ବୈଶାଖୀ ପ୍ରଭାବରୁ ବର୍ଷା ଯୋଗୁଁ ଅସହ୍ୟ ତାତିରୁ ରାଜ୍ୟବାସୀ ସାମାନ୍ୟ ମୁକ୍ତି ପାଇ ଥିବା ବେଳେ ପୁଣି ଆଜି ରାଜ୍ୟରେ କାଳବୈଶାଖୀକୁ ନେଇ ୧୫ଗୋଟି ଜିଲ୍ଲାକୁ ୟେଲୋ ୱାର୍ଣୀଙ୍ଗ ଜାରି କରିଛି ପାଣିପାଗ ବିଭାଗ।ଏହି ୧୫ ଗୋଟି ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହି ୧୫ ଟି ଜିଲ୍ଲାରେ କୁଆପଥର ମାଡ ସହ ୪୦ ରୁ ୫୦ କିମି ବେଗରେ ପବନ ବୋହିବା ନେଇ ଆଶଙ୍କା ରହିଛି।କଳାହାଣ୍ଡି,କୋରାପୁଟ,କନ୍ଧମାଳ, ରାୟଗଡ଼ା,ଗଜପତି,ବୌଦ୍ଧ , ଆଦି ଜିଲ୍ଲା ଗୁଡ଼ିକରେ କାଳବୈଶାଖୀ ର ଯଥେଷ୍ଟ ସମ୍ଭାବନା ରହିଛି। ଅନୁଗୁଳ,ଢେ଼ଙ୍କାନାଳ,ମୟୁରଭଞ୍ଜ,ଦେବଗଡ଼,କେନ୍ଦୁଝର,ବାଲେଶ୍ଵର ଓ ଭଦ୍ରକ ସମେତ ଯାଜପୁର , କେନ୍ଦ୍ରାପଡ଼ା ଆଦି ଜିଲ୍ଲା ମାନଙ୍କରେ ବଜ୍ରପାତ ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଏହି ଝଡ ବର୍ଷା ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର ।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ….

Related posts

ବିଶ୍ୱ ପରିବେଶ ଦିବସ ପାଳିତ 

ସରପଞ୍ଚ, ସମାଜ ସେବୀ ସହ ଡାକ୍ତରୀ ଦଳ ମେଲକୁନ୍ଦେଲ, ପିଣ୍ତାପଦର ଗ୍ରାମକୁ ଗ୍ରସ୍ତରେ

Sunil Chandra Nayak

କେସିଙ୍ଗା ନଗର କୁଲତା ସମାଜ ର ବନ୍ଧୁ ମିଳନ

Sunil Chandra Nayak

Leave a Comment

error: Content is protected !!