ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୯୮ ଦିବ୍ୟାଙ୍ଗ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା  

୨୯୮ ଦିବ୍ୟାଙ୍ଗ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା  

 ତେନ୍ତୁଳିଖୁଣ୍ଟି ୨୪/୦୧/୨୫ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟ ପରିସର ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ପକ୍ଷ ରୁ ଭୀମ ଭୋଇ ଭିନ୍ନ ଖ୍ୟାମ ସାମର୍ଥ୍ୟ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୯୮ଜଣ ଦିବ୍ୟାଙ୍ଗ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଅସ୍ଥି ଶଲ୍ୟ ,କର୍ଣ୍ଣ ,ଚକ୍ଷୁ , ମାନସିକ ବିଭାଗ ର ବିଶେଷଜ୍ଞ ଡାକ୍ତର ଙ୍କ ଦ୍ଵାରା ପରୀକ୍ଷଣ କରାଯାଇଥିଲା। ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଶିବିର କୁ ଆସି ତଦାରଖ କରିଥିଲେ। ବିଡ଼ିଓ ମନୋଜ ପାଣିଗ୍ରାହୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ପଞ୍ଚାୟତ ସ୍ତରୀୟ ପ୍ରତିନିଧି ଓ ଅଧିକାରୀ ଉପସ୍ଥିତ ଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ତିନି ମାସ ଆଗରୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଙ୍କୁ ଏହି ଶିବିର ସମ୍ପର୍କରେ ସୂଚନା ଦିଆଯାଇଥିଲା ,ଅଙ୍ଗନୱାଡ଼ି ଙ୍କ ଜରିଆ ରେ ଦିବ୍ୟାଙ୍ଗ ଙ୍କୁ ଅନ୍ ଲାଇନ୍ ରେଜିଷ୍ଟର କରିବାକୁ କହିବାକୁ ନିର୍ଦ୍ଦେଶ ସତ୍ତ୍ୱେ ଠିକ୍ ରୂପେ କାର୍ଯ୍ୟ ନିର୍ବାହ ହୋଇ ନ ଥିବା ରୁ ବହୁ ଦିବ୍ୟା ଙ୍ଗ ଶେଷ ସମୟ ରେ ଶିବିର କୁ ଯାଇ ଅନ୍ ଲାଇନ୍ ହୋଇ ପାରି ବାରୁ ନିରାଶ ହୋଇ ଫେରିଥିବା ଦେଖା ଯାଇଥିଲା। ଆଜି ୩୬ ଜଣ ଙ୍କୁ ଅସ୍ଥି ସମ୍ପର୍କିତ କିଟ୍ ଯଥା ହ୍ୱିଲ ଚେୟାର,ଆଶା ବାଡି ଆଦି ,ସତୁରୀ ଜଣଙ୍କୁ ହିୟରିଂ କିଟ୍,୧୨ ଜଣ ଙ୍କୁ ଶିକ୍ଷଣ କିଟ୍ ପ୍ରଦାନ କରାଯାଇଛି।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଥୁଆମୂଳ ରାମପୁର ବ୍ଲକ୍ ଠାରେ ଓଡିଶା ଡ୍ରାଇଭର ମହାସଂଘ ଦିବସ ପାଳିତ 

masiha

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ପାଳିତ

masiha

ଓଡ଼ିଶାର ପ୍ରଥମ ପ୍ରତ୍ନତତ୍ତ୍ୱବିତ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!