ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ମା’ ଶାରଦା ସେବାସଂଘର ୨୯ ତମ ବାର୍ଷିକୋତ୍ସବ

ମୟୂରଭଞ୍ଜ – (ମସିହା)ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକର ଭାଲୁଵଷା ପଞ୍ଚାୟତର ବୁଢାମରା ଗ୍ରାମରେ ସ୍ଥାପିତ ମା’ଶାରଦା ସେବା ସଂଘ ଆଶ୍ରମର ୨୯ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଇଉକାଲିଶ ଗଛ ଜଙ୍ଗଲ ମଧ୍ୟରେ ପ୍ରାକୃତିକ ମନୋରାମା ପରିବେଶରେ ମା’ଶାରଦା ମନ୍ଦିର ପ୍ରତିଷ୍ଠା କରାଯାଇଛି ।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯାମସେଦପୁର ରାମକୃଷ୍ଣ ମିଶନ ଆଶ୍ରମର ସନ୍ନ୍ୟାସୀ ସ୍ବାମୀ ଜ୍ଞାନସରାନନ୍ଦଜୀ , ଭୂବନେଶ୍ଵର ରାମକୃଷ୍ଣ ମିଶନ ଆଶ୍ରମର ସ୍ବାମୀ ଅଦ୍ବୟାନନ୍ଦ ସରସ୍ବତୀଜୀ ଓ ଓଡ଼ିଶା ରାମକୃଷ୍ଣ ବିବେକାନନ୍ଦ ଭାବ ପ୍ରଚାର ପରିଷଦର ଅଧ୍ୟକ୍ଷ ପ୍ରଫେସର ସର୍ବେଶ୍ଵର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସେମାନଙ୍କୁ ବୁଢାମରା ଆଶ୍ରମର ଭକ୍ତ ବୃନ୍ଦ, ରାମକୃଷ୍ଣ ଆଶ୍ରମର ଶ୍ରଦ୍ଧାଳୁମାନେ ସ୍ବାଗତ ସମ୍ବର୍ଦ୍ଧନା କରି ଆଶ୍ରମକୁ ପାଛୋଟି ନେଇଥିଲେ ।

ପ୍ରାରମ୍ଭରେ ସଂଗୀତ ଗୁରୁ ସୁବାସ ପାତ୍ର ଏବଂ ସାଥୀ ବୃନ୍ଦ ପ୍ରାରମ୍ଭିକ ରାମକୃଷ୍ଣ ଶରଣଂସଂଗିତ ଗାନ କରିଥିଲେ ।ମା’ଶାରଦା ସେବା ସଂଘ, ରାଇରଙ୍ଗପୁର ଶାଖାର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଯେନାଙ୍କ ସଭାପତିତ୍ବରେ ଏକ ଆଧ୍ୟାତ୍ମିକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ନ୍ୟାସୀ ମାନେ ବାବା ରାମକୃଷ୍ଣ ଏବଂ ସ୍ବାମୀ ବିବେକାନନ୍ଦଙ୍କ କାର୍ଯ୍ୟଧାରା ,ବାଣୀ ଓ ବିଚାରଧାରା ଉପରେ ଦୈନନ୍ଦିନ ଜୀବନ ଉପରେ କିଭଳି ପ୍ରଭାଵ ଅଛି ତାହାକୁ ଶହ ଶହ ଭକ୍ତଙ୍କ ସମ୍ମୁଖରେ ସୁନ୍ଦର ଭାବରେ ବ୍ୟାଖ୍ୟା କରିଥିଲେ । ସତସଙ୍ଗ,ସତକର୍ମ,ସତ୍ୟବଚନ ଉପରେ ସମସ୍ତେ ପରିଚାଳିତ ହେଲେ ଜୀବନ ଶାନ୍ତି ଓ ସୁଖମୟ ହୋଇପାରିବ ।ପରେ ଆଶ୍ରମ ତରଫରୁ ୧୫ ଜଣ ଗରୀବ ମହିଳାଙ୍କୁ ନୂତନ ବସ୍ତ୍ର ମହାରାଜ ସନ୍ନ୍ୟାସୀ ମାନେ ପ୍ରଦାନ କରିଥିଲେ । ରାମକୃଷ୍ଣ ଆଶ୍ରମ କେବଳ ଆଧ୍ୟାତ୍ମିକ ଉପରେ କାର୍ଯ୍ୟ କରୁନାହିଁ ।ଗରୀବ,ଦୁଃଖୀ,ଅସହାୟ,ପିଡିତା,ବନ୍ୟା,ବାତ୍ୟା ସମୟରେ ଲୋକଙ୍କୁ ସହାୟତାର ହାତ ବଢ଼ାଇଛି । ଗାଁ ଗଣ୍ଡାରେ ଶିକ୍ଷାନୁଷ୍ଠାନ ଖୋଲାଯାଇ ଗରୀବ ପିଲାଙ୍କୁ ଶିକ୍ଷା ଦାନ କରାଯାଉଛି ।ଯାହାଫଳରେ ସାରା ବିଶ୍ବରେ ରାମକୃଷ୍ଣ ମିଶନର ଏକ ନିଆରା ପରିଚୟ ଅଛି ।ପରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।

ଏଭଳି ଆଧ୍ୟାତ୍ମିକ କାର୍ଯ୍ୟ କ୍ରମରେ ଭକ୍ତମାନେ ଯୋଗଦାନ କରି ନିଜକୁ କୃତାର୍ଥ ଓ ଧନ୍ୟ ମନେ କରିଥିଲେ ।ସନ୍ନ୍ୟାସୀ ମାନେ ରାଇରଙ୍ଗପୁର ଆଶ୍ରମର ପରିଚାଳକ ମାନଙ୍କ କାର୍ଯ୍ୟ ଦେଖି ବହୁ ପ୍ରଶଂସା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଶିକ୍ଷକ ଙ୍କୁ ପଦୋନ୍ନତି ପ୍ରମାଣ ପତ୍ର ପ୍ରଦାନ

Sunil Chandra Nayak

ଝାରକଟା ଉପ୍ରା ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ମେଳା

masiha

ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ରେ ସୁନ୍ଦରଗଡ଼ ଜିଲ୍ଲା ପୁରସ୍କୃତ

Sunil Chandra Nayak

Leave a Comment

error: Content is protected !!