ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତିଝରରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ଶାନ୍ତିଝରରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ଆସିକା , ୬/୨/୨୫ // ଧରାକୋଟ ନିକଟସ୍ଥ ଶାନ୍ତିଝର ପୀଠରେ ମୁଣ୍ଡମରାଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ବାଟିକା ସହ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର 155 ଜଣ ଶିଶୁ ଭାଇ ଓ ଭଉଣୀ ଯୋଗଦେଇଥିଲେ । ଶିଶୁ ମନ୍ଦିରର ସଭାପତି ଯୋଗେନ୍ଦ୍ର ସାସମଲ,ସମ୍ପାଦକ ଚିଦାନନ୍ଦ ପାତ୍ର,ସଦସ୍ୟା ରେଣୁ ସାହୁ,ଶିଶୁ ବାଟିକା ପ୍ରମୁଖ ଗୋଲାପି ବାଡତ୍ୟା ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ମହେଶ୍ୱର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ। ସଭାପତି ଯୋଗେନ୍ଦ୍ର ସାସମଲ ଓ ସମ୍ପାଦକ ଚିଦାନନ୍ଦ ପାତ୍ର ଶିଶୁ ମାନଙ୍କୁ ଜଙ୍ଗଲ ସୁରକ୍ଷା ସହ ପରିବେଶ ସ୍ବଚ୍ଛତା ଉପରେ ବୁଝାଇଥିଲେ । ପ୍ରଧାନ ଆଚାର୍ଯ୍ୟ ଜଙ୍ଗଲ ର ଉପରିକରିତା ସହ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ମତ ରଖିଥିଲେ ।ଶେଷରେ ବରିଷ୍ଠ ଆଚାର୍ଯ୍ୟା ସ୍ୱାସ୍ଵତି ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ,ଗୁରୁମା ସହ ଅନ୍ୟାନ୍ୟ କର୍ମଚାରୀ ସହଯୋଗ ପ୍ରଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଲଘୁଚାପ ପ୍ରଭାବରେ ସାମାନ୍ୟ ବର୍ଷା, ଲୋକେ ଆଶ୍ବସ୍ତି 

masiha

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଯାତ୍ରା 

Sunil Chandra Nayak

ବିପ୍ଳବୀ ଧରଣୀ ଧର ନାୟକ ( ଭୂୟାଁ)ଙ୍କ ଜନ୍ମ ଜୟନ୍ତି ପାଳିତ 

masiha

Leave a Comment

error: Content is protected !!