ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶାର ସର୍ବପ୍ରଥମ ନିଆରା ବାର୍ଷିକ ଉତ୍ସବ  ଛାତ୍ରୀ ମନ୍ତ୍ରୀମଣ୍ଡଳ ତୁଲାଇଲା ପ୍ରମୁଖ ଦାୟିତ୍ୱ ନିଆରା ଢଙ୍ଗରେ ଛାତ୍ରୀ ପାଳିଲେ ବାର୍ଷିକ ଉତ୍ସବ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

ଓଡ଼ିଶାର ସର୍ବପ୍ରଥମ ନିଆରା ବାର୍ଷିକ ଉତ୍ସବ
 ଛାତ୍ରୀ ମନ୍ତ୍ରୀମଣ୍ଡଳ ତୁଲାଇଲା ପ୍ରମୁଖ ଦାୟିତ୍ୱ
ନିଆରା ଢଙ୍ଗରେ ଛାତ୍ରୀ ପାଳିଲେ ବାର୍ଷିକ ଉତ୍ସବ
ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

ଲାଞ୍ଜିଗଡ଼, ୧୨/୦୨(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମଧୁପୁରସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ତେବେ ଶିକ୍ଷାଦାନ ସହିତ ବିଭିନ୍ନ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସର୍ବଦା ସର୍ବୋତ୍କୃଷ୍ଟ ସ୍ଥାନ ହାସଲ କରୁଥିବା ଏହି ବିଦ୍ୟାଳୟର ବାର୍ଷିକ ଉତ୍ସବ ଥିଲା ସଂପୂର୍ଣ୍ଣ ନୂଆ ଓ ନିଆରା। କାରଣ ପାରମ୍ପରିକ ଭାବେ ଉଚ୍ଚପଦସ୍ତ ଅଧିକାରୀ ଓ ବିଦ୍ୟାଳୟ କର୍ତୃପକ୍ଷଙ୍କ ବଦଳରେ ବିଦ୍ୟାଳୟର ଅନ୍ତେବାସୀ ଛାତ୍ରୀ ଥିଲେ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି। ସମସ୍ତେ ସୁସଜ୍ଜିତ ମଞ୍ଚରେ ବସିଥିଲେ। ଉପସ୍ଥିତ ଛାତ୍ରୀ ଓ ଅଭିଭାବକଙ୍କୁ ସମ୍ବୋଧନ କରିଥିଲେ। ବକ୍ତବ୍ୟ ରଖିଥିଲେ। ଛାତ୍ରୀ ବି ପଢ଼ିଥିଲେ ବାର୍ଷିକ ବିବରଣୀ। ନିଜ ସ୍କୁଲର ପ୍ରତିଟି ବିଷୟ ଉପରେ ସେମାନଙ୍କ ଚମତ୍କାର ଉପସ୍ଥାପନା ସମସ୍ତଙ୍କୁ ଅଭିଭୂତ କରିଥିଲା। ବିଦ୍ୟାଳୟର ଛାତ୍ରୀ ମନ୍ତ୍ରୀମଣ୍ଡଳ ଦ୍ୱାରା ପ୍ରସ୍ତୁତ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଛାତ୍ର ସଂସଦ ପାଇଁ ଉପଯୁକ୍ତ ପ୍ରତିନିଧିତ୍ୱର ବାର୍ତ୍ତା ଦେଇଛି। ଆଜିର ଏହି ନିଆରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛାତ୍ରୀ ମନ୍ତ୍ରୀ ମଣ୍ଡଳର ମୁଖ୍ୟମନ୍ତ୍ରୀ ଜାନକୀ ବିଭାର, ମୁଖ୍ୟବକ୍ତା ଭାବେ ଉପମୁଖ୍ୟ ମନ୍ତ୍ରୀ ତୁଳାବତୀ ପୁଟା, ସମ୍ମାନିତ ଅତିଥି ଭାବେ ଶିକ୍ଷା ମନ୍ତ୍ରୀ ଶୃତି ହରିଜନ, ସ୍ୱାସ୍ଥ୍ୟ ଓ ପରିମଳ ମନ୍ତ୍ରୀ ଅମୃତ ମିର୍ଦ୍ଧା, କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ଅନ୍ନ ପାତ୍ର, ପରିବେଶ ମନ୍ତ୍ରୀ କୁମୁଦିନୀ ହରିଜନ, ଖାଦ୍ୟ ମନ୍ତ୍ରୀ ମାଧବୀ ପାତ୍ର, ସୂଚନା ଓ ଶିଶୁ ସାମ୍ବାଦିକ ମନ୍ତ୍ରୀ କବିତା ହରିଜନ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଛାତ୍ରୀ ମନ୍ତ୍ରୀ ମଣ୍ଡଳର ନିହାରୀକା ବିଶ୍ୱାଳ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ତୁଳାବତୀ ପୁଟା ବାର୍ଷିକ ବିବରଣୀ ପାଠ କରିଥିଲେ। ସେହିପରି ମନୀଷା ଦୁର୍ଗା ସଭା ପରିଚାଳନା ସହିତ ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରଦ୍ୟୁମ୍ନ କୁମାର ଦାସ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମହାପ୍ରସାଦ ଦାସ, ମଣ୍ଡଳ ଶିକ୍ଷା ନିରୀକ୍ଷକ କୈଳାସ ଚନ୍ଦ୍ର ମହାରଣା , ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ପରେ ପରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରୀ ମନୀଷା ଦୁର୍ଗା ଓ ନିହାରୀକା ବିଶ୍ୱାଳ ମଞ୍ଚ ସଂଯୋଜନା କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମକୁ ଶିକ୍ଷକ ସତ୍ୟବାଦୀ ନାଏକ, ମାମିନା ସାହୁ, ସସ୍ମିତା ସାହୁ, ନମିତା ମାଝୀ, ପାର୍ଥ ଶବର, ଦିଲ୍ଲୀପ ସାହୁ, କାମସେନ ଭୋଇ, ସାରିକା ପଣ୍ଡା, ସୁଧାଂଶୁ ଶେଖର ସାସମଲ, ବସନ୍ତ ପାଣ୍ଡେ, ସୋନାଲିକା ପାଢୀ, ନୂରବତୀ ମାଝୀ ପରିଚାଳନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ମାଳତୀ ଛତ୍ରିଆ, ରୁକ୍ମିଣୀ ସାହୁ, କୁସୁମ ପ୍ରଧାନ, ପ୍ରଶାନ୍ତ ନାଏକ, ମକରଧ୍ଵଜ ପୁଟେଲ, ଟଙ୍କଧର ପୁଟେଲ, ମଞ୍ଜୁ ମାଝୀ, ରଜନୀ ମାଝୀ, ବୃନ୍ଦାବତୀ ମାଝୀ ଓ ସଜନା ମାଝୀ ପ୍ରମୁଖ ସହଯୋଗ କରିଥିଲେ।

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଉକ୍ରଳମଣିିିିିିଙ୍କ ୧୪୬ ତମ ଜୟନ୍ତୀ ଓ ଉକ୍ରଳମଣି ସେବା ସଂସ୍ଥାର ପଂଚଦଶ ବାର୍ଷିକ ଉତ୍ସବ ପାଳନ

masiha

35 glorious years of Vani Vihar, 89th Alumni Association meet organized.

masiha

ଦୀର୍ଘ ଦିନର ଦାବି ପୂରଣ କଲେ ବିଧାୟକ ଓ ସାଂସଦ 

masiha

Leave a Comment

error: Content is protected !!