ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆବାସ ଯୋଜନା ଗୃହ ପ୍ରଦାନ ନିମନ୍ତେ ନୂତନ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ

ଆବାସ ଯୋଜନା ଗୃହ ପ୍ରଦାନ ନିମନ୍ତେ ନୂତନ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ

 ରାୟଗଡ଼ ତା: ୨୪.୧.୨୦୨୫  //  ଜିଲ୍ଲାରେ ଗୃହହୀନ ଓ କଚ୍ଚା ଘରେ ରହୁଥିବା ସମସ୍ତ ପରିବାରଙ୍କୁ ପକ୍କା ଘର ପ୍ରଦାନ ନିମନ୍ତେ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲା ପରିଷଦ , ରାୟଗଡର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଶୁକ୍ରବାର ସକାଳେ ସ୍ଥାନୀୟ ରାୟଗଡ଼ ସଦର ପଞ୍ଚାୟତ ସମିତି ପରିସରରୁ ଶୁଭାରମ୍ଭ କରିଥିଲେ । ଶୁଭାରମ୍ଭ ସମୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ, ବ୍ଲକ ପ୍ରକଳ୍ପ ସଂଯୋଜକ ମୋହନ ମୂରଲୀ ହାତୀ, ବ୍ଲକ ଆବାସ ଯୋଜନା ସହାୟକ ନୀଳମଣି ପଣ୍ଡା ଓ ଅନ୍ୟାନ୍ୟ ବ୍ଲକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଜାନୁୟାରୀ ୨୪ ତାରିଖରୁ ପ୍ରାରମ୍ଭ ହୋଇଥିବା ଏହି ସର୍ଭେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସର୍ଭେ ନିମନ୍ତେ ପ୍ରତି ବ୍ଲକର କ୍ଷେତ୍ର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି , ଗ୍ରାମ ପଞ୍ଚାୟତ ସ୍ତରରେ ବ୍ୟାନର ପ୍ରଦର୍ଶନ ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗ୍ରାମ୍ୟ ସ୍ତରରେ ବହୁଳ ପ୍ରଚାର ଓ ପ୍ରସାର କରାଯାଉଅଛି । ରାୟଗଡା ବ୍ଲକ ରେ ୨୭୩ ଗୋଟି ରାଜସ୍ବ ଗ୍ରାମରେ ସର୍ଭେ ନିମନ୍ତେ ୫୭ ଜଣ କ୍ଷେତ୍ର କର୍ମଚାରୀ ନିଯୋଜିତ ଥିବା ଏବିଡିଓ କାଳୁ ଚରଣ ନାୟକ ପ୍ରକାଶ କରିଛନ୍ତି । ଚଳିତ ସର୍ଭେରେ ଆଶାୟୀ ପରିବାର ନିଜେ ମଧ୍ୟ ନିଜର ସର୍ଭେ କରିପାରିବା ଏହି ସର୍ଭେର ପ୍ରମୁଖ ବିଶେଷତ୍ଵ । ପରିବାରର ମହିଳା ମୁଖ୍ୟ ହିଁ କେବଳ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ହିତାଧିକାରୀ ଭାବେ ପରିଗଣିତ ହେବେ । ଆୱାସ ଆପ ଜରିଆରେ ସର୍ଭେ ଅନୁଷ୍ଠିତ ହେବ । ହିତାଧିକାରୀ ଭୂମିହୀନ ହୋଇଥିଲେ ଏହାର ତଥ୍ୟ ମଧ୍ୟ ଆପରେ ଉଲ୍ଲେଖ କରାଯିବ । ସର୍ଭେରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ତାଲିକା ଗ୍ରାମୱାରୀ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦର୍ଶନ କରାଯିବ ଫଳରେ ଯୋଗ୍ୟ ହିତାଧିକାରୀ ସୁଯୋଗ ପାଇପାରିବେ । 

 ହିତାଧିକାରୀ ଚୟନ ପଦ୍ଧତିକୁ କୋହଳ କରାଯାଇ ଦୁଇ ଚକିଆ ଯାନ , ଫ୍ରିଜ ଅବା ଲ୍ୟାଣ୍ଡ ଲାଇନ ଫୋନ ଥିବା ପରିବାର ଅଯୋଗ୍ୟ ବିବେଚନା ହେବେନାହିଁ ଏବଂ ପରିବାର ମାସିକ ଆୟ ଦଶ ହଜାର ଟଙ୍କାରୁ ପନ୍ଦର ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପରିବର୍ତ୍ତିତ ଯୋଗ୍ୟତା ମାନଦଣ୍ଡ ଆଧାରରେ ବଳକା ଥିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହି ଯୋଜନାରେ ଗୃହ ମଞ୍ଜୁର ଲକ୍ଷ୍ୟରେ ସରକାର ନୂତନ ସର୍ଭେ ଆରମ୍ଭ କରୁଥିବା ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ଖେମୁଣ୍ଡୁ କହିଛନ୍ତି । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୭୪ ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଗୁଡ଼ାରୀ ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ୧୦୦ ଚାରା ରୋପଣ

ଢେଙ୍କାନାଳ ବିଜେଡି ବିଧାୟକ ଙ୍କ ଦ୍ୱାରା ମିଳିତ ସାମ୍ବାଦିକ ସଙ୍ଘ କୁ କରଡlବଣି ମହୋତ୍ସବ ରେ ସମ୍ମାନ 

masiha

ଗୁରୁ ଗୌରବ ସମ୍ମାନରେ ସମ୍ମାନିତ ହେଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅସିତ୍ କୁମାର ଜେନା

masiha

Leave a Comment

error: Content is protected !!