ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୬ଶ ଅର୍ଥ କମିଶନ ସଦସ୍ୟଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ 

୧୬ଶ ଅର୍ଥ କମିଶନ ସଦସ୍ୟଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ 

ଲାଞ୍ଜିଗଡ଼, ୧୧/୦୨(ମନିସ)-କେନ୍ଦ୍ର ସରକାରଙ୍କ ୧୬ଶ ଅର୍ଥ କମିଶନ ସଦସ୍ୟ ମନୋଜ ପଣ୍ଡା ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଥିବାବେଳେ ଆଜି ଦ୍ଵିତୀୟ ଦିନରେ ଲାଞ୍ଜିଗଡ଼ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ପ୍ରକଳ୍ପ ପରିଦର୍ଶନ କରିବା ସହିତ ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଶ୍ରୀ ପଣ୍ଡା ଆଜି ବ୍ଲକର ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଓ ମନରେଗା ପ୍ରକଳ୍ପ ଦ୍ୱାରା ସମ୍ପାଦିତ ଲାଞ୍ଜି ପଞ୍ଚାୟତର ବିକାଶ ନଗର ଓ କାନକୁଟ୍ରୁ ପଞ୍ଚାୟତର ଆବାସ ନଗର ପରିଦର୍ଶନ କରିଥିଲେ। ଏହାପରେ ଶ୍ରୀ ପଣ୍ଡା ନିୟମଗିରି ପର୍ବତ ଉପରେ ଥିବା ତ୍ରିଲୋଚନପୁର ପଞ୍ଚାୟତ ଫୁଲଡୁମେର ଗାଁ ଗସ୍ତ କରିବା ସହିତ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ସ୍ଥାନୀୟ ଆଦିବାସୀ ହିତାଧିକାରୀମାନଙ୍କ ଆଲୋଚନା କରିଥିଲେ। ଏହାପରେ ଜଗନ୍ନାଥପୁର ପଞ୍ଚାୟତ ପରିଦର୍ଶନ କଲାପରେ ନିୟମଗିରି ବେଦାନ୍ତ ନଗରରେ ଆଦିବାସୀଙ୍କ ଦ୍ୱାରା ବିଭିନ୍ନ ହାତ ତିଆରି କାମ ଦେଖିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ। ସେଠାରୁ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଦେଇ ଭବାନୀପାଟଣା ଫେରିଯାଇଥିଲେ। ଆଜିର ଗସ୍ତରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଶଶାଙ୍କ ପାତ୍ର ପ୍ରମୁଖ ସାମିଲ ଥିଲେ। ସେହିପରି ଲାଞ୍ଜି ପଞ୍ଚାୟତରେ ସରପଞ୍ଚ ଯମୁନା ମାଝୀ, କାନକୁଟ୍ରୁ ପଞ୍ଚାୟତରେ ସରପଞ୍ଚ ବନମାଳୀ ମାଝୀ, ତ୍ରିଲୋଚନପୁର ପଞ୍ଚାୟତରେ ସରପଞ୍ଚ ସୋନାଲୀ ମାଝୀ, ଜଗନ୍ନାଥପୁରରେ ସରପଞ୍ଚ ମୁଗାନା ମାଝୀ, ସମିତିସଭ୍ୟ ପ୍ରଦୀପ ମାଝୀ, କନିଷ୍ଠ ଯନ୍ତ୍ରୀ ଅମିତ କୁମାର ସିଂ, ପଂଚାୟତ ନିର୍ବାହୀ ଅଧିକାରୀ ତାପସ କୁମାର ସାହୁ, ସାଧୁରାମ ସାହୁଙ୍କ ସମେତ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ହାପି ମୋମେଣ୍ଟସର ସମ୍ବଲପୁର ଦିନ

Sunil Chandra Nayak

ଧର୍ମ ପରାୟଣ ମହିଳା ଉମାଦେବୀ ଅଗ୍ରୱାଲ ଙ୍କ ପରଲୋକ

masiha

ପରଲୋକରେ କମଳେଶ

masiha

Leave a Comment

error: Content is protected !!