ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରତୋପନୟନ କାର୍ଯ୍ୟରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ 

ବ୍ରତୋପନୟନ କାର୍ଯ୍ୟରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ

ଖଇରା,୦୭/୦୨/୨୫ – ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏବଂ ବର୍ତ୍ତମାନ ବିଜଦ ଜିଲ୍ଲା ସଭାପତି ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ଖଇରା ବ୍ଲକ ମାଣିିତ୍ରୀ ପଞ୍ଚାୟତର ସଞ୍ଜୟ କୁମାର ତିଆଡ଼ିଙ୍କ ସୁପୁତ୍ର ପୂର୍ବାଂଶୁର ଶୁଭ ବ୍ରତୋପନୟନ ମହାର୍ଘ୍ୟ ଉତ୍ସବରେ ଯୋଗଦେଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ମଙ୍ଗଳ କାମନା କରିଛନ୍ତି । ଶ୍ରୀ ପାଣିଗ୍ରାହୀ ଜଣେ ଉତ୍ତମ ଚରିତ୍ର, ହୃଦୟବାନ, ସରଳ ବିଶ୍ୱାସୀ, ନିଷ୍କପଟ, କର୍ମବୀର, କର୍ତ୍ତବ୍ୟ ପରାୟଣ, ସମୟାନୁ ବର୍ତ୍ତିତା, ଉତ୍ତମ ସ୍ବଭାବର ବ୍ଯକ୍ତି ହୋଇଥିବାରୁ ନିର୍ବାଚନ ମଣ୍ଡଳୀ କାହିଁକି ଜିଲ୍ଲା ଏବଂ ରାଜ୍ୟରେ ସୁନାମ ରହିଛି । ଲୋକଙ୍କ ହୃଦୟର କଥା ବୁଝିପାରନ୍ତି ଏବଂ ତାହାର ମଧ୍ୟ ସମାଧାନ କରନ୍ତି । ସେ ଜଣେ କର୍ମବୀର ହୋଇଥିବାରୁ ତାଙ୍କ ସମୟରେ ଅନେକ ଆଖୁଦୃଶିଆ କାମ କରି ସୁନାମ ଅର୍ଜନ କରିଛନ୍ତି । ଦରିଦ୍ରକୁ ସାହା ହୁଅନ୍ତି ଏବଂ ଯେକୌଣସି କାର୍ଯ୍ୟରେ ତାଙ୍କୁ ନିମନ୍ତ୍ରଣ କଲେ ବିଳମ୍ବ ହେଲେ ପଛେ ପହଞ୍ଚିବାରେ ଅବହେଳା କରନ୍ତି ନାହିଁ । ସେଥିପାଇଁ ସମସ୍ତେ ତାଙ୍କୁ ଜ୍ଯୋତି ନନା ବୋଲି ଡାକନ୍ତି । ବହୁ ଉନ୍ନତି ମୂଳକ କାର୍ଯ୍ୟରେ ତାଙ୍କ ଅବଦାନକୁ ଅଞ୍ଚଳବାସୀ କେବେବି ଭୁଲି ପାରିବେ ନାହିଁ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

 

Related posts

ମାଣ୍ଡେଲରେ କୁଲତା ସମାଜର ଯୁବ ସମାବେଶ , ସମାଜ ସଂଗଠିତ କରିବାକୁ କାର୍ଯ୍ୟକାରୀ ହେବ ଭିଜନ-୨୦୩୦

ଦେପୁରରେ ଜଙ୍ଗଲ ଅଧିକାର ନିୟମ ଲାଗୁପାଇଁ ସାଧାରଣ ସଭା

Sunil Chandra Nayak

ଆମ ପୁଲିସ ର ସଚେତନତା ବୈଠକ

Sunil Chandra Nayak

Leave a Comment

error: Content is protected !!