ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ଓ ମଧୁସୂଦନ ପାଠାଗାରର ମିଳିତ ସହଯୋଗରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ.

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ଓ ମଧୁସୂଦନ ପାଠାଗାରର ମିଳିତ ସହଯୋଗରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ.

ରାଉରକେଲା: ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ “ସୁରେନ୍ଦ୍ର ସାଏ ଓ ତାଙ୍କ ସାଥୀ” ଉପରେ ଏକ ଆଲୋଚନା ଚକ୍ର ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ପରିଷଦର ସଭାପତି ସ୍ଵରୂପ ପାଣିଗ୍ରାହୀ ସ୍ଵାଗତ ଭାଷଣ ଦେଇଥିଲେ ଓ ସୁରେନ୍ଦ୍ରସାଏଙ୍କୁ ଏକ ମହାନ୍ ସ୍ଵାଧୀନତା ସଂଗ୍ରାମୀ ଭାବରେ ବର୍ଣ୍ଣନା କରିଥିଲେ । ମୁଖ୍ୟ ବକ୍ତା ଡକ୍ଟର ପ୍ରଭାତ ମଲ୍ଲିକ ସୁରେନ୍ଦ୍ର ସାଏଙ୍କ ଜୀବନୀ ଓ ତାଙ୍କର ସାଥୀ ମାନଙ୍କ ବୀରତ୍ୱ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥଲେ। ସୁରେନ୍ଦ୍ର ସାଏ ଓ ତାଙ୍କ ପରିବାର ଲୋକେ ଇଂରେଜ ସରକାରଙ୍କ ଦମନ ଲୀଳା ବିରୁଦ୍ଧରେ କିଭଳି ଏକ ବିଶାଳ ଓ ଶକ୍ତିଶାଳୀ ସୈନିକଦଳ ଗଠନ କରିଥଲେ ଓ ଏହି କାର୍ଯ୍ୟରେ ଇତିହାସରେ ଅନାଲୋଚିତ ବହୁ ପ୍ରମୁଖ ବ୍ୟକ୍ତି ବିଶେଷ କିପରି ତାଙ୍କୁ ସାହାଯ୍ୟ କରିଥଲେ ତାହା ଡ. ମଲ୍ଲିକ ସୁନ୍ଦର ଭାବରେ ଆଲୋଚନା କରିଥିଲେ। ଦୀର୍ଘ ୩୭ ବର୍ଷ କାଳ କାରାବରଣ କରି ଶେଷ ନିଃଶ୍ୱାସ ତ୍ୟାଗ କରି ସୁରେନ୍ଦ୍ର ସାଏ ଯେଉଁ ବୀରତ୍ବ ଇଂରେଜ ସରକାରଙ୍କ ଶାସନ ବିରୁଦ୍ଧରେ ପ୍ରତିପାଦନ କରିଥିଲେ ତାହା ନିଶ୍ଚିତ ଭାବରେ ବିରଳ ବୋଲି ଡ. ମଲ୍ଲିକ ତାଙ୍କ ବକ୍ତବ୍ୟରେ କହିଥିଲେ । 

ଅତିଥି ମାନେ ସଭା କାର୍ଯ୍ୟର ପ୍ରାରମ୍ଭରେ ସୁରେନ୍ଦ୍ର ସାଏଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ ଓ ପରିଷଦ ପକ୍ଷରୁ ଶ୍ରୀକାନ୍ତ ଷଡ଼ଙ୍ଗୀ ଏକ ସୁନ୍ଦର ପ୍ରାରମ୍ଭିକ ସଂଗୀତ ଭାବେ ସ୍ବର୍ଗତ ମୁରାରି ପ୍ରାସାଦ ମିଶ୍ରଙ୍କ ରଚିତ ସୁରେନ୍ଦ୍ର ସାଏଙ୍କୁ ନେ଼ଇ ପର୍ଯ୍ୟବସିତ ସଂଗୀତ ଗାନ କରିଥିଲେ। ପରିଷଦର ସାଂସ୍କୃତିକ ସଂପାଦକ ସୂର୍ଯ୍ୟ କୁମାର ପାଢ଼ୀ ସୁରେନ୍ଦ୍ର ସାଏଙ୍କ ଉପରେ ଏକ ସ୍ଵରଚିତ କବିତା ଆବୃତ୍ତି କରିଥିଲେ । ପରିଷଦର କାର୍ଯ୍ୟକାରୀ ସଦସ୍ୟ ଦେବେଶ ପୁରୋହିତଙ୍କ ଦ୍ଵାରା ପେନ୍ସିଲ ରେ ଅଙ୍କା ଯାଇଥିବା ସୁରେନ୍ଦ୍ର ସାଏଙ୍କ ବୃତ୍ତଚିତ୍ର ମୁଖ୍ୟ ବକ୍ତାଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା । ମଧୁସୂଦନ ପାଠାଗାରର ଉପ ସଭାପତି ଡକ୍ଟର ପ୍ରଭାକର ନାୟକ ତାଙ୍କର ବକ୍ତବ୍ୟରେ ସୁରେନ୍ଦ୍ର ସାଏଙ୍କୁ ଓଡ଼ିଶାର ମହାନ୍ ସ୍ଵାଧୀନତା ସଂଗ୍ରାମୀ ଭାବରେ ବର୍ଣ୍ଣନା କରିଥଲେ। ପରିଷଦର ଉପସଭାପତି ଡକ୍ଟର ଅଜୟ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ପରିଷଦର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। ପରିଷଦ ପକ୍ଷରୁ ଶ୍ରୀ ଷଡଙ୍ଗୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସର ରେ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ରାଜୀବ ପାଣି,ଲକ୍ଷ୍ମଣ ଦାସ, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, ରଶ୍ମି ରଞ୍ଜନ ବୋଇତାଇ ପ୍ରମୁଖ ଉପସ୍ଥିତ ଥିଲେ। ପରିଷଦ ର କୋଷାଧକ୍ଷ ଗୌରୀ ଶଙ୍କର ପ୍ରଧାନ, ବରିଷ୍ଠ ସଦସ୍ୟ ଡାକ୍ତର ଗଜେନ୍ଦ୍ର ମେହେର, ପୀତବାସ ପ୍ରଧାନ, ହୃଷିକେଶ ପଣ୍ଡା, ପ୍ରବୀର ମିଶ୍ର, କାର୍ଯକାରୀ ସଦସ୍ୟ ଏରିଅର ଜାଲ, ଅଶୋକ ଭଇଁସା, ନିବାସ ଦାସ, ମଦନ ବେହେରା ଓ ମଧୁସୂଦନ ପାଠାଗାରର କାଯ୍ୟକାରୀ ସଦସ୍ୟ ସୂର୍ଯ୍ୟ ନାରାୟଣ ପଣ୍ଡା, ରାଖାଲ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଖୁବ୍ ଉଚ୍ଚକୋଟୀର ହୋଇଥିଲା | ଏହି ସଭାରେ ସହରର ବହୁ ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରକ୍ଷଣା ବେକ୍ଷଣ ଅଭାବରୁ କାର୍ଯ୍ୟରେ ଅସୁନି ରାଜପୁର ପୁର୍ଣି ବନ୍ଦ ,ତିନି ବର୍ଷ ହେଲା ହଉନି ନିଲାମ ,ସରକାରୀ ରାଜସ୍ୱ ହାନି 

masiha

ଗତ ଅକ୍ଟୋବର ୨ ତାରିଖ ବର୍ଷା ଯୋଗୁଁ ବଢ଼ି ପାଣି ରେ ଭାସି ଯାଇଥିବା ମୃତ୍ୟୁ ଶରୀର ସନ୍ଧେହ ରେ ଏକ ଶବ ଉଦ୍ଧାର

Sunil Chandra Nayak

ବିଶ୍ବ ଫଟୋଗ୍ରାଫି ଦିବସ

Sunil Chandra Nayak

Leave a Comment

error: Content is protected !!