ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ବ୍ଲକ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ୨୦୨୫ ଉଦଘାଟିତ 

ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ବ୍ଲକ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ୨୦୨୫ ଉଦଘାଟିତ 

ନବରଙ୍ଗପୁର:(୪|୨)(ରବି ନାରାୟଣ ମହାନ୍ତି) ଏହି ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥ ଭାବେ ମାନ୍ୟବର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ନରସିଂହ ଭତ୍ରା, ମାନ୍ୟବର ବିଧାୟକ, ଝରିଗାଁ, ଶ୍ରୀମତୀ ଲିପିକା ବାରୋଇ, ମାନ୍ୟବର ଉପାଧ୍ୟକ, ଜିଲ୍ଲାପରିଷଦ, ନବରଙ୍ଗପୁର, ଶ୍ରୀମତୀ ରାଧା ଭତ୍ରା ମାନ୍ୟବର ଅଧ୍ଯକ୍ଷା, ପୌରପରିଷଦ, ଉମରକୋଟ, ଶ୍ରୀମତୀ ସୁଶୀଳା ମାଝୀ, ମାନ୍ୟବର ଅଧ୍ଯକ୍ଷା, ପଞ୍ଚାୟତ ସମିତି, ଉମରକୋଟ ଓ ଶ୍ରୀ ପାଲାକା ରବିନ୍ଦ୍ର, (ଓ.ମ.ସେ-୧)ଜିଲ୍ଲା ମଙ୍ଗଳ ଅଧୂକାରୀ, ନବରଙ୍ଗପୁର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛାତ୍ରପତି ସାହୁ ଓ ଜିଲ୍ଲା ର ସମସ୍ତ ସରକାରୀ ଶିକ୍ଷା ଅନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟିତ୍ରି ଙ୍କ ଉପସ୍ଥିତରେ କ୍ରୀଡା ଛାତ୍ର ଛାତ୍ରୀ, କ୍ରୀଡା ଶିକ୍ଷକ ଓ ଶିକ୍ଷତ୍ରିଙ୍କ ଦ୍ଵାରା ଅଣାଯାଇଥିବା ମସାଲକୁ ପୂଜା ଅର୍ଚ୍ଚନା କରି ମଞ୍ଚରେ ସ୍ଥାପନ କରି ଶ୍ରୀ ଗଣେଶ ଙ୍କ ମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ ସହ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ ମାନ୍ୟବର ମନ୍ତ୍ରୀଙ୍କ ହସ୍ତରେ ହୋଇଥିଲା। ପରେ ଜିଲ୍ଲା ର ୧୦ ଗୋଟି ବ୍ଲକ ରୁ ଆସିଥିବା ଛାତ୍ର ଛାତ୍ରୀଙ୍କ ଦ୍ୱାରା ଖେଳ ପଡିଆ ରେ ଏକ ପ୍ୟାରେଡ଼ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରି ମନ୍ତ୍ରୀ ଉଦବୋଧନ ଦେଇ ଥିଲେ।

( ମ ନି ସ ) 

Related posts

ଜିଲା ସ୍ତରୀୟ ବିଜ୍ଞାନ ମେଳରେ ଛାତ୍ରଙ୍କ କୃତିତ୍ଵ

Sunil Chandra Nayak

ପୋଲିସ ର ଜବତ ଯାନ ବାହାନ ଫେରସ୍ତ କାର୍ଯ୍ୟକ୍ରମ ଆରମ୍ଭ

Sunil Chandra Nayak

*MASSIVE PROTEST BLOCKS RAYAGADA ROAD, COMMUTERS FACE DIFFICULTIES*

masiha

Leave a Comment

error: Content is protected !!