ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେହେରା ଠାରେ ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଜିଲ୍ଲାପାଳ ଙ୍କୁ ଭେଟିଲେ ଅଞ୍ଚଳବାସୀ

ବେହେରା ଠାରେ ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଜିଲ୍ଲାପାଳ ଙ୍କୁ ଭେଟିଲେ ଅଞ୍ଚଳବାସୀ

ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କିଛି ଦିନ ତଳେ ଓଡିଶା ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମ ରେ ତାଙ୍କ ସରକାର ବ୍ଲକ ପୁନର୍ଗଠନ ପାଇଁ ଚିନ୍ତା କରୁଥିବା ବିଷୟ ପ୍ରକାଶ କରିବା ପରେ ରାଜ୍ୟର ବିଭିନ୍ନ ଅଂଚଳରେ ଲୋକଙ୍କ ଭିତରେ ନୂତନ ବ୍ଲକ ଗଠନ ନେଇ ଆଶା ସଂଚାର ହୋଇଛି. ବିଶେଷକରି କଳାହାଣ୍ଡି ଜିଲ୍ଲାର ଐତିହାସିକ ଦଣ୍ଡପାଟ ଅଞ୍ଚଳର ୧୧ ଗୋଟି ପଂଚାୟତକୁ ନେଇ ନୂତନ ଭାବେ ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଅଞ୍ଚଳବାସୀ ଆଜି କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଭେଟି ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ପ୍ରସ୍ତାବିତ ଏହି ନୂତନ ବ୍ଲକ ପାଇଁ ଆଜି ଧର୍ମଗଡ଼ ବ୍ଲକର ବେହେରା, ଜୟନ୍ତପୁର, ଛଞ୍ଚାଣବାହଲି, ଧଅଁରପୁର, ତେଣ୍ଡାପାଲି ପଂଚାୟତ ଓ କୋକସରା ବ୍ଲକ ର ଗୋତମୁଣ୍ଡା, ସାନପୋଡଗୁଡା, ଡାଲଗୁମା, ମୂଷାପାଲି, ଡହଗାଁ ଓ ଖୁଣ୍ଟିଆ ପଂଚାୟତ ର ସମସ୍ତ ପଂଚାୟତ ପ୍ରତିନିଧି, ବୁଦ୍ଧିଜୀବୀ ଦଳ ମତ ନିର୍ବିଶେଷରେ ସମସ୍ତେ ମିଶି ଆଜି ଜିଲ୍ଲାପାଳ କଳାହାଣ୍ଡି ଙ୍କୁ ବେହେରା ଠାରେ ଦଣ୍ଡପାଟ ବ୍ଲକ ପ୍ରତିଷ୍ଠା କରିବା ପାଇଁ ଜିଲ୍ଲା ପ୍ରଶାସନ ର ସାହାଯ୍ୟ ଲୋଡ଼ିଥିଲେ।ବେହେରା ଗ୍ରାମ ହେଉଛି ଦଣ୍ଡପାଟ ଅଂଚଳର ମୁଖ୍ୟ ବାବାସାୟିକ କେନ୍ଦ୍ର. ବେହେରା ଗ୍ରାମ ଉପରେ ଏହି ଅଂଚଳ ବ୍ୟତୀତ ପଡୋଶୀ ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ରାଜ୍ୟର ଶହ ଶହ ବ୍ୟକ୍ତି ପ୍ରତ୍ୟେକ ଦିନ ନିଜର ଜୀବନ ଜୀବିକା ପାଇଁ ନିର୍ଭର କରନ୍ତି. ଠିକ ସେହିଭଳି ବେହେରା ଠାରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ, ପ୍ରାଥମିକ ଚିକିତ୍ସାଳୟ, ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଭଳି ଅନେକ ସରକାରୀ କାର୍ଯ୍ୟାଳୟ ଥିବାରୁ ଏହି ଅଂଚଳର ଲୋକ ମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇଥାନ୍ତି।ତେଣୁ ନୁଆଁ ସରକାର ଦଣ୍ଡପାଟରେ ଏକ ନୂତନ ବ୍ଲକ ଗଠନ ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି। ସଂପ୍ରତି ଓଡିଶାରେ ଡବଲ ଇଂଜିନର ସରକାର ତେଣୁ ବ୍ଲକ ପୁନର୍ଗଠନ କରି ଇତିହାସ ସୃଷ୍ଟି କରିବାକୁ ଲୋକେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି।ପୁନଶ୍ଚ ଜିଲ୍ଲାପାଳ ମଧ୍ୟ ତାଙ୍କ ଅବଧିରେ ବେହେରା ଠାରେ ଦଣ୍ଡପାଟ ବ୍ଲକ ଗଠନ କରିବା ପାଇଁ ସରକାର ଙ୍କୁ ନିଜର ଏକ ଉତ୍ତମ ସୁପାରିଶ କରିବାକୁ ସମବେତ ବୁଦ୍ଧିଜୀବୀ ଅନୁରୋଧ କରିଥିଲେ।ଉକ୍ତ ଦାବୀ ଉପରେ ପ୍ରତିକ୍ରିୟା ରଖି ଜିଲ୍ଲାପାଳ ସରକାର ତ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ବ୍ଲକ ପୁନର୍ଗଠନ ପାଇଁ ନୋଟିସ ଜାରି କରି ନାହାନ୍ତି,ଆଗାମୀ ଦିନରେ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଲେ ସେ ସରକାର ଙ୍କ ନିୟମ ମୁତାବକ ନିଶ୍ଚୟ ସାହାଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ।ଆଜିକାର ଏହି କାର୍ଯ୍ୟକ୍ରମରେ ଦଣ୍ଡପାଟ ବ୍ଲକ କ୍ରିୟାନୁଷ୍ଠାନ କମିଟି ର ସଭାପତି ଘନଶ୍ୟାମ ପଟେଲ, କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ସମ୍ପାଦକ ପ୍ରଶାନ୍ତ ତିୱାରି, ଉପଦେଷ୍ଟା କମିଟି ଅଧ୍ୟକ୍ଷ ଧର୍ମାନନ୍ଦ ସେଠିଆ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସରପଞ୍ଚ ଗୌଲୋଚନ ଗୋପାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୂଝାରୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭିକାରି ନିଆଲ, ଭବେଶ ଗଇନ୍ତା, ନୌଜଲ ବାଗ, ସମତି ସଭ୍ୟ କିଶୋର ନାଗ, ଭାରତ ଗୋପାଳ, ତୁଳସୀ ରାମ ବାରିକ, ଚିତ୍ତରଞ୍ଜନ ପୂଝାରୀ, ବଳରାମ ପୂଝାରୀ, ଚନ୍ଦ୍ରଶେଖର ନାଏକ, ଚନ୍ଦନ ବାଣୁଆ, ଗୌରଚନ୍ଦ୍ର ବାଗ,ରାଜୁ ସିଂ ଠାକୁର, ଖଗପତି ନାଏକ,ଧର୍ମେନ୍ଦ୍ର ସୋନି, ତ୍ରିଲୋକନାଥ ସିଂ, ସୁରେନ୍ଦ୍ର ନାଏକ, କମଲୁ ଗୋପାଳ, ସିଦ୍ଧେଶ୍ୱର ଭଇଁସାଲ ଆଦି ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟ ବନ୍ଦ ଆନ୍ଦୋଳନ ନେଇ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ 

masiha

ଗୋଳାମୁଣ୍ଡା ବ୍ଲକ ଘୋଟିଆ ରୁ ଆରମ୍ଭ ହେଲା ଚଳିତ ବର୍ଷ ଖରିଫ ଧାନ ମଣ୍ଡି 

masiha

ପିକଅପ୍ ଭ୍ୟାନ ଓଲଟି ୧୮ ଗୁରୁତର, ୮ ଆହତ , ଗୁରୁତରଙ୍କୁ ଭବାନୀପାଟଣା ଓ ରାୟଗଡ଼ା ସ୍ଥାନାନ୍ତର 

Sunil Chandra Nayak

Leave a Comment

error: Content is protected !!