ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଭାରତ କୃଷକ ସଭା ପକ୍ଷରୁ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ଘେରାଉ 

ଅଖିଳ ଭାରତ କୃଷକ ସଭା ପକ୍ଷରୁ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ଘେରାଉ 

ରାଉରକେଲା : କଲୁଙ୍ଗା ଓ କୁଆଁରମୁଣ୍ଡା ଶିଳ୍ପାଞ୍ଚଳକୁ ପ୍ରଦୂଷଣ ମୁକ୍ତ କରିବା , ଆଞ୍ଚଳିକ ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କୁ ରାଉରକେଲା କାର୍ଯ୍ୟାଳୟରୁ ଅନ୍ୟତ୍ର ବଦଳି କରିବା , କଲୁଙ୍ଗା ରେଲୱେ ସାଇଡିଂରେ ହେଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା , ଗ୍ରାମ ପଞ୍ଚାୟତ ରାସ୍ତାରେ ଭାରିଯାନ ଗମନା ଗମନକୁ ନିୟନ୍ତ୍ରଣ କରିବା, ପ୍ରଦୂଷଣ ଦ୍ଵାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବା, ପଥରବ୍ଲାଷ୍ଟିଂ ଓ ଖଣି ଖନନ ଦ୍ଵାରା କ୍ଷତିଗ୍ରସ୍ତ ହେଉଥିବା ପିତାମହଲ ଡ୍ୟାମ ଓ ଶବ୍ଦ ପ୍ରଦୂଷଣ ରୁ ଅଞ୍ଚଳ ବାସୀଙ୍କୁ ସୁରକ୍ଷିତ ରଖିବା ପ୍ରମୁଖ ଦାବିରେ ଆଜି ରାଉରକେଲା ସ୍ଥିତ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା। କୃଷକ ସଭାର ପାନପୋଷ ସବ ଡିଭିଜନର ସଭାପତି ଦଶରୁ କିସାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଆଇଟିୟୁସି ରାଜ୍ୟ ସମ୍ପାଦକ ପ୍ରଦୋଷ କୁମାର ମହାନ୍ତି ଜିଲ୍ଲା ସମ୍ପାଦକ ତଥା ସାମାଜିକ କର୍ମୀ

ସଦାନନ୍ଦ ସାହୁ, ଗୋବିନ୍ଦ କୁଜୁର୍ , ରମେଶ ଚନ୍ଦ୍ର ଶତପଥୀ, ସୁରେନ୍ଦ୍ର ବହାଲା, ରାଜ କିଶୋର ଧନୁଆର,ଗୋଲାପି ମଝି ପ୍ରମୁଖ ବକ୍ତବ୍ୟ ଦେଇ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କ କୋହଳ ମନୋଭାବ ଯୋଗୁଁ କଲୁଙ୍ଗା ଓ କୁଆଁରମୁଣ୍ଡା ଅଞ୍ଚଳ ପ୍ରଦୂଷଣ ର ବିଷ ବଳୟ ମଧ୍ୟକୁ ଚାଲି ଯାଇଛି ଯାହା ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି ,ଶିଶୁମାନେ ରୋଗାଗ୍ରସ୍ତ ହେଉଛନ୍ତି। ରାସ୍ତାକାମ ହେଉ ନ ଥିବାରୁ ଉକ୍ତ ଅଞ୍ଚଳ ବାସୀଙ୍କ ଜୀବନ ଧୂଳି ଓ ଧୁଆଁରେ ଦୁର୍ବିସହ ହୋଇଗଲାଣି। 

ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଏକ ଦାବିପତ୍ର ସଦସ୍ୟ ସଚିବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଭୁବନେଶ୍ୱର ଙ୍କୁ ଦିଆ ଯାଇଛି। ଏହି କାର୍ଯ୍ୟକ୍ରମରେ ରାମ କିଷାନ, ତୁଲାବତି କିଶାନ, ଏତୁଆରି କୁଜୁର, ସଂଗୀତା କୁଜୁର୍, ଟୋପି କିସାନ୍, ସୁକଲାଲ କିସାନ,ବୁଧୁ ଖେସ ପ୍ରମୁଖ ନେତୃତ ନେଇ ସଫଳ କରାଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

UVP writes a Demand Letter to the Director/Secretary of NRLM

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ବାର୍ଡ ଦ୍ଵାରା ଟ୍ରାଇର ଟେଲିକମ ଉପୋଭକ୍ତା ସଚେତନତା କର୍ମଶଳI    

Sunil Chandra Nayak

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭବାନୀପାଟଣା ଠାରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ 

masiha

Leave a Comment

error: Content is protected !!