ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାତ୍ମା ଗାନ୍ଧୀଙ୍କ ଙ୍କ ଶହୀଦ ଦିବସ ଅବସର ରେ   ସି ପି ଆଇ ଏମ୍ ପକ୍ଷରୁ ସଦଭାବନା ଦିବସ ରୂପେ ପାଳନ

ମହାତ୍ମା ଗାନ୍ଧୀଙ୍କ ଙ୍କ ଶହୀଦ ଦିବସ ଅବସର ରେ

  ସି ପି ଆଇ ଏମ୍ ପକ୍ଷରୁ ସଦଭାବନା ଦିବସ ରୂପେ ପାଳନ

ରାଉରକେଲା ତା ୩୦/୦୧/୨୦୨୫ // ୩୦ ଜାନୁୟାରୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶହୀଦ ଅବସରରେ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ସହରର ଆମ୍ବାଗାନ ସ୍ଥିତି ପାର୍କ ଓ ପାନପୋଷ ଛକ ଠାରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ସହିତ ପାର୍ଟି କେନ୍ଦ୍ର କମିଟି ଆହ୍ୱାନରେ ଆଜିର ଦିବସ କୁ ଦେଶବ୍ୟାପୀ ସାଂପ୍ରଦାୟିକ ସଦଭାବନା ଦିବସ ରୂପେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ପାର୍ଟିର ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି ଉଭୟ ସ୍ଥାନରେ ଯୋଗଦେଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ସାଂପ୍ରଦାୟିକ ସଦଭାବନା ଦିବସ ପାଳନ ର ତାତ୍ପର୍ଯ୍ୟ ସଂପର୍କରେ ବକ୍ତବ୍ୟ ରଖି କହିଥିଲେ ଯେ ଆଜି ଦିନରେ ବି ସମଗ୍ର ବିଶ୍ଵରେ ମହାତ୍ମାଗାନ୍ଧୀ ଅନ୍ୟତମ ପ୍ରଭାବଶାଳୀ, ଜନପ୍ରିୟ ଓ ପ୍ରେରଣାଦାୟୀ ବ୍ୟକ୍ତିତ୍ୟ ମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛନ୍ତି। ଆଜିର ଦିନରେ ୧୯୪୮ ମସିହା ସଂଧ୍ୟାରେ ଗାନ୍ଧୀଜୀ ପ୍ରାର୍ଥନା ସଭାକୁ ଯାଉଥିବା ବେଳେ ନାଥୁରାମ ଗଡସେ ଗୁଳିରେ ଟଳି ପଡ଼ିଥିଲେ।

    ମହାତ୍ମା ଗାନ୍ଧୀଙ୍କ ଜୀବନ କୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ସେ ମୂଳତଃ ଶାନ୍ତ, ସଦଭାବନା,ସତ୍ୟ, ଅହିଂସା, ମୁକ୍ତି, ସହନଶୀଳତା, ମାନବବାଦ, ଧର୍ମନିରପେକ୍ଷତା, ଗଣତନ୍ତ୍ର,ଗ୍ରାମ୍ୟ ସ୍ଵରାଜ୍ୟ ଏବଂ ସୁଶାସନ ର ପ୍ରଚାରକ ଥିଲେ ଏବଂ ଏହାର ପ୍ରତିଷ୍ଠା କରିବା ପାଇଁ ପ୍ରତିବଦ୍ଧତା ର ସହିତ ସେ କାମ କରୁଥିଲେ।ବିଶ୍ଵରେ ଗାନ୍ଧୀଙ୍କ ବିଚାର ଏକ ପ୍ରସିଦ୍ଧ ଦର୍ଶନ ଭାବେ ପ୍ରତିପାଦିତ ହୋଇଛି। କଥା ଓ କାମ ରେ ସେ ଥିଲେ ଅନ୍ୟନ୍ୟ ଉଦାହରଣ। ଗାନ୍ଧିଜୀ ଯାହା କହୁଥିଲେ ବା ପ୍ରଚାର କରୁଥିଲେ ସେ ସମସ୍ତ କଥାକୁ ସେ ନିଜ ଜୀବନରେ ପ୍ରୟୋଗ କରୁଥିଲେ। ଆଜିର ଦିନରେ ଗାନ୍ଧୀଙ୍କ ହତ୍ୟା ଗାନ୍ଧୀ ବିଚାର କୁ ଉଦ୍ଧିଷ୍ଟ ବୋଲି ପ୍ରତିପାଦିତ ହୋଇଛି।ସେ ଦେଶ ବିଭାଜନ ର ତୀବ୍ର ବିରୋଧୀ ଥିଲେ।ସେ ଦେଶ ବିଭାଜନ ରେ ମର୍ମାହତ ହୋଇ ଦେଶ ସ୍ଵାଧୀନତା ଉତ୍ସବ ରେ ଅଂଶଗ୍ରହଣ ନ କରି ପ୍ରତିବାଦରେ ଅନଶନରେ ବସିଥିଲେ। ଭାରତର ସ୍ଵାଧିନତା ଆନ୍ଦୋଳନରେ ଅଂଶଗ୍ରହଣ କରି ନ ଥିବା ସଂଗଠନ ଓ ବ୍ୟକ୍ତି ବିଶେଷ ମାନେ ଆଜି ଗାନ୍ଧୀଙ୍କ ହତ୍ୟାକାରୀ ଙ୍କୁ ଆଦର୍ଶ ମାନିବା ବିଡ଼ମ୍ବନାର ଓ ଗମ୍ଭୀର ବିଷୟ ଓ ଦେଶରେ ଜାତି ଓ ଧର୍ମ ନାମରେ ବିଭାଜନ କୁ କେବେବି ବରଦାସ୍ତ କରାଯିବ ନାହଁ ବୋଲି ମତବ୍ୟକ୍ତ କରିବା ସହିତ ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ର ବହୁ ସଦସ୍ୟ ଯୋଗଦେଇ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ବସଷ୍ଟାଣ୍ଡ ନା ମାର୍କେଟ କମ୍ପ୍ଲେକ୍ସ , ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ରାସ୍ତାରେ ଜମୁଛି ପାଣି

Sunil Chandra Nayak

ଆମ ପୁଲିସ ର ବୈଠକ 

Sunil Chandra Nayak

ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବନ ମହୋତ୍ସବ ସପ୍ତାହ ପାଳିତ

Leave a Comment

error: Content is protected !!