ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ର ଧର୍ମପରାୟଣ ବ୍ୟକ୍ତି ଇଂ ନିର୍ମଳ କାନ୍ତି କଵି ଆର ପାରିରେ

ରାଇରଙ୍ଗପୁର ର ଧର୍ମପରାୟଣ ବ୍ୟକ୍ତି ଇଂ ନିର୍ମଳ କାନ୍ତି କଵି ଆର ପାରିରେ

 ମୟୂରଭଞ୍ଜ -ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢି ଗ୍ରାମର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ଇଂ ନିର୍ମଳକାନ୍ତି କବିଙ୍କ (୮୧)ସୋମବାର ଦିନ ସଂଧ୍ୟାରେ ଭୂବନେଶ୍ବରରେ ଦେହାନ୍ତ ହୋଇଯାଇଛି । ଦିର୍ଘ ମାସ ହେଲା ସ୍ବାସ୍ଥ୍ୟ ଶ୍ବାସ ଜନିତ ସମସ୍ୟା ନେଇ ଭୂବନେଶ୍ବରରେ ରହି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ପୁରୀ ସ୍ୱର୍ଗ ଦ୍ୱାର ରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି l ସେ ଜଣେ ଅତ୍ୟନ୍ତ ସରଳ, ସଚ୍ଚୋଟ ଏବଂ ଅମାୟିକ,ମେଳାପି , ଧାର୍ମିକ ଭଦ୍ରବ୍ୟକ୍ତି ଓ ପରୋପକାରୀ ବ୍ୟକ୍ତି ଥିଲେ l ବାରିପଦାରେ କବିବାବୁ ନାମରେ ସେ ବେଶ ଖ୍ୟାତ ଥିଲେ l ତାଙ୍କ ପରି ଜଣେ ନିର୍ବିବାଦୀୟ ବ୍ୟକ୍ତିତ୍ୱଙ୍କୁ ହରାଇ ମୟୂରଭଞ୍ଜ ବାସୀ ଦୁଃଖିତ l

  ଗତ 2001 ମସିହା ଅକ୍ଟୋବର 31 ତାରିଖରେ ସେ ବାରିପଦା ପୌରପାଳିକାରୁ ସହାୟକ ନିର୍ବାହୀ ଯନ୍ତ୍ରୀ ଭାବେ ଅବସର ଗ୍ରହଣ କରିବା ପରେ ବାରିପଦା ରେ କିଛି ବର୍ଷ ରହଣି ପରେ ରାଇରଙ୍ଗପୁର ଯାଇ ସେଠାରେ ରହି ଆସୁଥିଲେ l ଗତ 4/5 ବର୍ଷ ଧରି ସେ ଭୁବନେଶ୍ୱର ରେ ରହି ଆସୁଥିଲେ l ତାଙ୍କର 4 ଜଣ ଝିଅ ଓ ତିନି ଜ୍ୱାଇଁ ଅଛନ୍ତି l ତାଙ୍କର ଧର୍ମପତ୍ନୀ ନିରୁପମା କବି ଓଡିଆ ସାହିତ୍ୟ ର ଜଣେ ଆଗ ଧାଡ଼ିର ଲେଖିକା ଓ ସାରସ୍ଵତ ସାଧିକିl ତାଙ୍କ ମୃତ୍ୟୁ ରେ ବାରିପଦା ଓ ରାଇରଙ୍ଗପୁର ରେ ଶୋକର ଛାୟା ଖେଳି ଯାଇଛି lମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ l ଏଥି ସହିତ ପରିବାର ଓ ପ୍ରିୟ ଜନଙ୍କୁ ଏ ଦୁଖଦଃ ମୁହୂର୍ତ୍ତ ରେ ସହିବାର ଅଜସ୍ର ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଵାମନଘାଟୀ ବ୍ରାହ୍ମଣ ମହାସଭାର ସଦସ୍ୟମାନେ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜୈନ ତେରପନ୍ଥ ମହିଳା ମଣ୍ଡଳ ନବରଙ୍ଗପୁର ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ ଆୟୋଜିତ

Sunil Chandra Nayak

ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ:- ବର୍ଷିଲେ ଜିଲ୍ଲା ଓକିଲ ସଂଘ ସଭାପତି

Sunil Chandra Nayak

ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି, ଏସ.ଟି, ଏସ.ସି ବର୍ଗର ଛାତ୍ରଛାତ୍ରୀଙ୍କୁ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ପାଇଁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!