ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁ ଦିଦିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ; ଝୁରି ଝୁରି କାନ୍ଦିଲେ ଛାତ୍ରଛାତ୍ରୀ 

ଅନୁ ଦିଦିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ; ଝୁରି ଝୁରି କାନ୍ଦିଲେ ଛାତ୍ରଛାତ୍ରୀ 

ରାଇରଙ୍ଗପୁର – ତା ୦୮/୧୦ ;  ଶିକ୍ଷକତା ଏକ ମହାନ ବୃତ୍ତି I ଦେଶର ଭବିଷ୍ୟତ ଗଠନରେ ଶିକ୍ଷକର ଭୂମିକା ଗୁରୁତ୍ୱପୂର୍ଣ୍ଣ I ନିଜର ମହନୀୟ ଗୁଣ ବଳରେ କେତେକ ଶିକ୍ଷକ/ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାନ୍ତି I ସେହିପରି ବାରିପଦାର ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟୀତ୍ରୀ ବନ୍ଦିତା ପାଲପାବୁ ( ଅନୁ ଦିଦି ) ପାଠପଢା ସହ ସ୍ନେହ ମମତା ଡୋରିରେ କୁନିକୁନି ଛାତ୍ରଛାତ୍ରୀଙ୍କୁ ଆପଣେଇ ନେଇଥିଲେ I ଦୀର୍ଘ ୧୩ ବର୍ଷଧରି ବିଦ୍ୟାଳୟରେ ଶିକ୍ଷକତା ଭିତରେ ମାତୃବତ ସ୍ନେହ ପ୍ରଦାନ କରି ସେ ଛାତ୍ରଛାତ୍ରୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ I ତାଙ୍କର ଅବସରକାଳୀନ ସଭାରେ ବିଶେଷ ଭାବରେ ଶିଶୁବାଟିକା ରୁ ୩ୟ ଶ୍ରେଣୀର କୁନିକୁନି ପିଲାମାନେ ବାହୁନି ବାହୁନି କାନ୍ଦୁଥିବାର ଦେଖାଯାଇଥିଲା I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁକୁମାର ରାଉତ, ପୂର୍ବତନ ଏ ବି ଇ ଓ ତପସ୍ୱିନୀ ଦାଶ, ପୂର୍ବତନ ପ୍ରଧାନ ଶିକ୍ଷକ ସୋମନାଥ ସିଂହ, ସି ଆର ସି ସି ଧନଞ୍ଜୟ ସାହୁ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ହଷ୍ଟେଲର କର୍ମକର୍ତ୍ତା, ଅଭିଭାବକ ପ୍ରମୁଖ ଉପସ୍ଥିତ ରହି ଦିଦିଙ୍କ କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ I ବିଦ୍ୟାଳୟର ବିକାଶ ଦିଗରେ ଅନୁ ଦିଦିଙ୍କ ଭୂମିକା ଉଲ୍ଲେଖନୀୟ ଥିଲା ଏବଂ ତାଙ୍କର ଅନୁପସ୍ଥିତି ଏକ ଶୂନ୍ୟସ୍ଥାନ ହୋଇରହିବ ବୋଲି ସମସ୍ତେ ପ୍ରକାଶ କରିଥିଲେ I ଶେଷରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ଶିକ୍ଷକ ଗଣେଶ ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ I

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ପରିବହନ ମନ୍ତ୍ରୀଙ୍କ ଜିଲ୍ଲା ଚିକିଟି ଅଞ୍ଚଳରେ ଦୌଡ଼ୁଛି ବେଆଇନ ଯାତ୍ରୀବାହୀ ଗାଡ଼ି ପ୍ରଶାସନ ନିରବ, ଯାତ୍ରୀଙ୍କ ଜୀବନ କାହା ଭରସାରେ 

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୭୮ତିରୋଧାନ ଦିବସ ପାଳିତ

Sunil Chandra Nayak

ବୁଧିଆ କିଷାନଙ୍କ ମୃତ୍ୟୁରେ ଅନୁକମ୍ପା ନିଯୁକ୍ତି ଦାବି ଗଣଧାରଣା ରେ ସାମିଲ ହେଲେ ସାଂସଦ ଜୁଏଲ ଓରାମ

masiha

Leave a Comment

error: Content is protected !!