ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦୁଇଦିନିଆ ବାର୍ଷିକ ବସନ୍ତ ଉତ୍ସବ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦୁଇଦିନିଆ ବାର୍ଷିକ ବସନ୍ତ ଉତ୍ସବ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ରାଉରକେଲା: ସହରର ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦୁଇଦିନିଆ ବାର୍ଷିକ ବସନ୍ତ ଉତ୍ସବ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଛି। ଦୁଇଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର ରଥ ଏବଂ ସମ୍ମାନିତ ଅତିଥିଭାବେ ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ କୈଳାଶ ପାଣିଗ୍ରାହୀ ଏବଂ ସମ୍ମାନିତ ବକ୍ତାଭାବେ ମହାବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ତଥା ବରିଷ୍ଠ ଶିକ୍ଷାବିତ୍‌ ପ୍ରଫେସର ସମର ମୁଦାଲି ପ୍ରମୁଖ ଯୋଗଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସସ୍ମିତା ସାମଲ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିବା ସହ ସ୍ୱାଗତ ଅଭିଭାଷଣ ଦେଇ ଛାତ୍ରଛାତ୍ରୀମାନେ ଶୃଙ୍ଖଳାର ସହିତ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥି ପ୍ରଫେସର ରଥ ତାଙ୍କ ବକ୍ତବ୍ୟରେ ଜୀବନରେ ସଫଳ ହେବା ପାଇଁ ଛାତ୍ରଛାତ୍ରୀମାନେ ପାଇଁ କେବଳ କଳା, ବିଜ୍ଞାନ ବା ବାଣିଜ୍ୟ ପଢ଼ିବା ସହିତ ପରିବର୍ତ୍ତିତ ସମୟାନୁସାରେ କୃତ୍ରିମ ବୁଦ୍ଧିମତା ଓ ନୂଆ ନୂଆ ପ୍ରଯୁକ୍ତି ଏବଂ ବୈଷୟିକ ବିଦ୍ୟା ଆୟତ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ। ସବୁ ମଣିଷଙ୍କ ମଧ୍ୟରେ ଏକ କଳାକାର ରହିଛି, ତେଣୁ ଏହି କଳାର ବିକାଶ ଦିଗରେ ଛାତ୍ରଛାତ୍ରୀମାନେ ପଦକ୍ଷେପ ନେବାକୁ ସମ୍ମାନିତ ଅତିଥି ଶ୍ରୀ ପାଣିଗ୍ରାହୀ ଆହ୍ୱାନ ଦେଇଥିଲେ। ପ୍ରଫେସର ମୁଦାଲି ତାଙ୍କ ବକ୍ତବ୍ୟରେ ସମ୍ପ୍ରତି ସମାଜ ଓ ପରିବାରରେ ଆଧ୍ୟାତ୍ମିକ ଓ ସଠିକ ସାମାଜିକ ଶିକ୍ଷାର ଅଭାବରୁ ଛାତ୍ରଛାତ୍ରୀମାନେ ବିପଥଗାମୀ ହେଉଛନ୍ତି ବୋଲି କହିଥିଲେ। ତେଣୁ ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନ ସହିତ ଅଧ୍ୟାତ୍ମିକ ଓ ମାନବୀୟ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟର ଡ୍ରାମାଟିକ ସୋସାଇଟିର ଉପାଧ୍ୟାକ୍ଷା ରାମେଶ୍ୱରୀ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲାର ଡ୍ରାମାଟିକ ସୋସାଇଟିର ଉପାଧ୍ୟକ୍ଷା ମନିଶା ନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପିକା ରଶ୍ମିରେଖା ପଲ୍‌ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ଅଧ୍ୟାପିକା ମମତା ବାକ୍ସଲାଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ବର୍ଗର ପ୍ରତିଯୋଗିତାର ୨୧୩ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଉଦ୍‌ଘାଟନୀ ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ଅଧ୍ୟାପିକା ନମିତା ସ୍ୱାଇଁ, ଅନିତା ଜୈନ, ଡ. ସୁଷମା ମୋଦୀ ଓ ପି ସୋନାଲୀ ମୌସୁମୀଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୋଟିଏ ନାଟକ ସମେତ ମୋଟ ୪୪ଟି ନୃତ୍ୟ ଓ ସଙ୍ଗୀତ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିବାରେ ମହାବିଦ୍ୟାଳୟ କଳା ବିଭାଗ ସମିତିର ଉପାଧ୍ୟାକ୍ଷା ଅଧ୍ୟାପିକା ଲଳିତା ମୁକ୍ତା ବାର୍ଲା, ବାଣିଜ୍ୟ ବିଭାଗ ସମିତିର ଉପାଧ୍ୟକ୍ଷ ଧିରେନ ମହନ୍ତ, ବିଜ୍ଞାନ ବିଭାଗ ସମିତିର ଅନ୍ନପୂର୍ଣ୍ଣା ମହନ୍ତ ଓ ଦିବାଧ୍ୟାୟୀ ସମିତିର ଅଧ୍ୟାପିକା ମେରି ଏଲିଜେବଥ କାଶ୍ମୀର ନାଗଙ୍କ ସମେତ ପ୍ରଶାସନିକ ଅଧିକାରୀ ଅଧ୍ୟାପକ ପ୍ରଶାନ୍ତ ସେଠୀ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ଉଦ୍‌ଯାପନୀ ତଥା ଦ୍ୱିତୀୟ ଦିନରେ ଉଭୟ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ସଂଘ ବର୍ଗର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆସନ୍ତା ୮ ତାରିଖ ରୁ କିନ୍ନର ସଂଘ ର ବହୁଚରା ମାତା ଙ୍କ ଷୋହଳ ପୂଜା

masiha

ଟ୍ରଲର କୁ ପଛରୁ ପିଟିଲା ଦଶ ଚକିଆ ଟ୍ରକ ଡ୍ରାଇଭର ଗୁରୁତର

Sunil Chandra Nayak

ସିଆର୍‌ପିଏଫ୍ ତରଫରୁ ଜନ ସଂପର୍କ ଶିବିର

Sunil Chandra Nayak

Leave a Comment

error: Content is protected !!