ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂତନ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା 

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂତନ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା 

ରାୟଗଡା ଜିଲ୍ଲାରେ ଗତ ଫେବ୍ରୁୟାରୀ ୩ ତାରିଖରେ ଶ୍ରୀଯୁକ୍ତ ରାମଚନ୍ଦ୍ର ନାହକ ଜିଲ୍ଲା ଶିକ୍ଷାଧିକାରୀ ରୂପେ ଦାଇତ୍ଵ ଗ୍ରହଣ କରିଛନ୍ତି। ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶ୍ରୀ ନାହକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ କରିବା ସହ ଶିକ୍ଷା ସମ୍ପର୍କିତ ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିଥିଲେ। ଗତ ଏକ ବର୍ଷ ମଧ୍ୟରେ ଶିକ୍ଷକ ମାନଙ୍କ ପଦୋନ୍ନତି ଓ ଅନ୍ୟାନ୍ୟ ସମସ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇନଥିବାରୁ ନୂତନ ଶିକ୍ଷାଧିକାରୀଙ୍କ ଠାରୁ ଶିକ୍ଷକବୃନ୍ଦ ସହଯୋଗ କାମନା କରିଥିଲେ। ଶ୍ରୀ ନାହକ ଅଭିଜ୍ଞ ପ୍ରଶାସକ ଏବଂ ପୂର୍ବରୁ ଓସେପା ଯୁଗ୍ମ ନିର୍ଦ୍ଦେଶକ ରୂପେ ଅଭିଜ୍ଞତା ଥିବାରୁ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଦୃଷ୍ଟାନ୍ତ ମୂଳକ ବିକାଶ ଆଶା କରାଯାଉଛି ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ନୀଳାଞ୍ଚଳ ମିଶ୍ର ପ୍ରକାଶ କରିଛନ୍ତି।  

      ରାଜ୍ୟର ଆଞ୍ଚଳିକ ସମ୍ପାଦକ ଦୀପକ କୁମାର ରାଉତ, ବ୍ଳକ ସଭାପତି ସଦାନନ୍ଦ ନାଏକ, ସମ୍ପାଦକ ଦୂର୍ଗା ସନ୍ୟାସୀ ବେହେରା ସହ ପ୍ରମୋଦ ସାମଲ, ଶଙ୍କର ନାରାୟଣ ବେହେରା, ସଂଗ୍ରାମ ବେହେରା, ରମେଶ ଚନ୍ଦ୍ର ସାହୁ, ସୌମ୍ୟା ପ୍ରିୟଦର୍ଶିନୀ ବିର, ମଧୁସ୍ମିତା ଖୁଣ୍ଟିଆ, ଆରତି ବିଡିକା, ପ୍ରଫୁଲ୍ଲ ସୁବୁଦ୍ଧି, କୃଷ୍ଣ ପାଢି, ରୋହିତ ଭୋଇ, ମହେନ୍ଦ୍ର ବିଭୋର ପ୍ରମୂଖ ସଦର ବ୍ଳକ ସିଆରସିସି ଭେଟି ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ସ୍ଵାଗତ ଜଣାଇଥିଲେ।        ଶିକ୍ଷକ କର୍ମବୀର ହେବା ଉଚିତ, ନିଜ କର୍ମ ଦ୍ବାରା ଶିକ୍ଷକ ସମାଜରେ ସମ୍ମାନର ଅଧିକାରୀ ହୋଇଥାନ୍ତି। ଶେଷରେ ସହଭାଗୀତା ମାଧ୍ୟମରେ ରାୟଗଡା ଜିଲ୍ଲାର ଶିକ୍ଷାର ବିକାଶ ପାଇଁ ସେ ସଂଘୀୟ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜାତୀୟ ଯୁବ ଉତ୍ସବ – ୨୦୨୩ରେ ଓଡ଼ିଆ ପୁଅ ବିକ୍ରମ କେଶରୀ ନାଥ ପୁରସ୍କୃତ

Sunil Chandra Nayak

ଦୁଇଦିନିଆ ମାଗଣା ଚେସ ତାଲିମ ଉଦଘାଟିତ 

Sunil Chandra Nayak

ଗୃହପାଳିତ ପ୍ରାଣୀ ମାନଙ୍କ ଟୀକାକରଣ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!