ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ୟୂନିୟନ ଅଫ୍ ଜୋର୍ଣାଲିଷ୍ଟ( କେୟୂଜେ) ଆନୁକୁଲ୍ୟରେ ତ୍ରୀଦିଵସୀୟ” ଦ୍ଵିବାର୍ଷିକ “ଝରଣା ମହୋତ୍ସବ “ଶୁଭ ଉଦଘାଟିତ 

କୋଇଡା ୟୂନିୟନ ଅଫ୍ ଜୋର୍ଣାଲିଷ୍ଟ( କେୟୂଜେ) ଆନୁକୁଲ୍ୟରେ ତ୍ରୀଦିଵସୀୟ” ଦ୍ଵିବାର୍ଷିକ “ଝରଣା ମହୋତ୍ସବ “ଶୁଭ ଉଦଘାଟିତ 

କୋଇଡା – ୦୧/୦୨ //  ସୁନ୍ଦରଗଡ଼ ଜିଲ୍ଲାର ଲୌହଖଣିଭରା ରତ୍ନଗର୍ଭା କୋଇଡା ମାଟିରେ କୋଇଡା ୟୂନିଅନ ଅଫ୍ ଜୋର୍ଣାଲିଷ୍ଟ'( କେୟୂଜେ) ଆନୁକୁଲ୍ୟରେ କୋଇଡା ର ଗୋପବନ୍ଧୁ ହାଇସ୍କୁଲ ପଡ଼ିଆରେ ଦ୍ଵିବାର୍ଷିକ ତ୍ରୀଦିବସୀୟ” ଝରଣା ମହୋତ୍ସବ” ଶୁକ୍ରବାର ଦିନ ସଂନ୍ଧ୍ୟାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଶୁଭ ଉଦ୍ଘାଟିତ ହୋଇଯାଇଛି ।କୋଇଡା ଅଂଚଳ ହେଉଛି ରତ୍ନଗର୍ଭା ।ହେଲେ ଦୀପ ତଳ ଅନ୍ଧାର ଭଳି କୋଇଡା ଅଂଚଳର ବିକାଶ ଏବଂ ଲୋକମାନଙ୍କର ସାମାଜିକ , ଅର୍ଥନୀତି,ଶିଳ୍ପ,ଗମନାଗମନ,ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ ବହୁତ ପଛରେ ।ଏଠାରୁ ସମ୍ପତ୍ତି ନେଇ ରାଜ୍ଯର ରାଜଧାନୀ ଓ ସୁନ୍ଦରଗଡ଼ , ରାଉରକେଲା ଚକାଚକ୍ ।ହେଲେ କୋଇଡା ଅଂଚଳ ଯେଉଁ ତିମିରକୁ ସେହି ତିମିରରେ । ସେଥିପାଇଁ ଅଂଚଳର ଲୋକଙ୍କର ଓ ସାମୁହିକ ଵିକାଶ ପାଇଁ ଅଣ୍ଟା ଭିଡିଛି (କେୟୂଜେ) । ଆଜିର” ଝରଣା ଉତ୍ସବ”ରେ ବଣେଇ ସିପିଏମ ଵିଧାୟକ ଲକ୍ଷ୍ମଣ ମୁଣ୍ଡା,ପ୍ରାକ୍ତନ କଂଗ୍ରେସ ବିଧାୟକ ତଥା କଂଗ୍ରେସ ଜିଲ୍ଲା ସଭାପତି ଜନାର୍ଦ୍ଦନ ଦେହୂରୀ,ପ୍ରାକ୍ତନ ବିଜେଡି ବିଧାୟକ ଭୀମସେନ ଚୌଧୁରୀ, ବିଶିଷ୍ଟ ସମାଜସେବୀ ଦେଵ ନାରାୟଣ ସାହୁ,ବିଶିଷ୍ଟ ଶ୍ରମିକ ନେତା ପ୍ରଭାତ ପଣ୍ଡା, ସମାଜସେବୀ ଅଶୋକ ସାମଲ,କୋଇଡା ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ନାଏକଏବଂ ଜିଲ୍ଲା ପରିଷଦ ସଦସ୍ୟା ଶୁସିଳା ମୁଣ୍ଡା, ସରପଞ୍ଚ ହୃଷିକେଶ ଦେହୂରୀ,ଡିଗ୍ରି କଲେଜ ଇତିହାସ ଅଧ୍ୟାପକ ପ୍ରଦୀପ୍ତ ପଟନାୟକ,କୋଇଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ,କେୟୂଜେ ସଭାପତି, ସଂପାଦକଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଜଗନ୍ନାଥଙ୍କ ଫଟୋଚିତ୍ର ପାଖରେ ପ୍ରଦୀପ ପ୍ରଜ୍ବଳନ କରି ଆଶୀର୍ବାଦ ନେଇ ଶୁଭାରମ୍ଭ କରିଥିଲେ ।ଅତିଥି ଗଣ କୋଇଡା ମାଟିର ସାମ୍ବାଦିକମାନଙ୍କୁ,ଅଂଚଳ ବାସୀଙ୍କୁ ନବ ବର୍ଷ,ମକର ସଂକ୍ରାନ୍ତି ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।କୋଇଡାର ସମସ୍ୟା , ସାମଗ୍ରିକ ବିକାଶ ପାଇଁ ସାମ୍ବାଦିକଙ୍କ ମାନଙ୍କ ଭୂମିକା ଅନନ୍ୟ ସେଥିପାଇଁ ସେମାନଙ୍କୁ ଯେତେ ସାଧୁବାଦ ଜଣାଇଲେ ବି କମ୍ ହେବ । ସାମ୍ବାଦିକମାନେ ସ୍ଥାନୀୟ ସମସ୍ୟା ନେଇ ଗଣମାଧ୍ୟମରେ ଉପସ୍ଥାପନ କରି ରାଜନେତା ଓ ପ୍ରଶାସନିକ ନଜରକୁ ଆଣି ତାହାର ସମାଧାନ ପାଇଁ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ।କୋଇଡା ମାଟିର ଭାଷା, ସଂସ୍କୃତି,ପରଂପରାକକୁ ଉଜ୍ଜୀବିତ କରିବା ପାଇଁ ‘ଝରଣା ଉତ୍ସବ ‘ଏକ ସେତୁ ଅଟେ ।ତଦସହ କୋଇଡାର ସାମଗ୍ରିକ ବିକାଶ ପାଇଁ ସମସ୍ତ ରାଜନୈତିକ ଦଳ,ସମସ୍ତ ସାମ୍ବାଦିକ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଏକାଠି ହୋଇ ଆଗାମି ଦିନରେ ଗୋଟିଏ ଛତାତଳେ ରହି ସଂଗ୍ରାମ ଜାରି ରଖିଲେ ଖୋଲିବାର ବିକାଶ ସମ୍ଭବ ହୋଇପାରିବ ବୋଲି କହିଥିଲେ ।ଝରଣା ଉତ୍ସବ କୋଇଡା ବାସୀଙ୍କ ମଧ୍ୟରେ ଭାଇଚାରା, ଭାତୃତ୍ବ,ସୁସମ୍ପର୍କ ଯୋଡିବା ରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ।ତଦସହ ଅତିଥିଗଣ ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଷ୍ଟଲ ପରିଦର୍ଶନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ ।ପରେ ପୁରୀର ଏକ ଖ୍ୟାତନାମା ଗାନ୍ଧର୍ବିକା ଓଡିଶୀ ନୃତ୍ୟ ଅନୁଷ୍ଠାନର କଳାକାରଙ୍କ ଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ।ପରେ କେୟୂଜେ ତରଫରୁ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଏକ ସାମାଜିକ ନାଟକ ପରିବେଷଣ କରାଯାଇଥିଲା । ସେମାନଙ୍କ ନିଖୁଣ ଅଭିନୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଵା ସହ ଭାବ ବିହ୍ଵଳ ହୋଇପଡ଼ିଥିଲେ ।ପରେ କେୟୂଜେ ତରଫରୁ ବଣେଇ ସାମ୍ବାଦିକ, ସ୍ଥାନୀୟ ସାମ୍ବାଦିକ , ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ମାନ୍ୟଗଣ୍ୟ ବ୍ୟକ୍ତି, ନାଟ୍ୟକଳାକାର ମାନଙ୍କୁ ରାଉରକେଲା ବିଧାୟକ ସାରଦା ନାୟକ ମାନପତ୍ର,ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ପରେ ଓଡ଼ିଶାର ସୁନାମ ଧନ୍ୟ ଯୁବ ଭଜନ ଗାୟକ ସୌରଭ ଭରଦ୍ୱାଜ ଏବଂ ତାଙ୍କ ସାଥୀ ସୁଲଳିତ କଣ୍ଠରେ ଭଜନ ଗାନ କରିଥିଲେ । ୩ ଦିନ ଧରି ଝରଣା ଉତ୍ସବ ମହାସମାରୋହରେ ରଙ୍ଗାରଙ୍ଗ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହେବ ।କୋଇଡା ଅଞ୍ଚଳବାସୀ ଉପସ୍ଥିତ ରହି ନୃତ୍ୟ , ସଙ୍ଗୀତ,ଭଜନ ସମାରୋହ ଉପଭୋଗ କରିବା ସହ କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁରୋଧ କରିଥିଲେ । ବିଶିଷ୍ଟ ଉପସ୍ଥାପିକା ଆନି ଶତପଥୀ ମଂଚ ପରିଚାଳନା କରିଥିଲେ ।

  କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

୮୦ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ 

masiha

ବ୍ରତୋପନୟନ କାର୍ଯ୍ୟରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ 

masiha

ସମସ୍ୟା ଘେରରେ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କୁ ଭେଟିଲେ ପୁରାତନ ଛାତ୍ର ସଂଘ…

masiha

Leave a Comment

error: Content is protected !!